ଆଜି ପବିତ୍ର ପଣା ସଂକ୍ରାନ୍ତି: ଓଡ଼ିଆ ନବବର୍ଷ ଆରମ୍ଭ

ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ। ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ। ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ପଣାସଂକ୍ରାନ୍ତି। ଏହିଦିନଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରିଥାନ୍ତି। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣାସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ।

ପୁରାଣ ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବେଶ ଗୁରୁତ୍ୱପୂର୍ଣ୍ଣ। ଏହିଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ମଧ୍ୟଭାଗକୁ ଚାଲି ଆସିଥାନ୍ତି। ଏହିଦିନ ସୂର୍ଯ୍ୟ ବିଶୁବରେଖାରେ ଅବସ୍ଥାନ କରିଥାନ୍ତି। ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ। ଘରେ ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ବତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ। ଆଜିର ଦିନରେ ଓଡ଼ିଆଣୀ ମାନେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଏକ ଛାମୁଣ୍ଡିଆ କରି ଏକ ପାଣିଭର୍ତ୍ତି ଛୋଟ ଠେକି ରଖିଥାନ୍ତି। ଏହା ତଳେ ଏକ ଛୋଟ ଛିଦ୍ର ଥାଏ। ଉକ୍ତ ଛିଦ୍ର ଦେଇ ପାଣି ତୁଳସୀ ଗଛରେ ପଡ଼ିଥାଏ। ଏହି ଦିନ ଓଡ଼ିଶାରେ ହନୁମାନ ଜୟନ୍ତୀ ପାଳନ କରାଯାଏ। ଓଡ଼ିଆ ଲୋକେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରି ନିଜର ମନୋସ୍କାମନା ପୂରଣ କରିଥାନ୍ତି।

ଆଜିର ପବିତ୍ର ଦିନକୁ ନେଇ ପ୍ରତି ଓଡ଼ିଆ ଘର ଚଳଚଞ୍ଚଳ ହୋଇପଡ଼ିଛି। ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri