Posted inଖେଳ

ମୁମ୍ବାଇ ରାସ୍ତାରେ ବୁଲୁଛନ୍ତି ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳ ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ୍‌ ଖେଳୁଛି। ଅନ୍ୟପଟେ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି।
ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ପରେ ହାର୍ଦ୍ଦିକ ଏବେ ନିଜ ପରିବାର ପାଖକୁ ଭାରତ ଚାଲିଆସିଛନ୍ତି। ଏମିତିରେ ତାଙ୍କୁ କେତେବେଳେ ନିଜ ସ୍ତ୍ରୀ-ପିଲାଙ୍କ ସହ ଦେଖିବାକୁ ମିଳୁଛି ତ ଆଉ କେତେବେଳେ ମସ୍ତି କରୁଥିବାର। ନିକଟରେ ହାର୍ଦ୍ଦିନ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଥିରେ ତାଙ୍କର ଷ୍ଟାଇଲ ଦେଖି ପ୍ରଶଂସକ ପାଗଳପ୍ରାୟ ହୋଇଯାଇଛନ୍ତି।
ହାର୍ଦ୍ଦିକ ଖେଳ ସହ ନିଜ ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୪ ମାସ ପର୍ଯ୍ୟନ୍ତ ବାହାରେ ରହିବା ପରେ ବର୍ତ୍ତମାନ ହାର୍ଦ୍ଦିକ ନିଜ ସହର ମୁମ୍ବାଇକୁ ଫେରିଛନ୍ତି। ଏବେ ସେ ମୁମ୍ବାଇ ରାସ୍ତାରେ ବୁଲାବୁଲି କରିବା ସହ ନିଜର କିଛି ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଫଟୋ ଶେୟାର କରି ହାର୍ଦ୍ଦିକ କ୍ୟାପଶନରେ ଲେଖିଛନ୍ତି, ଆଣ୍ଟି ସୋସିଆଲ। ଏହି ଫଟୋରେ ସେ ଏକ ବ୍ୟାରିକେଟ ପଛରେ ଛାଡି ହୋଇଛନ୍ତି। ଧୂସର ରଙ୍ଗର ଟି-ସାର୍ଟ ଏବଂ ଚେକ୍‌ ସାର୍ଟ ପିନ୍ଧିଛନ୍ତି। ଏଥିସହ ହାତରେ ଘଣ୍ଟା, ମୁଦି ଏବଂ ବେକରେ ଲକେଟ୍‌ ଥିବା ଏକ ଚେନ୍‌ ପିନ୍ଧିଥିବାର ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭ ମ୍ୟାଚ୍‌ରୁ ୭୩୭ ରନ୍‌ କରିଥିବା କ୍ରିକେଟର୍‌ଙ୍କୁ ନିଜ ଦଳରୁ ବାଦ୍‌ ଦେଲେ ଲକ୍ଷ୍ମଣ

ଶିଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଏବେ ଶ୍ରୀଲଙ୍କା ଗସ୍ତରେ ଅଛି। ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ଏହାପୂର୍ବରୁ ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ...

ଅବଶିଷ୍ଟ ମ୍ୟାଚ ଖେଳି ନ ପାରନ୍ତି ଗ୍ରିଜ୍‌ମାନ

ବାର୍ସିଲୋନା, ୧୩ା୭ (ଏପି)- ମାଂଶପେଶୀରେ ଇଞ୍ଜୁରି ଯୋଗୁ ସ୍ପାନିଶ ଫୁଟ୍‌ବଲ ଲିଗ୍‌ର ଅବଶିଷ୍ଟ ମ୍ୟାଚରୁ ବିଶ୍ରାମ ନେଇ ପାରନ୍ତି ଆଣ୍ଟୋନୀ ଗ୍ରିଜ୍‌ମାନ। ରବିବାର ଫିଟ୍‌ନେସ୍‌ ଟେଷ୍ଟ...

ଟସ୍‌ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ

ଅହମଦାବାଦ,୨୩।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ୍‌ ପ୍ରଥମ ମ୍ୟାଚ୍‌ ଆଜିଠୁ ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି...

ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ‘ଶୂନ’ରେ ଆଉଟ୍‌ କରି ଇତିହାସ ରଚିଥିଲେ ଏହି ବୋଲର୍‌

ଜୁନ୍‌ ୫, ଏହି ତାରିଖଟି କ୍ରିକେଟ ଇତିହାସ ପାଇଁ ଏକ ଖାସ୍‌ ଦିନ। ଏହି ଦିନ ଜନ୍ମ ହୋଇଥିବା ଜଣେ ବୋଲର ଗୋଟିଏ ଉଇକେଟ କାରଣରୁ...

ପ୍ରେସିଡେଣ୍ଟ କପ୍‌ ସେମିରେ ବିଧୁରି

ନୂଆଦିଲ୍ଲୀ, ୨୫।୭ (ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ବକ୍ସର ଗୌରବ ବିଧୁରି (୫୬ କିଗ୍ରା) ଫିଲିପାଇନ୍ସଠାରେ ଚାଲିଥିବା ପ୍ରେସିଡେଣ୍ଟ କପ୍‌ ସେମିଫାଇନାଲରେ...

ଡେବ୍ୟୁ ମ୍ୟାଚ୍‌ରେ ରନ୍‌ ବର୍ଷା: ୯ ଛକା, ୮ ଚଉକାର ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ ଏହି କ୍ରିକେଟର; କଲେ ଏକାଧିକ ରେକର୍ଡ

ଆବୁଧାବି,୨୨।୧: ଆଫଗାନିସ୍ତାନ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଆବୁଧାବୀରେ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଚମକିଛନ୍ତି ଆଫଗାନିସ୍ତାନର ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ରହମାନୁଲ୍ଲାହ...

ସେରେନା, ନାଡାଲ, ହାଲେପ ବିଜୟୀ

ଆଡିଲେଡ୍‌, ୩୦ା୧(ଏପି)-ଆଡିଲେଡ ପ୍ରଦର୍ଶନୀ ଟୁର୍ନାମେଣ୍ଟରେ ସେରେନା ଓ୍ବିଲିୟମ୍ସ, ରାଫାଲ ନାଡାଲ ଓ ସିମୋନା ହାଲେପ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର କୋଭିଡ୍‌ ନିୟମ...

୩ ଓଭର ମେଡେନ ପକାଇବା ରେକର୍ଡ ଅଧିକାରୀ ଦୀପ୍ତି

ନୂଆଦିଲ୍ଲୀ,୨୫।୯: ଅଲରାଉଣ୍ଡର ଦୀପ୍ତି ଶର୍ମା ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁରାଟଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଏକ ବିରଳ ରେକର୍ଡ ଅଧିକାରୀ ହୋଇଛନ୍ତି। ସେ...

Advertisement
Archives

Model This Week