ବିଷ,ଫାଶରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୨୦ା୯ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବନାଞ୍ଚଳ ଅଧୀନରେ ଦେଶୀୟ ପକ୍ଷୀମାନଙ୍କ କିଚିରମିଚିର କୋଳାହଳ ଶବ୍ଦ ଶୁଣିବାକୁ ମିଳୁଛି। ହେଲେ ଏହି ପକ୍ଷୀମାନେ ବାସସ୍ଥାନର ଗଛଗୁଡିକରେ ବସା ବାନ୍ଧିବାକୁ ଏବେ ଅସୁରକ୍ଷିତ ମଣୁଛନ୍ତି। ସ୍ଥାନୀୟ ଅଞ୍ଚଳର ଶିକାରୀମାନେ ଲୁଚିଛପି ଏହି ପକ୍ଷୀମାନଙ୍କୁ ଶିକାର କରିବାକୁ ଛିଟିକିଣି, ଫାଶ ବସାଇବା ସହ ଖାଦ୍ୟରେ ବିଷ ଦେଇ ଶିକାର କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଲୋକମାନଙ୍କ ସଚେତନତା ପାଇଁ କେଉଁଠାରେ ସୂଚନା ଫଳକ ବା ବୋର୍ଡ ଲଗାଯାଇନାହିଁ। ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସମିତି ଗଠନ ମଧ୍ୟ କରାଯାଇନାହିଁ।
ବ୍ଲକର ଗୋବରୀ ନଦୀ ପାଶର୍‌ବବର୍ତ୍ତୀ ସଂଲଗ୍ନ ଲୁଣା ଜଙ୍ଗଲ (ଓରୁଅପାଳ)ରେ ବହୁ ଦେଶୀୟ ପକ୍ଷୀ ବସା ବାନ୍ଧି ବାସ କରୁଛନ୍ତି। ବିଶେଷକରି ଗେଣ୍ଡାଳିଆ ପ୍ରଜାତିର ପକ୍ଷୀମାନଙ୍କ ଗହଣ ଅଧିକ ଦେଖିବାକୁ ମିଳୁଛନ୍ତି। ଅନ୍ୟପକ୍ଷୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ବଗ ମଧ୍ୟରେ ରାଣୀବଗ, କାଣ୍ଟିଆବଗ, ଧୁସୁରା ବଗ, ଅନ୍ଧାରୁଆ ବଗ, ଛୋଟ ଖଇରିଆ ବଗ, କାପର ଖାଇ, ଧଳା ଦା ବେଣ୍ଟିଆ , କଳା ଦା ବେଣ୍ଟିଆ, କେଶର ପାଣ୍ଡିଆ ଆଦି ଅନେକ ପ୍ରଜାତିର ଦେଶୀୟ ପକ୍ଷୀଙ୍କ ଭିଡ଼ ଲାଗିଛି। ଶରତର ଆଗମନରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳରେ ବିସ୍ତୀର୍ଣ୍ଣ ଲୁଣା, ହେନ୍ତାଳ ଜଙ୍ଗଲରେ ଏହି ଦେଶୀୟ ପକ୍ଷୀ ବସା ବାନ୍ଧିଛନ୍ତି। ଏହି ସ୍ଥାନରେ ସାମୁଦ୍ରିକ ଜୀବ ଶାମୁକା, ଗେଣ୍ଡା, ଶିପ, ଛୋଟ ଛୋଟ ମାଛ, ଛୋଟ କଙ୍କଡ଼ା ଆଦି ଖାଦ୍ୟ ବହୁ ପରିମାଣରେ ମିଳୁଥିବାରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଆକୃଷ୍ଟ ହୋଇ ଏଠାକୁ ଆସିଥାନ୍ତି। ଏହାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର ଶିକାରୀମାନେ ଶିକାର କରୁଛନ୍ତି। ପକ୍ଷୀମାନଙ୍କ ସୁରକ୍ଷା ଦୃଷ୍ଟିକୁ ଲକ୍ଷ୍ୟକରି ପାର୍ଶ୍ୱବର୍ତ୍ତୀ ଜଙ୍ଗଲ ସଂଲଗ୍ନ ଗଁାଗୁଡିକରେ ପକ୍ଷୀ ସୁରକ୍ଷା ସମିତି ଗଠନ କରିବାର ନିୟମ ଥିଲେ ମଧ୍ୟ ସ୍ଥାନୀୟ ବନ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କାରୁନାହିଁ ବୋଲି ଅଭିଯୋଗ ହେଉଛି। ଫଳରେ ବହୁ ବିରଳ ପ୍ରଜାତିର ପକ୍ଷୀମାନଙ୍କ ଜୀବନ ବିପଦରେ ପଡୁଛି। ଏହି ପକ୍ଷୀମାନଙ୍କ ସୁରକ୍ଷା ବନ ବିଭାଗ ପକ୍ଷରୁ ଯଦି କରା ନ ଯାଏ ସମୟ ଆସିବ ଭବିଷ୍ୟତର ପିଢ଼ିମାନ କେବଳ ଚିତ୍ରରେ ଦେଖିବା ସାର ହେବ। ବ୍ଲକର ହୁକିଟୋଲା, ମାଦଳି, ଲଞ୍ଚ ଘୋଲା, କଂସାର ଡିଆ ସଂରକ୍ଷିତ ଜଙ୍ଗଲ, ହେଟା ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, ଭିତର ଖରିନାସୀ ସଂରକ୍ଷିତ ଜଙ୍ଗଲ, ଟୁବି ସଂରକ୍ଷିତ ଜଙ୍ଗଲ, କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ, କଣ୍ଡରା ପାଟିଆ ଜଙ୍ଗଲ, ସୁନିତି ଜଙ୍ଗଲ, ଶାସନ ପେଟା ତଣ୍ଡା ଜଙ୍ଗଲ ଅଞ୍ଚଳରେ ବହୁ ପରିମାଣରେ ଦେଶୀୟ ପକ୍ଷୀ ଦେଖିବାକୁ ମିଳୁଛନ୍ତି। ଏ ସମ୍ପର୍କରେ ପକ୍ଷୀପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି, ବନ ବିଭାଗ ଯେପରି ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେଉଛନ୍ତି, ସେହିପରି ଜଙ୍ଗଲରେ ବସବାସ କରୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ପକ୍ଷୀ ଗଣନା ପ୍ରକ୍ରିୟାରେ ସ୍ଥାନୀୟ ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ, ପରିବେଶବିତ୍‌, ପକ୍ଷୀପ୍ରେମୀମାନଙ୍କୁ ସାମିଲ କରିବା ଜରୁରୀ। ଏହି ଅଞ୍ଚଳରେ କେତେ ଦେଶୀ ଓ ବିଦେଶୀ ପକ୍ଷୀ ଆସି ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେ ପକ୍ଷୀ ଶିକାରୀମାନଙ୍କ ଦ୍ୱାରା ଶିକାର କରାଗଲା। ଶିକାରୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନା ନାହିଁ, ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ନା ହ୍ରାସ ପାଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ମହାକାଳପଡ଼ା ରେଞ୍ଜ ଅଧିକାରୀ ଚିତ୍ତରଞ୍ଜନ ବେଉରାଙ୍କୁ ପଚାରିବାରେ ପକ୍ଷୀମାନଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଯତ୍ନବାନ ଅଛି। ଶିକାର ହେଉଥିବା ସ୍ଥାନ ପରିଦର୍ଶନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri