Posted inଜାତୀୟ

ହେଟ୍‌ ସ୍ପିଚ୍‌ ମାମଲା, କୌଣସି ସମ୍ପ୍ରଦାୟ ବିରୋଧରେ ଦିଆଯାଇନି ମନ୍ତବ୍ୟ, ଏସ୍‌ସିରେ ଦିଲ୍ଲୀ ପୋଲିସ ପକ୍ଷରୁ ଜବାବ ଦାଖଲ…

ନୂଆଦିଲ୍ଲୀ, ୧୪।୪ : ଧର୍ମସଂସଦ ହେଟ୍‌ ସ୍ପିଚ୍‌ ମାମଲାରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିବା ପାଇଁ ସୁପ୍ରିମକୋର୍ଟ(ଏସ୍‌ସି)ରେ ଦିଲ୍ଲୀ ପୋଲିସ ଦାବି କରିଛି। ଏହି ପ୍ରସଙ୍ଗରେ ଜବାବ ଦେବାବେଳେ ପୋଲିସ ପକ୍ଷରୁ କୁହାଯାଇଛି ଯେ ଏନେଇ ପୋଲିସଙ୍କୁ କିମ୍ବା ଅନ୍ୟ କୌଣସି ଏଜେନ୍ସି ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗକାରୀ ସିଧା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତେଣୁ ତାଙ୍କୁ ଅଭିଯୋଗକାରୀ କିମ୍ବା ପୀଡ଼ିତ ଭାବେ ଗ୍ରହଣ କରାଯିବ ନାହିଁ। ଅଭିଯୋଗକାରୀ ଦର୍ଶାଇବାକୁ ଚାହିଁଛନ୍ତି ଯେ, ସୁପ୍ରିମକୋର୍ଟ ବ୍ୟତୀତ ଦେଶରେ ଅନ୍ୟ କୌଣସି ଅନୁଷ୍ଠାନ କାର୍ଯ୍ୟ କରୁ ନାହାନ୍ତି। ଏଭଳି ଚିନ୍ତା ଧାରା ଭୁଲ ଅଟେ। କୋର୍ଟ ଏଭଳି ମାମଲାକୁ ଉତ୍ସାହିତ କରିବା ଉଚିତ ନୁହେଁ।

ଦକ୍ଷିଣ ଦିଲ୍ଲୀର ଡିସିପି ଇଶା ପାଣ୍ଡେଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରେ ଏହା ମଧ୍ୟ କୁହାଯାଇଛି ଯେ ଆବେଦନକାରୀ କୁର୍ବାନ ଅଲୀଙ୍କ ଆବେଦନ ଦୁଇଟି କାର୍ଯ୍ୟକ୍ରମକୁ ନେଇ କରାଯାଇଛି। ଗୋଟିଏ କାର୍ଯ୍ୟକ୍ରମ ୧୭ ଡିସେମ୍ବରରେ ହରିଦ୍ୱାରରେ ଏବଂ ଅନ୍ୟଟି ୧୯ ଡିସେମ୍ବରରେ ଦିଲ୍ଲୀର ଗୋବିନ୍ଦପୁରୀରେ ହୋଇଥିଲା। ଡିସେମ୍ବର ୧୭ ର କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟରୁ ଆସିଛି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। ତେଣୁ, ତାଙ୍କ ପରିସର ଅଧୀନରେ ଏହା ଆସୁ ନାହିଁ।

କିନ୍ତୁ ଡିସେମ୍ବର ୧୯ରେ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରି ଜଣାପଡ଼ିଛି ଯେ ଆବେଦନରେ ଉଲ୍ଲେଖ କରାଯାଇଥିବା ଅଭିଯୋଗ ସତ୍ୟ ନୁହେଁ। ଡିସେମ୍ବର ୧୯ ରେ ହିନ୍ଦୁ ଯୁବ ବାହିନୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ବିଷୟରେ ତାଙ୍କୁ ଡକ୍ଟର ଏସ.କ୍ୟୁ.ଆର. ଇଲିୟାସଙ୍କ ସମେତ ଅନ୍ୟ ଲୋକଙ୍କଠାରୁ ଅଭିଯୋଗ ମିଳିଥିଲା। ଏହି ଅଭିଯୋଗ ସୁଦର୍ଶନ ଟିଭିର ସୁରେଶ ଚହ୍ବାଣକେଙ୍କ ବିରୋଧରେ ଥିଲା। ପୋଲିସ ପୁରା ଭିଡିଓ ଯାଞ୍ଚ କରିଛି। ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ଯଦି କୌଣସି ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ସ୍ବାର୍ଥ ବିଷୟରେ କଥାବାର୍ତ୍ତା କରିବା ପାଇଁ କାର୍ଯ୍ୟକ୍ରମ କରନ୍ତି, ତେବେ ଆଇନଗତ ଭାବରେ ଏଥିରେ କିଛି ଭୁଲ ନାହିଁ।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ କେବଳ ଆଶଙ୍କା ଉପରେ ଆଧାରିତ ଯେ ମୁସଲମାନମାନଙ୍କ ଲାଗି ବିପଦପୂର୍ଣ୍ଣ ହୋଇପାରେ। କିନ୍ତୁ ଭାଷଣକୁ ଅତି ନିକଟରୁ ଅନୁଧ୍ୟାନ କରିବା ପରେ ଏହା ଦେଖାଯାଉ ନାହିଁ ଯେ କାହା ପାଇଁ କୌଣସି ପ୍ରତ୍ୟକ୍ଷ ବିପଦ ଅଛି। ସେଠାରେ କୁହାଯାଇଥିବା ମନ୍ତବ୍ୟଗୁଡ଼ିକ ହେଟ୍‌ ସ୍ପିଚ୍‌ ଅଧୀନରେ ଆସୁ ନାହିଁ। ଗଣତନ୍ତ୍ରରେ ଆଇନର ସୀମା ମଧ୍ୟରେ ସମସ୍ତେ ନିଜର ମତ ରଖିପାରିବେ। ଆବେଦନକାରୀ ବିଭିନ୍ନ ତଥ୍ୟ ଯୋଡ଼ି ସତ୍ୟହୀନ ଆବେଦନ କରିଛନ୍ତି। ତେଣୁ ଆବେଦନକୁ ଖାରଜ କରାଯିବା ସହିତ ଆବେଦନକାରୀଙ୍କ ଠାରୁ କ୍ଷତିପୂରଣ ଭାବେ ଜରିମାନା ଆଦାୟ କରିବା ଆବଶ୍ୟକ।

ଏପ୍ରିଲ ୨୨ ରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ପୋଲିସକୁ ମଧ୍ୟ ହରିଦ୍ୱାରରେ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଜାନୁଆରୀରେ କୋର୍ଟଙ୍କ ଦ୍ୱାରା ନୋଟିସ ଜାରି କରାଯିବା ପରେ ଉତ୍ତରାଖଣ୍ଡ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୟତି ନରସିଂହାନନ୍ଦଙ୍କ ସମେତ କିଛି ଲୋକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri