ରାଜୀବଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ଗୀତା

ମୁମ୍ବାଇ: ବଲିଉଡ୍‌ର ଆଗଧାଡିର କୋରିଓଗ୍ରାଫର ଗୀତା କପୁର ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି। ବଲିଉଡ୍‌ର ପପୁଲାର ଗୀତ ତୁଝେ ୟାଦ ନା ମେରି ଆଇ(କୁଛ କୁଛ ହୋତା ହୈ), ହେ ବେବି(ହେ ବେବି) ଶିଲା କି ଯଓ୍ବାନି(ତିସ ମାର ଖାନ), ଅନାରକଲି ଡିସ୍କୋ ଚଲି(ହାଉସ ଫୁଲ ୨) ଆଦିରେ ନୃତ୍ୟ ନିର୍ଦ୍ଦେଶନା ଦେଇ ସମସ୍ତଙ୍କ ନିକଟତର ହୋଇ ପାରିଛନ୍ତି ଏହି କୋରିଓଗ୍ରାଫର। ମାତ୍ର ୧୫ ବର୍ଷ ବୟସରେ ଫରାହା ଖାନଙ୍କ ଗ୍ରୁପରେ ଯୋଗ ଦେଇଥିବା ଗୀତା କପୁର ଏବେ ଗୀତା ମା’ ଭାବେ ବେଶ୍‌ ପରିଚିତ। କୁଛ କୁଛ ହୋତା ହୈ, ଦିଲ ତୋ ପାଗଲ ହୈ, କଭି ଖୁସି କଭି ଗମ୍‌, ମୋହବତେ, କଲ ହୋ ନା ହୋରେ ମଧ୍ୟ ଗୀତାଙ୍କ କାମକୁ ବେଶ୍‌ ପ୍ରଶଂସା ମିଳିଛି। ପର୍ସନାଲ ଲାଇଫ୍‌ କଥା କହିଲେ ଆଜି ପର୍ଯ୍ୟନ୍ତ ଅବିବାହିତ ଥିବା ଗୀତାଙ୍କର କୁଆଡେ ଅଭିନେତା ରାଜୀବ ଖିଞ୍ଚିଙ୍କ ସହ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଏ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେବା ପରେ ଗଣମାଧ୍ୟମରେ ଗୀତା-ରାଜୀବ ପରସ୍ପରକୁ ଡେଟ୍‌ କରୁଛନ୍ତି ବୋଲି ମଧ୍ୟ ଦାବି କରାଯାଇଥିଲା। ହେଲେ ଏମାନେ ଏ ସମ୍ପର୍କରେ କିଛି କହି ନ ଥିଲେ। ଅସଲରେ ରାଜୀବ ଜଣେ ଆକ୍ଟର, କୋରିଓଗ୍ରାଫର ଓ ଡାଇରେକ୍ଟର ହୋଇଥିବା ବେଳେ ତାଙ୍କ ହାତରେ କିନ୍ତୁ ସେମିତି କିଛି ବଡ ପ୍ରୋଜେକ୍ଟ ନ ଥିବା ଦେଖାଯାଇଛି। ନ୍ୟୁୟର୍କର ମେଡିସନ ସ୍କୋୟାରରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦିଙ୍କ ଇଭେଣ୍ଟରେ କୋରିଓଗ୍ରାଫର ଭାବେ କାମ ସେ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ବର୍ଷ ପରେ କରନ୍‌ଙ୍କ ଫିଲ୍ମରେ ନଜର ଆସିବେ ସଲମାନ୍‌; ଡିସେମ୍ବରରୁ ଶୁଟିଂ

ବମ୍ବେ: ପ୍ରାୟ ୨୫ ବର୍ଷ ପରେ ଲୋକପ୍ରିୟ ବଲିଉଡ୍‌ ଫିଲ୍ମନିର୍ମାତା କରନ୍‌ ଜୋହରଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି ସୁପରଷ୍ଟାର ସଲମାନ ଖାନ୍‌। କରନ୍‌ ନିର୍ଦ୍ଦେଶନା...

ଅମିତାଭଙ୍କ ନାତିଙ୍କ ସହ ଡେବ୍ୟୁ କରିବେ ସୁହାନା

ମୁମ୍ବାଇ: ଏବେ ଆସିଛି ଷ୍ଟାର କିଡଙ୍କ ଜମାନ । ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା, ଶାହାରୁଖ ଖାଁଙ୍କ ଝିଅ ସୁହାନା ଖାଁ ଓ ଶ୍ରୀଦେବୀଙ୍କ...

କମଲ ଆର୍‌ ଖାଁଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି

ବମ୍ବେ: ଅଡ଼ୁଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା କମଲ ଆର୍‌ ଖାଁ। ସର୍ବଦା ସେ ସୋସିଆଲ ମିଡିଆରେ ଫିଲ୍ମ ନଚେତ ଲୋକପ୍ରିୟ ସେଲିବ୍ରିଟିଙ୍କୁ କଟାକ୍ଷ...

ଢୋଲ ବଜାଇ ଦୁର୍ଗାପୂଜା ପାଳନ କଲେ ନୁଶରତ

ଅଭିନେତ୍ରୀ ତଥା ଏମ୍‌ପି ନୁଶରତ୍‌ ଜହାଁ ଢୋଲ ଭିନ୍ନ ଢଙ୍ଗରେ ଦୁର୍ଗାପୂଜା ପାଳନ କରିଛନ୍ତି। ପବିତ୍ର ମହାଷ୍ଟମୀ ଅବସରରେ ସେ ସ୍ବାମୀ ନିଖିଲ ଜୈନଙ୍କ ସହ...

ନେହାଙ୍କ ଲେହେଙ୍ଗାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଗତ ବର୍ଷ ରୋହନପ୍ରୀତ ସିଂଙ୍କୁ ବିବାହ କରିବା ପରଠାରୁ ତାଙ୍କୁ ନେଇ ସର୍ବଦା ଚର୍ଚ୍ଚା...

ଦୁଇ ସନ୍ତାନର ବାପାଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡରେ ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ପ୍ରମାଣ କରିଦେଇଛନ୍ତି ଯେ, ପ୍ରେମ ବୟସ, ଧର୍ମ ଏସବୁରୁ ଊର୍ଦ୍ଧ୍ୱରେ। ପ୍ରେମରେ କିଛି ଦେଖାଯାଏ ନାହିଁ। ତେବେ ଅନେକ...

ଓଏମ୍‌ଜି ୨କୁ ‘ଏ’ ସାର୍ଟିଫିକେଟ୍‌

ମୁମ୍ବାଇ,୨ା୮: ଅକ୍ଷୟ କୁମାରଙ୍କ ଅଭିନୀତ ହିନ୍ଦୀ ସିନେମା ‘ଓହ ମାଇଁ ଗଡ୍‌’ର ସିକ୍ୱେଲ ‘ଓଏମ୍‌ଜି ୨’କୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ ପକ୍ଷରୁ ‘ଏ’...

ପ୍ରଥମ ସ୍ତ୍ରୀଙ୍କୁ ଚିହ୍ନିବାକୁ ବି ମନା କରିନେଇଥିଲେ ଏହି ପ୍ରସିଦ୍ଧ ଗାୟକ, ଲୁଚିଛପି କରିଥିଲେ ଦ୍ୱିତୀୟ ବିବାହ

ଗାୟକ ଉଦିତ ନାରାୟଣ ୯୦ ଦଶକରୁ ଶହ ଶହ ସୁପରହିଟ ଗୀତ ଗାଇ ବଲିଉଡରେ ନିଜର ସ୍ବରର ଯାଦୁ ଦେଖାଇ ଚାଲିଛନ୍ତି॥ ହିନ୍ଦୀ ବ୍ୟତୀତ ସେ...

Advertisement
Archives

Model This Week