ନିଉତା ବାଣ୍ଟିଲେ ହନୁମାନ

ସମ୍ବଲପୁର,୧୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହରେ ସାମିଲ ହେବାକୁ ସୋମବାର ହନୁମାନ ନିଉତା (ଗୁଆଗୁଣ୍ଡା) ବିଧି ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ ବୀର ହନୁମାନ ଭକ୍ତଙ୍କ ଗହଣରେ ଦେବଦେବୀଙ୍କୁ ନାରିକେଳ, ଗୁଆ, ପଇତା, ହଳଦୀ, ମିଷ୍ଟାନ୍ନ, ବସ୍ତ୍ର ଅର୍ପଣ କରି ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱର ବାବା, ବଡବଜାରର ଶୀତଳେଶ୍ୱର ବାବା, ଠାକୁରପଡାର ଗୁପ୍ତେଶ୍ୱର ବାବା, ବୁଢାରଜା ମହାଦେବ, ଦୁର୍ଗାପାଲି ଗୁଡେଶ୍ୱର ବାବା ଓ ଐତିହାସିକ ବାଲିବନ୍ଧା ସୋମନାଥ ବାବା ଓ ମାତା ପାର୍ବତୀଙ୍କ ବିବାହୋତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରମରେ ଝାଡୁଆପଡା ଆରଣ୍ୟକ ଯାତ୍ରା କମିଟି ପଣ୍ଡିତ ମହେନ୍ଦ୍ର ପୂଜାରୀ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପୂଜକ ରାମନାଥ ମହାପାତ୍ର ରୌପ୍ୟ ଖଚିତ ପରାତରେ ଗୁଆଁଗୁଡା ସାମଗ୍ରୀ ଧରି ମନ୍ଦିରରୁ ବାହାରିଥିଲେ। ବରପିତା ଅମରନାଥ ସୂପକାରଙ୍କ ସହ ଯାତ୍ରା କମିଟି କର୍ମକର୍ତ୍ତା ହନୁମାନ ନିଉତା ଶୋଭାଯାତ୍ରାରେ ସାମିଲ ଥିଲେ। ମୁଦିପଡା ବରପିତା ମଧୁସୂଦନ ନେଗି, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ଗୋବିନ୍ଦ ପଣ୍ଡା ଅଞ୍ଚଳର ଦେବଦେବୀ ଲକ୍ଷ୍ମୀ, ଗଣେଶ, ଦୁର୍ଗା, ବୈଷ୍ଣଦେବୀ, ରାମଲକ୍ଷ୍ମଣ ସୀତା, ଶନି, ରାଧାକୃଷ୍ଣ, ଭୈରବି, ହନୁମାନ ଓ ଜଗନ୍ନାଥ ମନ୍ଦିରରେ ନିଉତା ଦେଇଥିଲେ। ବୀର ହନୁମାନ ସୁସଜ୍ଜିତ ରଥରେ ଶୀତଲେଶ୍ୱର ବାବାଙ୍କ ପୀଠରୁ ବାହାରି ରାମଜୀଗୁଡି ଛକସ୍ଥିତ କୁଠା ଜଗନ୍ନାଥ, ରାମ ମନ୍ଦିର, ପାଟଣେଶ୍ୱରୀ, ସମଲେଶ୍ୱରୀ, ବଡବଜାର ନୃସିଂହ ମହାପ୍ରଭୁ, ଧୁବାପଡା ଘିକୁଣ୍ଡି ମନ୍ଦିର, ଗୀତା ଗୁଡି, ବାଲିବନ୍ଧା ବୁଢ଼ିମା ମନ୍ଦିର, କୁଷ୍ଠାପଡା ରାଧାକୃଷ୍ଣ ମନ୍ଦିର, ମାଲିପଡା ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ଦେଇଥିଲେ। ଠାକୁରପଡା ଯାତ୍ରା କମିଟି ସଭାପତି ଶିବ ପ୍ରଧାନଙ୍କ ପରିଚାଳନାରେ ନିଉତା କାର୍ଯ୍ୟକ୍ରମ ହୋଇଥିଲା ା ହନୁମାନ ଭକ୍ତଙ୍କ ଗହଣରେ ଯାଇ ଠାକୁରପଡା, ଦଶମତି କଲୋନୀ, ଗୋପାଲମାଲ, କୁଲୁତାଦାନୀପାଲି, ବେହେରାମୁଣ୍ଡ, ପାଞ୍ଚଗଚ୍ଛିଆ ଅଞ୍ଚଳର ଦେବଦେବୀଙ୍କୁ ନିଉତା ଦେଇଥିଲେ। ବାଲିବନ୍ଧା ସୋମନାଥ ବାବାଙ୍କ ପୀଠରୁ ଟ୍ରଷ୍ଟ ସଭାପତି ନିହାର ରଞ୍ଜନ ବହିଦାରଙ୍କ ପରିଚାଳନାରେ ଶ୍ରୀକୃଷ୍ଣ ନିଉତା ହୋଇଥିଲା। କରୋନା କଟକଣା ଯୋଗୁ କାର୍ଯ୍ୟକ୍ରମ ନିରାଡମ୍ବର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୪ ପୋଖରୀରୁ ପୋତିହେଲେଣି ୧୮

କେନ୍ଦ୍ରାପଡ଼ା ଅଫିସ, ୮ା୧୦: ରାଜ୍ୟର ଅଧିକାଂଶ ଜଳଉତ୍ସ ପ୍ରଦୂଷିତ। ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିକଟରେ କେନ୍ଦ୍ରୀୟ...

କମିନି କଣ୍ଢେଇ ନାଚର ଆଦର

ଢେଙ୍କାନାଳ ଅଫିସ, ୧୫।୨: ଢେଙ୍କାନାଳ କଣ୍ଢେଇ ନାଚ ପରମ୍ପରା ଅର୍ଦ୍ଧଶତାବ୍ଦୀ ପୁରୁଣା। କଳାକାରର ହାତ ଆଙ୍ଗୁଠିରେ ନୃତ୍ୟ କରୁଥିବା କଣ୍ଢେଇର ଅଙ୍ଗଭଙ୍ଗୀ ବିଭୋର କରିଥାଏ ଦର୍ଶକଙ୍କୁ। ଜିଲାର...

ହୀରାକୁଦରେ ଖୋଲିଲା ଆଉ ୫ ଗେଟ୍‌

ଭୁବନେଶ୍ୱର,୧୬।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏ ନେଇ ଆଉ ୫ଟି ଗେଟ୍‌ ଖୋଲାଯାଇଛି। ଏହାକୁ ମିଶାଇ ମୋଟ ୩୧ଟି ଗେଟ୍‌ ଦେଇ ବନ୍ୟାଜଳ...

ଅଭୟାରଣ୍ୟରେ ବଢ଼ୁଛି ଭୟ

ଦେଶର ସର୍ବବୃହତ୍‌ ବିଷୁବ ମଣ୍ଡଳୀୟ ଜଙ୍ଗଲ ଭାବେ ପ୍ରସିଦ୍ଧ ଶିମିଳିପାଳ। ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ଅମ୍ଳଜାନ କେନ୍ଦ୍ର। ଜାତୀୟ ଉଦ୍ୟାନ,ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ...

ଗୁଧିରାମପଡ଼ାରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ପାଟଣା, ୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ୫...

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ ପ୍ରକାଶ

ଭୁବନେଶ୍ୱର/ସମ୍ବଲପୁର,୧୪।୪(ବ୍ୟୁରୋ): ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ...

ନାଇଜେରିଆନ ଗ୍ୟାଙ୍ଗ୍‌ ସଦସ୍ୟ ଗିରଫ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ସାଇବର ଠକେଇରେ ସମ୍ପୃକ୍ତ ନାଇଜେରିଆନ ଗ୍ୟାଙ୍ଗ୍‌ର ଆଉଜଣେ ସଦସ୍ୟଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ସେ ହେଲେ ଉକୁଉଦିରି ପାଶ୍ଚାଲ (୪୦)। ଦିଲ୍ଲୀ...

ପୋଲିସ କର୍ମଚାରୀଙ୍କୁ ଠେଲାପେଲା ଘଟଣା: ଚାଳକ ଗିରଫ, କାର୍‌ ଜବତ

ଦାରିଙ୍ଗବାଡ଼ି,୩ା୧(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କୁ ଠେଲାପେଲା ସହ ଦୁର୍ବ୍ୟବହାର ଅଭିଯୋଗରେ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଗାଡ଼ି ଚାଳକଙ୍କୁ ପୋଲିସ ଗୁରୁବାର ଗିରଫ...

Advertisement
Archives

Model This Week