ପଚିଗଲା ଧାନ ଫସଲ

ଆଠମଲ୍ଲିକ, ୨୮।୮ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଅନେକ ପଞ୍ଚାୟତକୁ ସପ୍ତାହେ ଧରି ବୁଡ଼ାଇ ରଖିଥିବା ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ିଯାଇଛି। ତେବେ ବନ୍ୟା ପାଣିରେ ଧାନ ଫସଲ ପଚି ଯାଇଥିବାରୁ ଉଜୁଡ଼ା କ୍ଷେତ ଦେଖି ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ପ୍ରକାଶ ଯେ, ଆଠମଲ୍ଲିକ ବ୍ଲକର ୧୩ଟି ପଞ୍ଚାୟତ ମହାନଦୀର ବନ୍ୟା ପାଣିରେ ପ୍ରଭାବିତ ହୋଇଛି। ୪୭୦୦ ଏକର ଚାଷ ଜମି ପାଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କୃଷି ବିଭାଗ ତରଫରୁ ଆକଳନ କରାଯାଇଛି। ତେବେ କ୍ଷୟକ୍ଷତିର ଆକଳନ କରାଯାଇ ନ ଥିବାରୁ ପ୍ରକୃତରେ କେତେ ଜମିରେ ଫସଲ ବଞ୍ଚିବାର ଆଶା ଅଛି ଓ କେତେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ତାହା ଏଯାଏ ଜଣାପଡ଼ି ନାହିଁ। ହେଲେ ପଇଁଚକୂଳ ଅଞ୍ଚଳର ଜାମୁଡୋଲୀ, ଲୁହାସିଙ୍ଗା, ଅଏଡା, ନଅଗାଁ, ଆଠମଲ୍ଲିକ ଏନଏସି ଓ ଚଉରାଶି ଅଞ୍ଚଳର ପୁରୁଣାମାଣତ୍ରୀ, କୁଦଗାଁ, ଲୁଣହାଣ୍ଡି, କମ୍ପଲା, କନ୍ଧପଡା, କିଆକଟା, ବାସୁଦେବପୁର, ମାଧପୁର ପଞ୍ଚାୟତରେ ଥିବା ଚାଷ ଜମି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ତୁରନ୍ତ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବା ସହ ଚାଷୀଙ୍କୁ ବିନା ମୂଲ୍ୟରେ ମୁଗ, ବିରି, ବାଦାମ ବିହନ ଯୋଗାଇ ଦେବାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ କର୍ଣ୍ଣ, ପୂର୍ବତନ ସମିତି ସଭ୍ୟ ବିଜୟାନନ୍ଦ ପ୍ରଧାନ, ସାମାଜିକ କର୍ମୀ ବିନୟ କୁମାର ପଟ୍ଟନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏଚ୍‌ ମରାମତି ପାଇଁ ଜିଲାପାଳଙ୍କୁ ଦାବିପତ୍ର

ଯୋଡ଼ା, ୧୧।୬ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଜୀବନ ରେଖା କୁହାଯାଉଥିବା ୫୨୦ନଂ ଜାତୀୟ ରାଜପଥର ମରାମତି ପାଇଁ ଯୋଡା ବ୍ଲକ ଅନ୍ତର୍ଗତ ୫ଟି ପଞ୍ଚାୟତର ସରପଞ୍ଚ କେନ୍ଦୁଝର...

ଚିଲିକାରେ ୧୪୨ ମାଛଧରା ଡଙ୍ଗା ଯାଞ୍ଚ

ବାଲୁଗାଁ, ୫-୨(ଡି.ଏନ.ଏ.):ଚିଲିକାରେ ଡଙ୍ଗାବୁଡ଼ି ଘଟଣା ପରେ ପ୍ରଶାସନର ଚେତା ପଶିଛି। ଅସୁରକ୍ଷିତ ଭାବେ ଯାତ୍ରୀ ପରିବହନ କରୁଥିବା ମାଛଧରା ଓ ଯାତ୍ରୀବାହୀ ଡଙ୍ଗା ଯାଞ୍ଚ ପାଇଁ...

ନବୀନଙ୍କ ଜନ୍ମଦିନରେ ରକ୍ତଦାନ କଲେ ବିଜେଡି କର୍ମୀ

କେନ୍ଦୁଝର,୧୬।୧୦(ସ୍ବ.ପ୍ର.) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ତମ ଜନ୍ମ ଦିବସ ଉପଲକ୍ଷେ କେନ୍ଦୁଝର ଜିଲା ବିଜେଡି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବୁଧବାର ସ୍ଥାନୀୟ...

ଦାଦାବଟି ଲାଗି ମାଡ଼ ମାରିବା ଘଟଣା: ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଭବାନୀପାଟଣା,୨୯।୧୨(ଡି.ଏନ୍‌.ଏ.): କଳାହଣ୍ଡି ଜିଲା ଜୟପାଟଣା ଥାନା ବଡ଼କୁଟରୁ ଫାଣ୍ଡି ଅନ୍ତର୍ଗତ ବର୍ଚ୍ଛି ଛକ ନିକଟରେ ଦାଦାବଟି ଲାଗି ବିହାରୀ ଶ୍ରମିକଙ୍କୁ ସ୍ଥାନୀୟ ଯୁବକମାନେ ଗତ ୨୪...

ମେ’ ପହିଲାରୁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ,୩୦ା୪: ଆସନ୍ତାକାଲି ଅର୍ଥାତ୍‌ ମେ’ପହିଲାରୁ ଭିତରକନିକା ଅଭୟାରଣ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ ଭିତରକନିକା ଅଭୟାରଣ୍ୟ ଡିଏଫ୍‌ଓ ଯଜ୍ଞଦତ୍ତ ପତି ସୂଚନା...

ଲିଭିଯିବ କି ଐତିହ୍ୟ ସ୍ମାରକୀ: ଭଙ୍ଗାଯିବ ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି

ପୁରୀ ଅଫିସ,୨୭ା୮(ହେମନ୍ତ କୁମାର ନାୟକ):ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ବିପଦସଙ୍କୁୁଳ କହି ପ୍ରଶାସନ ଲଙ୍ଗୁଳି ମଠକୁ ମାଟିରେ ମିଶାଇଥିବାବେଳେ...

ବହିଷ୍କୃତ ହେଲେ କଣ୍ଟ୍ରୋଲ ଡିଲର

ବାହାନଗା, ୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଥରପେଣ୍ଠ ଗ୍ରାମର ପିଡିଏସ ସାମଗ୍ରୀ ବିକ୍ରି କରୁଥିବା କଣ୍ଟ୍ରୋଲ ଡିଲରଙ୍କୁ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ବହିଷ୍କୃତ କରିଛନ୍ତି...

ଶ୍ରୀଲିଙ୍ଗରାଜଙ୍କ ଆଉ ଏକ ଜମି ଉଦ୍ଧାର ପାଇଁ ପ୍ରୟାସ: ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ୧୪୪ ଧାରା ଜାରି

ପୁରୁଣା ଭୁବନେଶ୍ୱର, ୩୧। ୭ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଜମି ଉପରେ ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ରୋକ ଲାଗିଛି।...

Advertisement
Archives

Model This Week