ମଞ୍ଚରେ ଅଭିନୟବେଳେ ଟଳିପଡ଼ିଲେ ହନୁମାନ କଳାକାର ମିଥୁନ, ଲୁହରେ ଭିଜିଲା ପୂରା ଗାଁ…

ଦିଗପହଣ୍ଡି,୨୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ଲୋକପ୍ରିୟ ମଞ୍ଚ କଳାକାର ମିଥୁନ ପ୍ରଧାନ (୩୫)ଙ୍କର ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଛି। କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଅବସରରେ ରାମାୟଣ ନାଟକ ପରିବେଷଣ ଚାଲିଥିବାବେଳେ ସେ ମଞ୍ଚ ଉପରେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କଳାକାରଙ୍କ ଏହି ଅଚାନକ ବିୟୋଗରେ ପୂରା ଗାଁ ଲୁହରେ ଭିଜିଛି।

ରାମାୟଣ ନାଟକରେ ହନୁମାନ ଭୂମିକାରେ ଅଭିନୟ କରି ସେ ‘ମିଥୁନ ହନୁ’ ଭାବେ ବେଶ ପରିଚିତ ଥିଲେ। ଦାନ୍ତରେ ନଡ଼ିଆ କତା ଛଡ଼ାଇବା ଓ ବାଇକ ଉଠାଇବା ଭଳି ଅଭିନୟ ପାଇଁ ସେ ଦର୍ଶକଙ୍କ ପ୍ରିୟ ଥିଲେ। ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମରେ ଥିବା ରାମାୟଣ ନାଟକର ହନୁମାନ ଚରିତ୍ରରେ ଅଭିନୟ ପାଇଁ ଅତିଥି କଳାକାର ଭାବେ ନିମନ୍ତ୍ରିତ ହୋଇଯାଉଥିଲେ। ତାଙ୍କ ଅକାଳ ବିୟୋଗ ସମଗ୍ର ଗଞ୍ଜାମ ଜିଲା ମଞ୍ଚ କଳାର ଅପୂରଣୀୟ କ୍ଷତି ଘଟିଛି। ଜିଲାବାସୀ ଜଣେ ବିଖ୍ୟାତ କଳାକାରଙ୍କୁ ହରାଇଛି ବୋଲି ଗ୍ରାମର ସାମାଜିକ କର୍ମୀ ତଥା ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ତାଙ୍କର ସ୍ତ୍ରୀ ଓ ୨ ଟି ଝିଅ ଅଛନ୍ତି। ପରଲୋକ ଖବର ପାଇ ବୁଧବାର ବହୁ ବିଶିଷ୍ଟ ବ୍ୟକ୍ତି, ସାଥୀ ମଞ୍ଚ କଳାକାର ବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ହରାଇ ଫାଇନାଲରେ ଶ୍ରୀଲଙ୍କା

ଦୋହା,୨୬ା୧୧: ଏସିସି ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କା-ଏ’ ୮ ଉଇକେଟରେ ଭାରତ-ଏ’କୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଭାରତ-ଏ’…

ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଆୟୋଜନ କରିବ ଏକ ଉଚ୍ଚସ୍ତରୀୟ ବୈଠକ; ଏଥିରେ ରହିବେ ମୋଦି, ଶାହା, ନଡ୍ଡା

ନୂଆଦିଲ୍ଲୀ,୨୬।୧୧: ନଭେମ୍ବର ୨୭ ଏବଂ ୨୮ ତାରିଖରେ ଦିଲ୍ଲୀସ୍ଥିତ ପୁସା (Pusa) ପରିସରରେ ଭାଜପାର ଜାତୀୟ ପଦାଧିକାରୀମାନଙ୍କର ଏକ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବ। ଏହି…

ଲଗାତାର Playing 11ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ମିଳିବାରୁ ବିଶେଷଜ୍ଞଙ୍କ କଡ଼ା ସମାଲୋଚନା; ଗମ୍ଭୀରଙ୍କୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ (IPL) ରେ ଚମତ୍କାର ପ୍ରଦର୍ଶନ କରିବା ପରେ, ବୈଭବ ସୂର୍ଯ୍ୟବଂଶୀ ଚଳିତ ବର୍ଷ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି। ସେ ଭାରତ ପାଇଁ ଟି-୨୦…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଖୋଜୁଛି ପୋଲିସ

ଛତ୍ରପୁର,୨୬।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ବିଲ ମଝିରେ ଫିଙ୍ଗିଦେବା ଘଟଣା…

ପାଟଣା ବଜାରରେ ତମାଖୁ ବିରୋଧୀ ମିଳିତ ଚଢ଼ାଉ: ୩୬ ଦୋକାନରୁ ଆଦାୟ ହେଲା ଜରିମାନା

ପାଟଣା, ୨୬/୧୧ (ବୀର କିଶୋର ଦାଶ): ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ପାଟଣା ବଜାର ଅଞ୍ଚଳର ୩୬ଟି ଦୋକାନରେ ଗୁରୁବାର ମିଳିତ…

ପାଟଣା ରେଞ୍ଜରେ ହାତୀ ଆତଙ୍କ: ଘର ଭାଙ୍ଗିଲେ, ଧାନ ଫସଲ ନଷ୍ଟ କଲେ ୨୯ ଟିକିଆ ହାତୀପଲ

ପାଟଣା, ୨୬।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ବୁଧବାର ସନ୍ଧ୍ୟାରେ ୨୯ ଟିକିଆ ହାତୀପଲ ପ୍ରବେଶ କରି ଉପଦ୍ରବ ସୃଷ୍ଟି କରିଛନ୍ତି। କରଞ୍ଜିଆ ରେଞ୍ଜରୁ…

ଦିଗପହଣ୍ଡି କୋର୍ଟରେ ସମ୍ବିଧାନ ଦିବସ ପାଳିତ: ମୌଳିକ କର୍ତ୍ତବ୍ୟ-ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଗୁରୁବାର ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।…

ସ୍ବାଭିମାନ ଅଞ୍ଚଳରେ ଚାଞ୍ଚଲ୍ୟ: ଗଛ ପକାଇ ରାସ୍ତା ଅବରୋଧ

ଚିତ୍ରକୋଣ୍ଡା,୨୬।୧୧(ଶିବଦତ୍ତ ସାହୁ ): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ତଥା ଚିତ୍ରକୋଣ୍ଡା ବ୍ଲକ ଦୁର୍ଗମ ଅଞ୍ଚଳ ରାଲେଗାଡା ପଞ୍ଚାୟତ ଅଧୀନସ୍ତ ପଦ୍ମଗିରି-ଲିମାଟାଣ୍ଡି ରାସ୍ତାରେ ଗୁରୁବାର ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?