Posted inଜାତୀୟ

ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡକୁ ନେଇ ଥରି ଉଠିଲା ମେରଠ

ମେରଠ,୨୩ ।୮: ଉତ୍ତର ପ୍ରଦେଶର ମେରଠ ଗାଟିଏ ପରେ ଗୋଟିଏ ହତ୍ୟାକାଣ୍ଡକୁ ନେଇ ଏକ ପ୍ରକାର ଥରି ଉଠିଛି । ପ୍ରାୟ ୧୦ ଘଣ୍ଟା ମଧ୍ୟରେ ୩ଟି ଗାଁରେ ହୋଇଥିବା ୩ ହତ୍ୟାକାଣ୍ଡକୁ ନେଇ ଜିଲାରେ ଏବେ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ସୋମବାର ରୋହଟା ଗାଁରେ ବାଇକରେ ଆସିଥିବା ଦୁର୍ବୁତ୍ତ ଘର ବାହାରେ ଠିଆ ହୋଇଥିବା ନୀଲମ(୫୦)ଙ୍କୁ ପୁଅ ସମ୍ନାରେ ଗୁଳିକରି ହତ୍ୟା କରିଛନ୍ତି ।
ଅନ୍ୟପଟେ ଜଂଗୋଠି ଗାଁରେ ବିପିନ ଓରଫ ବାଲି(୩୨)ଙ୍କ ବେକ କାଟି ଜଙ୍ଗଲରେ ଫୋପାଡି ଦିଆଯାଇଛି । ଏସପି ସିଟି ବିନୟ ଭଟନାଗର କହିଛନ୍ତି ପ୍ରେମ ପ୍ରସଙ୍ଗ ଓ ଟଙ୍କା ଲେଣଦେଣକୁ ନେଇ ହତ୍ୟାକାଣ୍ଡର ପ୍ରାଥମିକ କାରଣ ଖୋଜୁଛି ପୋଲିସ । ମୃତକ ବିପିନ ଅବିବାହିତ ଥିଲେ ଓ ସେ ପରିବାରଠାରୁ ଅଲଗା ରହୁଥିଲେ ।
ତୃତୀୟ ହତ୍ୟାକାଣ୍ଡ ହସ୍ତିନାପୁରର କୁଣ୍ଡା ଜିଲାରେ ଘଟିଛି । ସେଠାରେ ବିଟ୍ଟୁ ଓରଫ କାଳିଆ(୨୪)କୁ ଇଟାରେ ଛେଚି ହତ୍ୟା କରାଯାଇଛି । ପ୍ରାୟ ୮ଟା ସମୟରେ ବିଟ୍ଟୁଙ୍କ ମୃତଦେହ ଜଙ୍ଗଲରୁ ମିଳିଛି । ଗୋଟିଏ ଦିନ ପୂର୍ବରୁ ବିଟ୍ଟୁ ତାଙ୍କ ଭାଇ ସହ ଝଗଡା କରିଥିବାରୁ ତାଙ୍କ ଭାଇ ହିଁ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କୃଷକ-ସୁରକ୍ଷାକର୍ମୀ ମୁହାଁମୁହିଁ

ସିର୍ସା,୧୭।୭: କୃଷକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ଓ ଗିରଫକୁ କେନ୍ଦ୍ର କରି ସିର୍ସାରେ ମୁହାଁମୁହିଁ  ହୋଇଛନ୍ତି ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ। ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କ...

ପ୍ରିୟଙ୍କାଙ୍କ ମିଶନ-୨୦୨୨ ସଙ୍କଟରେ, ହାତ ଛାଡ଼ି ସାଇକେଲ ଚଳାଇବାକୁ ବାଡ଼ଡିଆଁ ଯୋଜନା…

ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରିସସ୍ଥଳେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମିଶନ-୨୦୨୨ ସଙ୍କଟରେ...

୬୦ ଲକ୍ଷ ନିଯୁକ୍ତି କେଉଁଠୁ ଆସିବ

ନୂଆଦିଲ୍ଲୀ,୧୪ା୨: ୨୦୧୩-୧୪ରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ କ୍ଷମତାସୀନ ହେଲେ ବର୍ଷକୁ ୨ କୋଟି ନିଯୁକ୍ତି ଦିଆଯିବ ବୋଲି ଭାଜପାର ନିର୍ବାଚନୀ ସଭାଗୁଡ଼ିକରେ...

ହିନ୍ଦୁ ଉତ୍ତରାଧିକାରୀ ଆଇନରେ ପାତରଅନ୍ତର ନେଇ ସରକାରଙ୍କୁ ଚେତାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୪ : ଦେଶରେ ମହିଳାମାନଙ୍କ ପ୍ରତି ଭେଦଭାବ କରୁଥିବା ହିନ୍ଦୁ ଉତ୍ତରାଧିକାର ଆଇନର ଧାରାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ଉତ୍ତର ଦାଖଲ...

ରାଜ୍ୟ ପ୍ରସ୍ତୁତ କରିବେ ଓବିସି ତାଲିକା

ନୂଆଦିଲ୍ଲୀ,୧୧ା୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ପେଗାସସ୍‌ ସ୍ପାଏଓ୍ବେର, କୃଷି ଆଇନ ଓ ଦରଦାମ୍‌ ବୃଦ୍ଧିକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ମଙ୍ଗଳବାର ଏକ ବିରଳ ଦୃଶ୍ୟ...

ମାନିଲା ପାକିସ୍ତାନ: ଜମ୍ମୁ-କଶ୍ମୀର ଭାରତର

ନୂଆଦିଲ୍ଲୀ,୧୦।୯: ଶେଷରେ ପାକିସ୍ତାନ ମାନିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ରାଜ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ...

କୃଷକଙ୍କ ଆନ୍ଦୋଳନ ସ୍ଥଳରେ ଶିଖ ଗୁରୁଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୬।୧୨: ଦେଶର ରାଜଧାନୀ ଓ ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା ଆନ୍ଦୋଳନସ୍ଥଳରେ ବୁଧବାର ଜଣେ ଶିଖ ଧର୍ମପ୍ରଚାରକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ...

ମିଶନ ଦକ୍ଷିଣ ଭାରତ,ଭାଜପାର ସ୍ବତନ୍ତ୍ର ଯୋଜନା…

ନୂଆଦିଲ୍ଲୀ,୧୧।୭ : ଦକ୍ଷିଣ ଭାରତରେ କଂଗ୍ରେସ ନିଜର ଶକ୍ତି ବଜାୟ ରଖିବାରେ ଅସଫଳ ହେବାରେ ଲାଗିଛି। ସେହିପରି ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟ ଦୁର୍ବଳ ହେବାରେ...

Advertisement
Archives

Model This Week