କେବଳ ବିବାହିତ ସେଲିବ୍ରିଟି ନୁହେଁ, ଡାକ୍ତରଙ୍କ ପ୍ରେମରେ ବି ପଡିଥିଲେ କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ୍ କଙ୍ଗନା ରାନାୱତ ତାଙ୍କ ବେକାକୁ ବୟାନକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ତା’ଠାରୁ ଅଧିକ ଚର୍ଚ୍ଚାରେ ରୁହନ୍ତି ତାଙ୍କ ପର୍ସନାଲ ଆଫେୟାର୍ସକୁ ନେଇ । ପ୍ରଥମେ ଏହି ନାୟିକାଙ୍କ ନାମ କେତେଜଣ ବିବାହିତ ସେଲିବ୍ରିଟିଙ୍କ ନାମ ସହ ଯୋଡି ଦିଆଯାଇଥିବା ବେଳେ ଏବେ କିନ୍ତୁ ସିଙ୍ଗଲ ଅଛନ୍ତି କଙ୍ଗନା । ପ୍ରଥମେ ଆଦିତ୍ୟ ପାଞ୍ଚୋଲିଙ୍କ ସହ ତାଙ୍କର ଆଫେୟାର୍ସ ଥିବା ଆଲୋଚନା ହୋଇଥିଲା । ହେଲେ ଏହା ବେଶିଦିନ ତିଷ୍ଠି ପାରି ନ ଥିଲା । ଖୁବ୍ କମ୍ ସମୟ ମଧ୍ୟରେ ବ୍ରେକ ହୋଇଯାଇଥିଲା । ଏହାପରେ କଙ୍ଗନାଙ୍କ ନାଁ ସହ ଯୋଡି ଦିଆଗଲା ଅଧ୍ୟୟନ ସୁମନଙ୍କ ନାଁ । ହେଲେ ଏହି ସମ୍ପର୍କରେ ଖୁବ ଶୀଘ୍ର ଫାଟ ସୃଷ୍ଟି ହେଲା । କେବଳ ସେତିକି ନୁହେଁ ଅଧ୍ୟୟନ କଙ୍ଗନାଙ୍କ ନାଁରେ ଗମ୍ଭିର ଅଭିଯୋଗ ବି ଆଣିଥିଲେ । ଏହାପରେ କଙ୍ଗନାଙ୍କ ନାମ ଚର୍ଚ୍ଚା, ହେଲା ବିବାହିତ ଅଜୟ ଦେବଗନଙ୍କ ସହ । ହେଲେ ଉଭୟ ଏହାକୁ ଏକ ମିଥ୍ୟା ଖବର ବୋଲି କହିଥିଲେ । ଏହାପରେ କଙ୍ଗନା ପଡିଲେ ଡାକ୍ତର ନିକୋଲସ ଲାଫର୍ଟିଙ୍କ ପ୍ରେମରେ । ହେଲେ ଏହାକୁ ବି ବାନ୍ଧି ରଖିପାରିଲେ ନାହିଁ ନାୟିକା ।
ଏତିକିରେ ସରିଲା ନାହିଁ କଙ୍ଗନାଙ୍କ ପ୍ରେମ ଜର୍ନି । ବିବାହ ବିଚ୍ଛେଦ ପରେ ହ୍ରିତିକ ରୋଶନଙ୍କ ସହ କଙ୍ଗନାଙ୍କ ନାମକୁ ଯୋଡି ଦିଆଗଲା । ହେଲେ ଏଥିରେ ସଫଳ ନ ହେବା ପରେ ଏବେ କଙ୍ଗନା ସବୁବେଳେ ହ୍ରିତିକଙ୍କୁ ଟାର୍ଗେଟ କରୁଥିବା ଦେଖାଯାଇଛି । ବଳିଉଡ୍ ଅଭିନେତ୍ରୀ କଙ୍ଗନା ମାର୍ଚ୍ଚ ୨୩ରେ ତାଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଆଗାମୀ ଦିନରେ ସେ ଧାକଡ, ତେଜସ ଓ ସୀତା ଭଳି ମୁଭିର ଦେଖାଦେବେ ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟିମେଣ୍ଟ ସିନ୍‌କୁ ନେଇ ଅଭିନେତ୍ରୀଙ୍କୁ ମାରିଦେଲେ ସ୍ବାମୀ: ଆଉ ତା ପରେ…

ସାଉଥ୍‌ ଅଭିନେତ୍ରୀ ଭିଜେ ଚିତ୍ରା ଗତ ଡିସେମ୍ବତ ୯ରେ ଆତ୍ମହତ୍ୟା କରିଥିଲେ। ଏକ ହୋଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାପରେ ପୋଲିସ ଚିତ୍ରାଙ୍କ...

କବିତା ମାଧ୍ୟମରେ କରୋନା ଯୋଦ୍ଧାଙ୍କ ସଂଘର୍ଷର କଥା କହିଲେ ସୋନାକ୍ଷୀ

ମୁମ୍ବାଇ: କରୋନା ମହାମାରୀକୁ ଦୂରେଇ ଦେବା ପାଇଁ ଦେଶରେ ଲାଗୁ କରାଯାଇଥିଲା ଲକ୍‌ଡାଉନ। ଏହି ସମୟରେ କରୋନାକୁ ଦୂରେଇ ଦେବାକୁ ଘରଠାରୁ ଦୂରରେ ରହି ଏକ...

ମୁମ୍ବାଇରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଅଭିନେତା, ମୂଲ୍ୟ ଜାଣିଲେ …

ମୁମ୍ବାଇ: ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ କିଛି କମ୍‌ ନୁହେଁ। ‘ଉଡାନ’ ଏବଂ ‘ଜୟ ଭୀମ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ...

ଅମିଶାଙ୍କ କନ୍ୟାଦାନ କରିବାକୁ ଚାହୁଥିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ‘ଗଦର ୨’ର ଅଭିନେତ୍ରୀ ଅମିଶା ପଟେଲ ନିକଟରେ ଏକ ସାକ୍ଷାତକାରରେ ଅଭିନେତା ସଞ୍ଜୟ ଦତ୍ତଙ୍କ ବିଷୟରେ କିଛି କହିଛନ୍ତି। ସଞ୍ଜୟ ତାଙ୍କ ପାଇଁ ୨୦...

ଆହତ ହେଲେ ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଖୁବଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’...

ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଇଶିତା ଦତ୍ତ। ଦୃଶ୍ୟମ୍‌-୨ରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଇଶିତା ପ୍ରଶଂସକଙ୍କୁ...

ବର୍ଷାଙ୍କ ପରେ ଏବେ ଅନୁଭବ: ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ପିଟିଶନ୍‌ ଦାଖଲ; ଆଣିଲେ ଏଭଳି ସଙ୍ଗିନ ଅଭିଯୋଗ

ଭୁବନେଶ୍ୱର,୬।୯(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପରେ ଏବେ ସ୍ବାମୀ ଏମ୍‌ପି ଅନୁଭବ ମହାନ୍ତି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଅନୁଭବ...

ମହାଭାରତର ଏହି ଭୂମିକା ଲାଗି ସାଇନ୍‌ କରିଥିଲେ ଜୁହି ଚାଓ୍ବଲା, ପରେ କରିଥିଲେ ମନା

ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ...

Advertisement
Archives

Model This Week