ସମୁଦ୍ରକୁ ଯାଉଛି ଅଧା ପାଣି

ଭୁବନେଶ୍ୱର,୨୩ା୮(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ଓ ସ୍ବଳ୍ପ ବୃଷ୍ଟିପାତ କାରଣରୁ ଅଧିକାଂଶ ନଦୀରେ ଜଳପ୍ରବାହ କ୍ରମଶଃ ହ୍ରାସ ପାଇଚାଲିଛି। ଓଡ଼ିଶାର ଅନେକ ନଦୀ ବର୍ଷାଦିନେ ଶୁଖିଲା ପଡୁଛି। ଜଳ ସଂରକ୍ଷଣ ନ କଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ପରିବେଶବିତ୍‌ ଚେତାବନୀ ଦେଲେଣି। ରାଜ୍ୟରେ ଥିବା ପ୍ରମୁଖ ନଦୀ ଜଳକୁ ଅଟକା ଯାଇପାରୁ ନାହିଁ। ଅଧାରୁ ଅଧିକ ପାଣି ସମୁଦ୍ର ଗର୍ଭକୁ ଚାଲିଯାଉଛି। ୨୦୫୧ ବେଳକୁ ରାଜ୍ୟରେ ଉତ୍କଟ ପାନୀୟଜଳ ସଙ୍କଟ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି।
ରାଜ୍ୟରେ ବଡ଼ ସମେତ ଶାଖା ଓ ଉପନଦୀକୁ ମିଶାଇ ପ୍ରାୟ ୩୩ ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ରାଜ୍ୟର ୧୧ ପ୍ରମୁଖ ନଦୀରୁ ସେହି ସବୁ ନଦୀ ଜଳପ୍ଳାବିତ ହୋଇଥାଆନ୍ତି। ତେବେ ପ୍ରମୁଖ ନଦୀଗୁଡ଼ିକରୁ ମିଳୁଥିବା ପାଣିକୁ ବିନିଯୋଗ ପାଇଁ ରୋକାଯାଇପାରୁନାହିଁ। ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧାରା, ବୁଢ଼ାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ବାହୁଦା, ନାଗାବଳୀ ଏବଂ ସୁବର୍ଣ୍ଣରେଖା ନଦୀର ୯୫,୫୪୦ ନିୟୁତ କ୍ୟୁବିକ୍‌ ମିଟର ଜଳଧାରଣ କ୍ଷମତା ରହିଛି। ସେଥିରୁ ଚାଷ, ପାନୀୟ, ଦୈନନ୍ଦିନ ବ୍ୟବହାର ଏବଂ ପରିବେଶ ପାଇଁ ୪୪,୮୯୪.୦୯ ନିୟୁତ କ୍ୟୁବିକ୍‌ ମିଟର ଜଳ ଉପଯୋଗ ହେଉଛି। ଏ ସବୁ ସତ୍ତ୍ୱେ ନଦୀଗୁଡ଼ିକରେ ଆହୁରି ୫୦,୬୪୫.୯୧ ନିୟୁତ କ୍ୟୁବିକ୍‌ ମିଟର ଜଳ ବଳକା ରହୁଛି, ଯାହାକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ତାହା ସିଧାସଳଖ ସମୁଦ୍ରକୁ ବୋହିଯାଉଛି।
ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏବେଠୁ ଉତ୍କଟ ଜଳାଭାବ ଦେଖାଦେଲାଣି। ନଦୀଗୁଡ଼ିକ ଉପରେ ପାନୀୟଜଳ ଲାଗି ନିର୍ଭର କରୁଥିବା ସହରଗୁଡ଼ିକ ଆସନ୍ତା ୨୦ ବର୍ଷ ମଧ୍ୟରେ ଭୟଙ୍କର ଜଳସଙ୍କଟର ସମ୍ମୁଖୀନ ହେବେ ବୋଲି ପରିବେଶବିତ୍‌ ଆଶଙ୍କା କଲେଣି। ଜନସଂଖ୍ୟା ଯେପରି ବଢ଼ିଚାଲିଛି ଆଗକୁ କଟକ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ରାଉରକେଲା, ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସହରକୁ ପାନୀୟଜଳ ଯୋଗାଇବା କାଠିକର ପାଠ ହୋଇଯିବ। ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ, ୨୦୦୧ରେ ରାଜ୍ୟର ପ୍ରମୁଖ ନଦୀର ଜଳଧାରଣ କ୍ଷମତା ୧୨୦.୩୯୭ ନିୟୁତ କ୍ୟୁବିକ୍‌ ମିଟର (ବିସିଏମ୍‌) ଥିବା ବେଳେ ୨୦୫୧ ବେଳକୁ ଏହା ୧୦୮.୧୧୩ ବିସିଏମ୍‌କୁ ଖସିଆସିବ। ନଦୀଜଳ ପ୍ରବାହ ହ୍ରାସକୁ ନେଇ ସୁପ୍ରିମ୍‌କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରବାହିତ ଜଳକୁ ସଂରକ୍ଷଣ କରିବା ପାଇଁ ୪ଟି ବୃହତ୍‌ ବ୍ୟାରେଜ୍‌ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବ୍ରାହ୍ମଣୀ ନଦୀର ଦୁବୁଲାପାଲ, ନୂଆଘର, ସନ୍ତେଇଭଞ୍ଜ, କୋଏଲ ନଦୀର ଝାରବେତାଠାରେ ବ୍ୟାରେଜ୍‌ ନିର୍ମାଣ କରାଯିବ। ଏଗୁଡ଼ିକର ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହାଛଡ଼ା ପ୍ରବାହିତ ଜଳକୁ ଅଟକାଇବା ଲାଗି ରାଜ୍ୟ ସରକାର ୨୦୨୦ ଫେବୃୟାରୀରେ ନଦୀଗର୍ଭ ଜଳାଶୟ(ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର) ଯୋଜନା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାର ବିଭିନ୍ନ ନଦୀରେ ୪୬ଟି ଇନ୍‌ଷ୍ଟ୍ରିମ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର ନିର୍ମାଣ କରିବାକୁ ଯାଉଛନ୍ତି। ୨୦୨୧-୨୨ରେ ପ୍ରଥମ ପର୍ଯ୍ୟାୟରେ ୩୦ଟି ଓ ୨୦୨୨-୨୩ ଦ୍ୱିତୀୟ ପର୍ଯ୍ୟାୟରେ ୧୬ଟି ନଦୀଗର୍ଭ ଜଳ ରୋକିବାକୁ ବନ୍ଧ ନିର୍ମାଣ କରିବେ। ପ୍ରଥମ ପର୍ଯ୍ୟାୟର ୩୦ଟିରୁ ୧୭ଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିମଧ୍ୟରେ ରହିଛି ମହାନଦୀର ଜଗତ୍‌ସିଂହପୁର ଜିଲା ଚୌଧୁରୀଗଡ଼ା ନିକଟ ଏବଂ ପାଇକା ନଦୀର ଜଗତ୍‌ସିଂହପୁର ଜିଲା ତିକିରି ନିକଟ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର। ଆଉ ୧୩ଟି ଟେଣ୍ଡର ପର୍ଯ୍ୟାୟରେ ରହିଛି ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।
ପରିବେଶବିତ୍‌ ରଞ୍ଜନ ପଣ୍ଡା କହିଛନ୍ତି, ନଦୀର ସ୍ରୋତକୁ ରୋକିବା ପାଇଁ ବଡ଼ ବଡ଼ ବ୍ୟାରେଜ ନିର୍ମାଣ ହେବା ଉଚିତ ନୁହେଁ। ମାତ୍ର ଜୈବବିବିିଧତାକୁ ସୁରକ୍ଷା ଦେଇ ନଦୀରୁ ସମୁଦ୍ରକୁ ବୋହିଯାଉଥିବା ଅଧିକ ବର୍ଷାପାଣିକୁ ଛୋଟ ଛୋଟ ଷ୍ଟ୍ରକ୍ଚର ମାଧ୍ୟମରେ ସଂରକ୍ଷଣ କରିବା ଦରକାର। ଏହାଦ୍ୱାରା ଭୂଗର୍ଭରେ ଜଳ ସଂରକ୍ଷଣ ହେବା ସହ ଜଳସଙ୍କଟ ଦୂର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?