ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତ କୋଲକାତାରୁ ଗିରଫ

ବାଲେଶ୍ୱର ଅଫିସ,୨୭। ୭: ୧୫ କୋଟି ଟଙ୍କା ଚଳୁ କରି ଫେରାର ଥିବା ଜଣେ ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତଙ୍କୁ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳ୍ୟୁ) ରବିବାର କୋଲକାତାର ନ୍ୟୁ ଗରିଆ ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ଏସ୍‌/ଏସ୍‌ ମାସ୍‌ ଇନ୍‌ଫ୍ରା ରିୟଲିଟି ଲିମିଟେଡ୍‌ ଏବଂ ହ୍ୟୁମାନ୍‌ ୱେଲଫେୟାର କ୍ରେଡିଟ୍‌ ଆଣ୍ଡ ଥ୍ରିଫ୍ଟ କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ମ୍ୟାନେଜିଂ ଡାଇରେକ୍ଟର ପ୍ରତାପ କୁମାର ବିଶ୍ୱାଳ। ଗିରଫ ବିଶ୍ୱାଳଙ୍କୁ ପ୍ରଥମେ ପଶ୍ଚିମବଙ୍ଗର ୨୪ ପ୍ରଗଣା ସାଉଥ୍‌ ଅତିରିକ୍ତ ଚିଫ୍‌ ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇଥିଲା। ସୋମବାର ଅପରାହ୍ନରେ ବାଲେଶ୍ୱର ଓପିଆଇଡି କୋର୍ଟରେ ଇଓଡବ୍ଳ୍ୟୁ ତାଙ୍କୁ ହାଜର କରିଛି।
ଉକ୍ତ କମ୍ପାନୀ ଜମା ଉପରେ ଅଧିକ ସୁଧ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ଆକର୍ଷିତ କରିବା ସହ ଅନଧିକୃତ ଭାବରେ ବହୁ ନିବେଶକଙ୍କଠାରୁ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିବା ନେଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଶୁକଦେବ ହୋତା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ୩୦।୮।୨୦୧୯ରେ ଚିଟ୍‌ଫଣ୍ଡ ସଂସ୍ଥା ଚେୟାରମ୍ୟାନ୍‌ ବିଶ୍ୱାଳ ଓ ତାଙ୍କ ସଂସ୍ଥାର ୬ଜଣ ଡାଇରେକ୍ଟରଙ୍କ ନାମରେ ଅର୍ଥନୈତିକ ଅପରାଧ ଶାଖାରେ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ଇଓଡବ୍ଳ୍ୟୁ ମାମଲା (ନଂ. ୧୬) ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧,୧୨୦-ବି ଆଇପିସି ଆର୍‌.ଡବ୍ଲ୍ୟୁ ସେକ୍ସନ ୬ ଅଫ୍‌ ଓପିଆଇଡ଼ି ଆକ୍ଟ ୨୦୧୧ରେ ମାମଲା ରୁଜୁ ହୋଇଥିଲା। ପରେ କାର୍ଯ୍ୟାଳୟ ବନ୍ଦ କରି ସମସ୍ତେ ଫେରାର ହୋଇଯାଇଥିଲେ।
ସୂଚନା ଅନୁଯାୟୀ, ୨୦୧୦ ସେପ୍ଟେମ୍ବରରେ ‘ଏସ୍‌/ଏସ୍‌ ମାସ୍‌ ଇନ୍‌ଫ୍ରା ରିୟଲିଟି ଲିମିଟେଡ୍‌’ କମ୍ପାନୀ ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିଲା। ବରାସତ ପୋଲିସ ଷ୍ଟେଶନ, ୨୪ ପ୍ରଗଣା ଅଞ୍ଚଳରେ ଅଫିସ୍‌ ଖୋଲି ଚିଟ୍‌ଫଣ୍ଡ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ମଲ୍ଟିଷ୍ଟେଟ୍‌ କୋ-ଅପରେଟିଭ୍‌ ସୋସାଇଟି ଆକ୍ଟ-୨୦୧୨ ଅନୁସାରେ ଉକ୍ତ କମ୍ପାନୀର ନାମ ପରିବର୍ତ୍ତନ କରି ‘ହ୍ୟୁମାନ ୱେଲଫେୟାର କ୍ରେଡିଟ୍‌ ଆଣ୍ଡ ଥ୍ରିଫ୍ଟ କୋ-ଅପରେଟିଭ୍‌ ସୋସାଇଟି ଲିମିଟେଡ’୍‌ ରଖାଯାଇଥିଲା। ନୂଆଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରେ ଏହି ନାମରେ କମ୍ପାନୀ ଖୋଲି ପ୍ରତାପ କୁମାର ବିଶ୍ୱାଳ ଏହାର ସଭାପତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ସ୍ପେଶାଲ ଟ୍ରେନ୍‌ରେ ପହଞ୍ଚିଲେ ପ୍ରବାସୀ

ବଲାଙ୍ଗୀର ଅଫିସ, ୧ା୬: ବଲାଙ୍ଗୀର ରେଳଷ୍ଟେଶନ୍‌ରେ ରବିବାର ରାତିରେ ୨ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିଥିଲା। ତାମିଲନାଡୁର ତିରପୁରରୁ ରାଉରକେଲା ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌...

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ:  ହାଇକୋର୍ଟରେ ପିଟିଶନ, ଶୁଣାଣି ଆଜି

କଟକ ଅଫିସ,୭ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ସଂକ୍ରାନ୍ତରେ କେନ୍ଦ୍ର ସରକାର ଗତ ୨ ତାରିଖରେ ଏକ ଗେଜେଟ୍‌ ନୋଟିଫିକେଶନ ପ୍ରକାଶ କରିଛନ୍ତି। କେନ୍ଦ୍ର...

ଅସୁସ୍ଥ ଶାବକକୁ ଛାଡ଼ି ପଳାଇଲା ମା’ ହାତୀ: ଉଦ୍ଧାର ପରେ ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ପରଜଙ୍ଗ,୧୪।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ବାଇଗିଣିଆ ଗ୍ରାମ ଦଳିତ ବସ୍ତି ପାଖ ପଡିଆରୁ ଶନିବାର ଗ୍ରାମବାସୀ ଏକ ଅଣ୍ଡିରା...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ୭ବର୍ଷ ଜେଲ

ଯାଜପୁର ଟାଉନ,୭|୯(ଡିଏନଏ)- ବଡଚଣା ଥାନା କୋଲାସିଂ ଗ୍ରାମର ଜଣେ ନାବାଳିକା (୧୪)ଙ୍କୁ ସେହି ଗ୍ରାମର ନିହାରକାନ୍ତ ଓଝା ନାମକ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।...

ସରକାରୀ କାର୍ଯ୍ୟାଳୟରେ ଗଡୁଛି ବିଦ୍ୟୁତ୍‌ ବିଲ୍‌: ୩୯ ବିଭାଗର ବକେୟା ପଡ଼ିଛି ୨ କୋଟି ୭୭ ଲକ୍ଷ

ନୟାଗଡ଼ ଅଫିସ,୩୦।୧୧-ଘରୋଇ ହେଉ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ଗୋଟିଏ ମାସରୁ ଅଧିକ ଦିନ ବିଲ୍‌ ପୈଠ ନ ହେଲେ ପର ଦିନ ବିଦ୍ୟୁତ୍‌ ବିଭାଗ ସଂଯୋଗ...

ଦୁଇ ଦିନ ଧରି ଲାଗି ରହିଛି ଉତ୍ତେଜନା: ମଦ ଦୋକାନ ଜାଳିଦେଲେ ଲୋକେ

କବିସୂର୍ଯ୍ୟନଗର,୨୭ା୧୨- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ମଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ବୁଧବାର ଓ ଗୁରୁବାର ଉତ୍ତ୍ୟକ୍ତ ଲୋକେ ଏ.ବରିଡ଼ା, କୁଶପଲ୍ଲୀରେ ମଦଭାଟି...

ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଭାଜପାର ବିକ୍ଷୋଭ

କଟକ ଅଫିସ,୧୫।୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ରହସ୍ୟଜନକ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଭାଜପା। କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁଙ୍କ...

ତିରୁପତିରୁ ଫେରିଲେ ୧୨୧ ପ୍ରବାସୀ

ରାୟଗଡ଼ା ଅଫିସ, ୨୮ା୬: ତିରୁପତିରେ ଫସିଥିବା ୧୨୧ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ରବିବାର ସକାଳେ ରାୟଗଡ଼ାରେ ପହଞ୍ଚିଛି। ଏମାନେ ସମସ୍ତେ...

Advertisement
Archives

Model This Week