Posted inଜାତୀୟ

ଜ୍ଞାନପୀଠ ପୁରସ୍କାର ପାଇବେ ଗୁଲଜାର,ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ,୧୭ା୨: ପ୍ରସିଦ୍ଧ ଊର୍ଦ୍ଦୁ ଗୀତିକାର ତଥା କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୨୦୨୩ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟ ବ୍ୟକ୍ତିତ୍ୱ ନିଜ ନିଜ କ୍ଷେତ୍ରରେ ପ୍ରସିଦ୍ଧ। ଗୁଲଜାରଙ୍କୁ ବର୍ତ୍ତମାନର ଊର୍ଦ୍ଦୁ କବିମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ, ଯିଏକି ହିନ୍ଦୀ ଫିଲ୍ମରେ ତାଙ୍କର କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥିଲେ। ଏହାପୂର୍ବରୁ ତାଙ୍କୁ ୨୦୦୨ରେ ଊର୍ଦ୍ଦୁ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦାସାହେବ ଫାଲ୍‌କେ ପୁରସ୍କାର ଏବଂ ୨୦୦୪ରେ ପଦ୍ମ ଭୂଷଣ ସମେତ ଅନ୍ୟାନ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିସହ ସେ ହିନ୍ଦୀ ଫିଲ୍ମର ବିଭିନ୍ନ କାର୍ଯ୍ୟ ପାଇଁ ୫ଟି ଜାତୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି।

ସେହିପରି ଚିତ୍ରକୂଟରେ ଥିବା ତୁଳସୀ ପୀଠର ପ୍ରତିଷ୍ଠାତା ତଥା ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଜଣେ ବିଶିଷ୍ଟ ହିନ୍ଦୁ ଆଧ୍ୟାତ୍ମିକ ଗୁରୁ, ଶିକ୍ଷକ ତଥା ୧୦୦ରୁ ଅଧିକ ପୁସ୍ତକର ଲେଖକ। ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ସଂସ୍କୃତ ଭାଷା ଏବଂ ବେଦ ଏବଂ ପୁରାଣର ଜଣେ ମହାନ ବିଦ୍ୱାନ। ଜ୍ଞାନପୀଠ କମିଟି ଏକ ବିବୃତ୍ତିରେ କହିଛି, ସଂସ୍କୃତ ସାହିତ୍ୟର ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ତଥା ପ୍ରସିଦ୍ଧ ଊର୍ଦ୍ଦୁ ସାହତି୍ୟକ ଗୁଲଜାରଙ୍କ ୨୦୨୩ ବର୍ଷ ପାଇଁ ସମ୍ମାନଜନକ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୨ରେ ଗୋଆନ ଲେଖକ ଦାମୋଦର ମୌଜୋଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri