ବଢୁଛି ସମସ୍ୟା, ସମାଧାନ ନାହିଁ

କେନ୍ଦ୍ରାପଡ଼ା ଅଫିସ,୨୦ା୯:ସାଧାରଣ ନିର୍ବାଚନକୁ ଆହୁରି ଦେଢ଼ ବର୍ଷ ଅଛି। ତେବେ ବିଭିନ୍ନ ରାଜନୈତିକ ଦଳର ସଙ୍ଗଠନ ମଜଭୁତ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହେଲାଣି ା ବିଜେଡି ସଙ୍ଗଠନ ମଜଭୁତ ପାଇଁ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି ା ସେହିପରି କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ନିକଟରେ ଜିଲା ଗସ୍ତ କରି ଫେରିଛନ୍ତି ା ଏହା ବ୍ୟତୀତ କଂଗ୍ରେସ ପକ୍ଷରୁ ସ୍ଥାନୀୟ ସମସ୍ୟା ଉଠାଇ ଲୋକଙ୍କ ନିକଟତର ହେଉଥିବା ବେଳେ ଏଏପି ପକ୍ଷରୁ ଜିଲା କର୍ମକର୍ତ୍ତାଙ୍କ ସମ୍ମିଳନୀ କରିଛି ା ତେବେ ଏହି ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ପୁରିଥିଲେ ମଧ୍ୟ ଖରିଫ ଚାଷ ଜୀବନ ଜୀବିକା ହୋଇଛି ା ମାନବ ସମ୍ବଳର ଉପଯୋଗ ପାଇଁ ସ୍ବତନ୍ତ୍ର ଯୋଜନା ନାହିଁ ା କର୍ମ ନିଯୁକ୍ତି ପାଇଁ ଯୁବବର୍ଗଙ୍କୁ ଜିଲା ବାହାରକୁ ଯିବାକୁ ପଡୁଛି ା ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚତ୍ ପାରୁନାହିଁ ବୋଲି ସାଧାରଣ ମତ ପ୍ରକାଶ ପାଇଛି ା
୧୭ ପଞ୍ଚାୟତକୁ ସଡ଼କ ସଂଯୋଗ ନାହିଁ
ପ୍ରତିଗ୍ରାମକୁ ସୁଗମ ପଥ, ଶୁଦ୍ଧ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ଆବଶ୍ୟକତାର ପୂରଣ ସହ ଲୋକ ସମ୍ଭଳକୁ ଉପଯୋଗ କରିବା ଦ୍ୱାରା ଆର୍ଥିକ ବିକାଶର ଅଗ୍ରଗତି ହୁଏ ା ତେବେ ଏହି ଜିଲାର ୧୭ ପଞ୍ଚାୟତକୁ ଅଦ୍ୟାବଧି ସଡ଼କ ଯୋଗାଯୋଗ ପଥ ହୋଇନାହିଁ ା ଜଳ ପରିଚାଳନା ସମସ୍ୟାରେ ଚାଷୀ ଅଛନ୍ତି ା ଜଳ ସେଚନ ସହ ଜଳ ନିଷ୍କାସନ ଚାଷୀଙ୍କ ପାଇଁ ପ୍ରମୁଖ ସମସ୍ୟା ହୋଇଛି ା ଜିଲାର ଦୁଇ ପୌରାଞ୍ଚଳରେ ଜନ ସଂଖ୍ୟାର ବୃଦ୍ଧି ସହ ତାଳ ଦେଇ ଜବରଦଖଲ ବଢ଼ୁଛି ା ସହରର ଶ୍ୟାମଗୁଡିଆଠାରେ ୧୦୦ ଶଯ୍ୟା ବିଶିଷ୍ଟ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକାରିତା ଅନିଶ୍ଚିତତାରେ ଅଛି ା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦିଆଯାଉନାହିଁ ା ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ସମନ୍ବୟ ଅଭାବରୁ ପ୍ରଶାସକ ଓ ରାଜନେତାଙ୍କ ଭିଜନ ଡକ୍ୟୁମେଣ୍ଟରେ ଏହା ସ୍ଥାନ ପାଉନାହିଁ ା
– ସୁନିଲ କୁମାର ଗନ୍ତାୟତ,
ସାମାଜିକ କର୍ମୀ, ମହାକାଳପଡ଼ା ା
ଅନୁଦାନ ଅର୍ଥ ଆତ୍ମସାତ୍‌ ମୂଳ ଲକ୍ଷ୍ୟ
ରାଶନ କାର୍ଡ, ବାସଗୃହ ଯୋଜନାରେ ବହୁ ବ୍ୟତିକ୍ରମ ରହିଛି ା ଯାହା ଆସନ୍ତା ସାଧାରଣ ନିର୍ବାଚନରେ ରାଜନେତାଙ୍କ ପାଇଁ ବୁମେରାଂ ହେବ। କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଅଛି। ତେବେ ଏହାର ସୁରକ୍ଷା ଓ ପରିଚାଳନା ପ୍ରତି ରାଜନେତା ଓ ପ୍ରଶାସକଙ୍କ ଆଗ୍ରହ ନାହିଁ। ସାମୁଦ୍ରିକ ଝଡ଼, ବନ୍ୟା ସମୟରେ ସ୍ଥାନାନ୍ତରଙ୍କ ସଂଖ୍ୟା ଓ ବିଭିନ୍ନ କ୍ଷତିକୁ ଅଧିକ ଦେଖାଇ ଅନୁଦାନ ଅର୍ଥ ଆତ୍ମସାତ୍‌ କରିବା ପ୍ରଶାସକ ଓ ରାଜନେତାଙ୍କ ମୂଳ ଲକ୍ଷ୍ୟ ହୋଇଛି ା ଚାଷ ଏଠାରେ ଅର୍ଥନୀତିକୁ ପରିଚାଳନା କରୁଥିବା ବେଳେ ଜଳ ସମ୍ପଦ, ମୂର୍ତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ ଆଦିର ଜିଲା ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚୁ ନ ଥିଲେ ମଧ୍ୟ ରାଜନେତା ନୀରବ ରହୁଛନ୍ତି ା
-ସଚ୍ଚିକାନ୍ତ ବେହେରା,ବୃଦ୍ଧିଜୀବୀ, କେନ୍ଦ୍ରାପଡ଼ା ା
ଶିକ୍ଷା,ସ୍ବାସ୍ଥ୍ୟସେବା ନାହିଁ
ରାଜନଗର ଓ ମହାକାଳପଡ଼ା ଏହି ଜିଲାର ବଙ୍ଗୋପସାଗର କୂଳରେ ଅଛି ା ଲୁଣା ବନ୍ଧ ଭାଙ୍ଗି ସମୁଦ୍ର ଜୁଆର ଚାଷକୁ ନଷ୍ଟ କରୁଛି ା ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସହିତ ତଟକ୍ଷୟ ଏହି ଅଞ୍ଚଳ ପାଇଁ ପ୍ରମୁଖ ସମସ୍ୟା ହୋଇଛି ା ତଟ କ୍ଷୟ ପାଇଁ ସାତଭାୟାବାସୀ ବଗପାଟିଆକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ଥଇଥାନସ୍ଥଳର ଉନ୍ନତିକରଣ ଅଦ୍ୟାବଧି ହୋଇନାହିଁ ା ଦୁଇ ବ୍ଲକ ଅଞ୍ଚଳର ସମସ୍ତ ଗ୍ରାମକୁ ସଡ଼କପଥ ନାହିଁ ା ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ ା ଆଗାମୀ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ା
-କରୁଣାକର ବେହେରା, ରାଜନଗର ।
ବାଂଲାଦେଶୀ,ରୋହିଁଙ୍ଗ୍ୟାଙ୍କ ଅନୁପ୍ରବେଶ ବଢ଼ିଛି
ଶିକ୍ଷକ, ଡାକ୍ତର ପଦବୀ ପୂରଣ ପାଇଁ ବହୁବାର ଦାବି ହୋଇଛି ା କର୍ମ ନିଯୁକ୍ତି ଅପେକ୍ଷାରେ ଥିବା ଯୁବବର୍ଗ ଏବେ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ବାଂଲାଦେଶୀ ଓ ରୋହିଁଙ୍ଗ୍ୟାଙ୍କ ଅନୁପ୍ରବେଶ ବଢ଼ିଛି ା ଅପରାଧିକ କାର୍ଯ୍ୟକଳାପ ରୋକିବାରେ ଜିଲା ପୋଲିସ ବିଫଳ ହୋଇଛି ା ଏବେ ଜିଲାରେ ଖରସ୍ରୋତା ପାଣି ବିବାଦ ଦେଖାଦେଇଛି ା ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଏନେଇ ଜନ ସଚେତନତା କରିବା କଥା ା ସେହିପରି ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକା ଓ ଭିତରକନିକା ଜୈବ ବିବିଧତା ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ ହେବା କଥା ା ତେବେ ପ୍ରଶାସକ ଓ ରାଜନେତା ଜିଲାବାସୀଙ୍କ ହିତ ଅପେକ୍ଷା ଜୋର ଜବରଦସ୍ତ ପ୍ରକଳ୍ପ କାର୍ଯ୍ୟ କରିବା ପରିଣାମ ଆସନ୍ତା ନିର୍ବାଚନ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡିବ ା
– ଅମରବର ବିଶ୍ୱାଳ,
ସାମାଜିକ କର୍ମୀ କେନ୍ଦ୍ରାପଡ଼ା ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?