ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ

ବରଗଡ଼ ଅଫିସ୍‌,୯।୧୧: ବରଗଡ଼ ସଦର ଥାନା ଅଧୀନ ବିରମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ବଚସା ଏବଂ କଥା କଟାକଟିରୁ ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ସ୍ବାମୀ ନିଆଁ ଲଗାଇ ଦେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାକୁ ମହିଳାଙ୍କୁ ଭୀମସାର୍‌ ସ୍ଥିତ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ବିରମାଲ ଗ୍ରାମର ପ୍ରତାପ ସାହୁଙ୍କୁ ପଥର୍ଲା ଗ୍ରାମର ତପସ୍ବିନୀ ବିବାହ କରିଥିଲେ। ବିବାହର କିଛିମାସ ପରେ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ସୋମବାର ରାତ୍ରିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପ୍ରତାପ ରାଗିଯାଇ ତାଙ୍କୁ ଲୁହାରଡ଼ରେ ମାଡ଼ ମାରିଥିଲେ। ପରେ ଘରେ ଥିବା ପେଟ୍ରୋଲ ଆଣି ତପସ୍ବିନୀଙ୍କ ଦେହରେ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ତପସ୍ବିନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଏନେଇ ତପସ୍ବିନୀଙ୍କ ବାପଘର ଲୋକେ ଏତଲା ଦେବା ପରେ ପୋଲିସ ଏକ ମାମଲା(ନଂ.୩୩୫/୨୧) ରୁଜୁ କରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୩୩ ତମ ସ୍ଥାନରେ ଢେଙ୍କାନାଳ କଲେଜ

ଡେଙ୍କାନାଳ ଅଫିସ୍‌,୧୮।୪: ଉନ୍ନତ ଭିତ୍ତିଭୂମି, ଶିକ୍ଷାଦାନରେ ଗୁଣବତ୍ତା, କର୍ମଶାଳା, ପାଠଚକ୍ର, ପରୀକ୍ଷାଫଳ, ପରିବେଶ ଆଦିକୁ ନେଇ ଏଜୁକେଶନ ଓ୍ବାଲର୍‌ଡ ପକ୍ଷରୁ ସର୍ବଭାରତୀୟସ୍ତରରେ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକର ର଼୍ୟାଙ୍କିଙ୍ଗ...

ଭାଇରାଲ ହେଉଛି କରୋନା ଗୀତ: ଏକାଧିକ ହିନ୍ଦୀ ଫିଲ୍ମ ନିର୍ମାଣ ଯୋଜନାକୁ ସମାଲୋଚନା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି ମହାମାରୀ କରୋନା। ସବୁଠି ଘାରିଛି ଏହି ଭୂତାଣୁ ସଂକ୍ରମଣର ଭୟ। ବୁଧବାର ସୁଦ୍ଧା ବିଶ୍ୱର ୧୬୭ ଦେଶକୁ...

ଗଞ୍ଜାମରେ କରୋନା ଟେଷ୍ଟ ୨ ଲକ୍ଷ ଟପିଲା: ଜିଲାପାଳ 

ଛତ୍ରପୁର,୨୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାରେ କରୋନା ଟେଷ୍ଟ ୨ ଲକ୍ଷ ଟପିଛି। ଜିଲାରେ ଘରକୁ ଘର ଯାଇ ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଉଛି ା ଏଥିପାଇଁ ଦିନକୁ ଦିନ...

ଗାଁମୁହାଁ ଭାଲୁ, ଲୋକେ ଆତଙ୍କିତ

କେନ୍ଦୁଝର,୧୨।୫(ସ୍ବ.ପ୍ର.)-କେନ୍ଦୁଝର ସଦର ରେଞ୍ଜ ଅଧୀନ ଯୋଗୀମଠ ବନ ବିଭାଗ ନର୍ସରୀରେ ଏକ ଭାଲୁ ପଶି ଆସିଛି। ଭାଲୁଟି ପାଖ ଗାଁ ଦେଇ ଯାଉଥିବା ବେଳେ ଲୋକେ...

ସ୍ବାସ୍ଥ୍ୟସେବା ପରଖିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ

ବଡ଼ସାହି, ୨୦।୧୦ (ସ୍ବ.ପ୍ର.)- ମୟୂରଭଞ୍ଜ ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କମନ ରିଭ୍ୟୁ ମିଶନର ଏକ ପ୍ରତିନିଧି...

‘ଷ୍ଟାର ମିସ୍‌ କନ୍‌ଫିଡେଣ୍ଟ’ ହେଲେ ଆୟତୀ

ଭୁବନେଶ୍ୱର, ୯।୮(ବ୍ୟୁରୋ): ଜାତୀୟସ୍ତରୀୟ ପ୍ରତିଯୋଗିତା ‘ଷ୍ଟାର୍‌ ମିଷ୍ଟର ଆଣ୍ଡ୍‌ ମିସ୍‌ ଟିନ୍‌ ଇଣ୍ଡିଆ’ରେ ପ୍ରତିଭା ପ୍ରଦର୍ଶନ କରି ଟାଇଟଲ୍‌ ହାସଲ କରିଛନ୍ତି ଭୁବନେଶ୍ୱରର ଝିଅ ଆୟତୀ...

ପରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ କୋର୍ଟଚାଲାଣ

ନୟାଗଡ ଅଫିସ,୨୨।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ମାମଲାରେ ସେହି ଗ୍ରାମର ଜଣେ କଲେଜ ଛାତ୍ରଙ୍କୁ ମୁଖ୍ୟ...

ପୁଣି ଜଣେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ଉଦ୍ୟମ

ପୁରୀ ଅଫିସ, ୨୫।୧- ପୁରୀ ଟାଉନଥାନା ଅଞ୍ଚଳରେ ଗତ ରବିବାର ଜଣେ ୫ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରାଯିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ...

Advertisement
Archives

Model This Week