ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତ କୋଲକାତାରୁ ଗିରଫ

ବାଲେଶ୍ୱର ଅଫିସ,୨୭। ୭: ୧୫ କୋଟି ଟଙ୍କା ଚଳୁ କରି ଫେରାର ଥିବା ଜଣେ ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳ୍ୟୁ) ରବିବାର କୋଲକାତାର ନ୍ୟୁ ଗରିଆ ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ଏସ୍‌/ଏସ୍‌ ମାସ୍‌ ଇନ୍‌ଫ୍ରା ରିୟଲିଟି ଲିମିଟେଡ୍‌ ଏବଂ ହ୍ୟୁମାନ୍‌ ୱେଲଫେୟାର କ୍ରେଡିଟ୍‌ ଆଣ୍ଡ ଥ୍ରିଫ୍ଟ କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ମ୍ୟାନେଜିଂ ଡାଇରେକ୍ଟର ପ୍ରତାପ କୁମାର ବିଶ୍ୱାଳ। ଗିରଫ ବିଶ୍ୱାଳଙ୍କୁ ପ୍ରଥମେ ପଶ୍ଚିମବଙ୍ଗର ୨୪ ପ୍ରଗଣା ସାଉଥ୍‌ ଅତିରିକ୍ତ ଚିଫ୍‌ ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇଥିଲା। ସୋମବାର ଅପରାହ୍ନରେ ବାଲେଶ୍ୱର ଓପିଆଇଡି କୋର୍ଟରେ ଇଓଡବ୍ଳ୍ୟୁ ତାଙ୍କୁ ହାଜର କରିଛି।
ଉକ୍ତ କମ୍ପାନୀ ଜମା ଉପରେ ଅଧିକ ସୁଧ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ଆକର୍ଷିତ କରିବା ସହ ଅନଧିକୃତ ଭାବରେ ବହୁ ନିବେଶକଙ୍କଠାରୁ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିବା ନେଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଶୁକଦେବ ହୋତା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ୩୦।୮।୨୦୧୯ରେ ଚିଟ୍‌ଫଣ୍ଡ ସଂସ୍ଥା ଚେୟାରମ୍ୟାନ୍‌ ବିଶ୍ୱାଳ ଓ ତାଙ୍କ ସଂସ୍ଥାର ୬ଜଣ ଡାଇରେକ୍ଟରଙ୍କ ନାମରେ ଅର୍ଥନୈତିକ ଅପରାଧ ଶାଖାରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ଇଓଡବ୍ଳ୍ୟୁ ମାମଲା (ନଂ. ୧୬) ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧,୧୨୦-ବି ଆଇପିସି ଆର୍‌.ଡବ୍ଲ୍ୟୁ ସେକ୍ସନ ୬ ଅଫ୍‌ ଓପିଆଇଡ଼ି ଆକ୍ଟ ୨୦୧୧ରେ ମାମଲା ରୁଜୁ ହୋଇଥିଲା। ପରେ କାର୍ଯ୍ୟାଳୟ ବନ୍ଦ କରି ସମସ୍ତେ ଫେରାର ହୋଇଯାଇଥିଲେ।
ସୂଚନା ଅନୁଯାୟୀ, ୨୦୧୦ ସେପ୍ଟେମ୍ବରରେ ‘ଏସ୍‌/ଏସ୍‌ ମାସ୍‌ ଇନ୍‌ଫ୍ରା ରିୟଲିଟି ଲିମିଟେଡ୍‌’ କମ୍ପାନୀ ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିଲା। ବରାସତ ପୋଲିସ ଷ୍ଟେଶନ, ୨୪ ପ୍ରଗଣା ଅଞ୍ଚଳରେ ଅଫିସ୍‌ ଖୋଲି ଚିଟ୍‌ଫଣ୍ଡ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ମଲ୍ଟିଷ୍ଟେଟ୍‌ କୋ-ଅପରେଟିଭ୍‌ ସୋସାଇଟି ଆକ୍ଟ-୨୦୧୨ ଅନୁସାରେ ଉକ୍ତ କମ୍ପାନୀର ନାମ ପରିବର୍ତ୍ତନ କରି ‘ହ୍ୟୁମାନ ୱେଲଫେୟାର କ୍ରେଡିଟ୍‌ ଆଣ୍ଡ ଥ୍ରିଫ୍ଟ କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ’୍‌ ରଖାଯାଇଥିଲା। ନୂଆଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରେ ଏହି ନାମରେ କମ୍ପାନୀ ଖୋଲି ପ୍ରତାପ କୁମାର ବିଶ୍ୱାଳ ଏହାର ସଭାପତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଖେମୁଣ୍ଡି କଲେଜରେ ପ୍ରବେଶ ଉତ୍ସବ, ଶୃଙ୍ଖଳା-ନୈତିକ ମୂଲ୍ୟବୋଧ ପାଇଁ ପରାମର୍ଶ

ଦିଗପହାଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ବୁଧବାର ଯୁକ୍ତ ୨ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ ଜଣାଇ “ପ୍ରବେଶ ଉତ୍ସବ–୨୦୨୬”…

ଘରକୁ ଫେରୁଥିବା ବେଳେ କେନାଲରେ ଭାସିଗଲେ ଚାଷୀ, ତାପରେ ଘଟିଲା….

ଦେବଗଡ,୨୯।୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ମାଦଲିଆ ଗ୍ରାମରେ ଜଣେ ଚାଷୀ ମଙ୍ଗଳବାର କେନାଲରେ ଭାସି ଯାଇଥିଲେ । ଏହାପରେ ଅଗ୍ନିଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri