ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଗୁରୁ

ମାଲକାନଗିରି,୨୪।୧୦(ଡି.ଏନ୍‌.ଏ.): ବୟସର ଅପରାହ୍ନରେ ପରିବାର ଲୋକଙ୍କ ସ୍ନେହ ଓ ସେବା ଲୋଡ଼ାହୁଏ। ଶେଷ ସମୟରେ ନିଜର ଲୋକେ ନ ପଚାରିଲେ ଜୀବନ ଜିଇଁବା କଷ୍ଟକର ହୋଇପଡ଼େ। ମାଲକାନଗିରି ପୌରାଞ୍ଚଳର ୧ନମ୍ବର ଓ୍ବାର୍ଡ ଅନ୍ତର୍ଗତ ମୁଣ୍ଡାଗୁଡ଼ାଠାରେ ଜଣେ ବୃଦ୍ଧ ଏଭଳି ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ପରିବାର ଲୋକେ ପଚାରୁ ନ ଥିବାବେଳେ ପ୍ରଶାସନର ସହଯୋଗ ମିଳୁ ନ ଥିବାରୁ ପଲିଥିନ୍‌ ଟଣା ଭଙ୍ଗାକୁଡ଼ିଆରେ ଏକାକୀ ଦିନ କାଟୁଛନ୍ତି ଗୁରୁ କଇକି(୬୫)।

ସୂଚନାଯୋଗ୍ୟ, ଅନେକ ବର୍ଷ ପରିବାର ସହ ଖୁସିରେ ରହିବା ପରେ କୌଣସି କାରଣରୁ ପରିବାର ଲୋକେ ତାଙ୍କୁ ଛାଡ଼ି ଅଲଗାରେ ରହୁଛନ୍ତି। ବୟସ ଥିବାବେଳେ ଗୁରୁ ଜଙ୍ଗଲରୁ ଶୁଖିଲାକାଠ ସଂଗ୍ରହକରି ବଜାରରେ ବିକ୍ରିକରି ପରିବାର ଚଳାଉଥିଲେ। ବୟସ ଅଧିକ ଯୋଗୁ ଏବେ ଆଉ ସେ କାମ କରିପାରୁ ନାହାନ୍ତି। ତେଣୁ ସେ ଭିକ୍ଷାବୃତ୍ତି ଆପଣାଇବାକୁ ବାଧ୍ୟ ହୋଇଛନ୍ତି। ସରକାରୀ ସହାୟତା ବାବଦକୁ କେବଳ ଚାଉଳ ମିଳୁଥିବାବେଳେ ତାହା ମଧ୍ୟ ପରିବାର ଲୋକେ ନେଇଯାଉଛନ୍ତି। ସେହିପରି ବୟସ ୬୫ ବର୍ଷ ହୋଇଥିଲେ ମଧ୍ୟ ଗୁରୁଙ୍କୁ ବାର୍ଦ୍ଧକ୍ୟ ଭତ୍ତା କି ଆବାସ ଯୋଜନାରେ ଘରଟିଏ ମିଳିନାହିଁ। ଗୁରୁଙ୍କ ଏଭଳି ଅବସ୍ଥା ବିଷୟରେ ଜାଣିବା ପରେ ଅନ୍ତର୍ଜାତୀୟ ମାନବାଧିକାର କମିଶନ ମାଲକାନଗିରି ଶାଖାର ସଦସ୍ୟମାନେ ତାଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ଯୋଗାଇଦେବା ସହ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ପ୍ରଶାସନକୁ ମଧ୍ୟ ଅବଗତ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଗୁରୁଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟେଶ୍ୱର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି: ୪୦ କି.ମି. ଚାଲି ଅଭିଯୋଗ ପରେ ଚେତିଲା ପ୍ରଶାସନ

ଭଦ୍ରକ ଅଫିସ, ୧୮।୧-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଘଣ୍ଟେଶ୍ୱର ଅଞ୍ଚଳବାସୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର ୪୦ କି.ମି. ଚାଲି...

୨୪ ଘଣ୍ଟିଆ ହେଲ୍ପଲାଇନ‌ ନମ୍ବର ଜାରି କଲା ଗଞ୍ଜାମ ଜିଲା ପ୍ରଶାସନ

ଛତ୍ରପୁର,୯ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ, ପାରଳା ମହାରାଜା, ଭଞ୍ଜନଗର ଓ ହିଞ୍ଜିଳି କୋଭିଡ୍‌ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହେଉଛି।...

କଟକରେ ବଢୁଛି ଡେଙ୍ଗୁ ସଂକ୍ରମଣ

କଟକ ଅଫିସ,୩୦ା୮: କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ସଂକ୍ରମଣ ବଢିବାରେ ଲାଗିଛି ା ସହରରେ ବର୍ତ୍ତମାନ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୩୮ରେ...

କମିଶନରେଟ ପୋଲିସରେ ଗଡ଼ିଲା ନୂଆ ୮ ପିସିଆର

ଭୁବନେଶ୍ୱର,୨୮।୯(ବ୍ୟୁରୋ): ନାଲ୍‌କୋ ସହାୟତାରେ ରାଜଧାନୀରେ ଗଡ଼ିଛି ଆଉ ୮ ନୂଆ ପିସିଆର। ଶୁକ୍ରବାର ସକାଳେ ପୋଲିସ କମିଶନରଙ୍କ ମୁଖ୍ୟାଳୟରେ ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ...

୭ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଉମରକୋଟ, ୮।୨(ସ୍ବ.ପ୍ର.): ହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଉମରକୋଟ ଅତିରିକ୍ତ ଜିଲା ଦୌରାଜଜ୍‌ ସୁନୀଲ...

ମଣିଷ ହାଟରେ ମହାମାରୀ ମାଡ଼

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୧୮ା୭ – କରୋନା କଟକଣା ସାମାନ୍ୟ କୋହଳ ହେବା ପରେ ଶ୍ରମିକ ଗୋଷ୍ଠୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।...

ଦେବଦୂତ ସାଜିଲେ ଡାକ୍ତର: ଅନାଥ ପିଲାକୁ ଭାରରେ ବୋହି ଡାକ୍ତରଖାନା ନେଲେ

ମାଲକାନଗିରି,୧୭।୯(ସ୍ବ.ପ୍ର): ମାଲକାନଗିରି ଜିଲା ଖଇରିପୁଟ ବ୍ଲକ ବଣ୍ଡାଘାଟି ବଡ଼ଡୁରାଲ ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ଜଣେ ୧୨ ବର୍ଷର ଅନାଥ ପିଲା କମୁଳୁ କିରସାନିଙ୍କ ପେଟ ଫୁଲିବା...

ଡିଏଲ୍‌, ଗାଡ଼ି କାଗଜପତ୍ର ସମସ୍ୟା ଦୂର ପାଇଁ ପଦକ୍ଷେପ : ୧୫ଦିନରେ ଡିଏଲ୍‌ ଆବେଦନ ପାଇଁ ୩୮ ହଜାର ସ୍ଲଟ୍‌ ବୁକ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ପରିବହନ ସଚିବଙ୍କ ନିର୍ଦ୍ଦେଶକ୍ରମେ ରବିବାର ଛୁଟିଦିନରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) କାର୍ଯ୍ୟ କରିଥିଲା। ଅଧିକ ଭିଡ଼ ହେଉଥିବା ଭୁବନେଶ୍ୱରର...

Advertisement
Archives

Model This Week