Posted inଜାତୀୟ

ହାଜତ ମୃତ୍ୟୁରେ ଗୁଜରାଟ ନଂ.୧

ନୂଆଦିଲ୍ଲୀ,୧୫ା୨: ହାଜତ ମୃତ୍ୟୁରେ ଭାଜପା ଶାସିତ ଗୁଜରାଟ ପୁଣି ଥରେ ୧ ନମ୍ବର ସ୍ଥାନ ଅଧିକାର କରିଛି। ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୮୦ ଜଣ ବନ୍ଦୀଙ୍କ ହାଜତ ମୃତ୍ୟୁ ଘଟିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ଲାମେଣ୍ଟକୁ ଅବଗତ କରାଯାଇଛି। ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଇଥିବା ସୂଚନାନୁସାରେ ୫ ବର୍ଷରେ ଗୁଜରାଟରେ ୮୦ ଜଣଙ୍କ ହାଜତ ମୃତ୍ୟୁ ଘଟିଥିବାବେଳେ ମହାରାଷ୍ଟ୍ର ୭୬, ଉତ୍ତର ପ୍ରଦେଶ ୪୧, ତାମିଲନାଡ଼ୁ ୪୦ ଓ ବିହାରରେ ୩୮ କଏଦୀ ପୋଲିସ କିମ୍ବା ବିଚାରବିଭାଗୀୟ କଷ୍ଟଡିରେ ପ୍ରାଣ ହରାଇଛନ୍ତି।
ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ସୋମବାର ରାଜ୍ୟ ସଭାରେ ୨୦୧୭ ଏପ୍ରିଲ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଘଟିଥିବା ହାଜତ ମୃତ୍ୟୁ ସମ୍ପର୍କିତ ତଥ୍ୟ ରଖିଥିଲେ। ତଦନୁଯାୟୀ ୨୦୧୭-୧୮ରେ ୧୪୬, ୨୦୧୮-୧୯ରେ ୧୩୬, ୨୦୧୯-୨୦ରେ ୧୧୨, ୨୦୨୦-୨୧ରେ ୧୦୦ ଓ ୨୦୨୧-୨୨ରେ ୧୭୫ ଜଣଙ୍କ ହାଜତ ଭିତରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ଗୁଜରାଟୀ। ଗୁଜରାଟରେ ୨୦୧୭-୧୮ରେ ୧୪, ୨୦୧୮-୧୯ରେ ୧୩, ୨୦୧୯-୨୦ରେ ୧୨, ୨୦୨୦-୨୧ରେ ୧୭ ଓ ୨୦୨୧-୨୨ରେ ୨୪ ଜଣ କଏଦୀ ହାଜତ ଭିତରେ ପ୍ରାଣ ହରାଇଥିଲେ। ସେହିପରି ୯ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ସର୍ବାଧିକ ୨୯ ହାଜତ ମୃତ୍ୟୁ ଦିଲ୍ଲୀରେ ଘଟିଥିବାବେଳେ ଜମ୍ମୁ-କଶ୍ମୀରରେ ଏହି ସଂଖ୍ୟା ହେଉଛି ୪। ଜାତୀୟ ମାନବ ଅଧିକାର ଆୟୋଗ (ଏନ୍‌ସିଆର୍‌ବି) ପ୍ରଦତ୍ତ ତଥ୍ୟ ଆଧାରରେ କେନ୍ଦ୍ରମନ୍ତ୍ରୀ ରାଏ ଆହୁରି କହିଥିଲେ, ପୋଲିସ ହାଜତରେ ମୃତ୍ୟୁ କ୍ଷେତ୍ରରେ କମିଶନ ୨୦୧ ମାମଲାରେ ମୃତକଙ୍କ ପରିବାରକୁ ମୋଟ ୫,୮୦,୭୪,୯୯୮ ଟଙ୍କାର ସହାୟତା ପାଇଁ ସୁପାରିସ କରିଛନ୍ତି। କେବଳ ଗୋଟିଏ ମାମଲାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଛି।
ଏହି କ୍ଷେତ୍ରରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି, ଯେଉଁଠି ୨୦୧୭-୧୮ରେ ୧୯ ହାଜତ ମୃତ୍ୟୁ ଘଟିଥିଲା। ୨୦୧୮-୧୯ରେ ୧୧, ୨୦୧୯-୨୦ରେ ୩, ୨୦୨୦-୨୧ରେ ୧୩, ୨୦୨୧-୨୨ରେ ୩୦ ଜଣ କଏଦୀଙ୍କ ଜୀବନ ହାଜତରେ ଯାଇଥିଲା। ଉତ୍ତର ପ୍ରଦେଶ କଥା ଦେଖିଲେ ୨୦୧୭-୧୮ରେ ୧୦, ୨୦୧୮-୧୯ରେ ୧୨, ୨୦୧୯-୨୦ରେ ୩, ୨୦୨୦-୨୧ରେ ୮, ୨୦୨୧-୨୨ରେ ୮ ଜଣଙ୍କ ହାଜତ ମୃତ୍ୟୁ ଘଟିଥିଲା। ଚତୁର୍ଥ ସ୍ଥାନରେ ଥିବା ତାମିଲନାଡୁରେ ୨୦୧୭-୧୮ରେ ୧୧ ଜଣଙ୍କ ହାଜତ ମୃତ୍ୟୁ ଘଟିଥିଲା। ୨୦୧୮-୧୯ରେ ୧୧, ୨୦୧୯-୨୦ରେ ୧୨, ୨୦୨୦-୨୧ରେ ୨, ୨୦୨୧-୨୨ରେ ୪ ହାଜତ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆସିଥିଲା। ସେହିପରି ବିହାରରେ ୨୦୧୭-୧୮ରେ ୭, ୨୦୧୮-୧୯ ଏବଂ ୨୦୧୯-୨୦ରେ ୫ ଜଣ ଲେଖାଏ, ୨୦୨୦-୨୧ରେ ୩ ଓ ୨୦୨୧-୨୨ରେ ୧୮ କଏଦୀ ହାଜତରେ ପ୍ରାଣ ହରାଇଥିଲେ। ହାଜତ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ଓଡ଼ିଶାର ଥାନା ଓ ଜେଲ ହାଜତରେ ଗତ ୫ ବର୍ଷ ମଧ୍ୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭-୧୮ ଏବଂ ୨୦୧୮-୧୯ରେ ଏହି ସଂଖ୍ୟା ୪ ଲେଖାଏ ଥିବାବେଳେ ୨୦୧୯-୨୦ରେ ୫, ୨୦୨୦-୨୧ରେ ୪, ୨୦୨୧-୨୨ରେ ୨ ରହିଥିଲା ବୋଲି ନିତ୍ୟାନନ୍ଦ ସୂଚନା ଦେଇଥିଲେ।
ସିକିମ ଓ ଗୋଆରେ ୨୦୧୭ରୁ ୨୦୨୦ ମଧ୍ୟରେ ଗୋଟିଏ ହେଲେ ହାଜତ ମୃତ୍ୟୁ ଘଟି ନ ଥିବାବେଳେ ୨୦୨୧-୨୨ରେ ଜଣେ ପ୍ରାଣ ହରାଇଥିବା ରେକର୍ଡ କରାଯାଇଛି। ସମ୍ବିଧାନର ସପ୍ତମ ପରିଚ୍ଛେଦ ଅନୁସାରେ ପୋଲିସ ଓ ଆଇନଶୃଙ୍ଖଳା ରାଜ୍ୟଗୁଡ଼ିକର ବିଷୟ। ମାନବାଧିକାର ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ତେବେ କେନ୍ଦ୍ର ସରକାର ସମୟାନୁଯାୟୀ ନିର୍ଦ୍ଦେଶନାମା ଜାରି କରିଥାଆନ୍ତି। ମାନବ ଅଧିକାର ସୁରକ୍ଷା (ପିଏଚ୍‌ଆର୍‌) ଆଇନ, ୧୯୯୩ ମଧ୍ୟ ପ୍ରଣୟନ ଦ୍ୱାରା ଏନ୍‌ଏଚ୍‌ଆର୍‌ସି ଏବଂ ରାଜ୍ୟ ମାନବ ଅଧିକାର ଆୟୋଗ (ଏସ୍‌ଏଚ୍‌ଆର୍‌ସି) ମଧ୍ୟ ପ୍ରତିଷ୍ଠା କରାଯାଇଛି। ସରକାରୀ କର୍ମଚାରୀମାନେ ମାନବାଧିକାର ଉଲ୍ଲଂଘନ କଲେ ଏନ୍‌ଏଚ୍‌ଆର୍‌ସି ଏବଂ ଏସ୍‌ଏଚ୍‌ଆର୍‌ସି ତା’ର ତଦନ୍ତ କରାଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?