ବିଷ,ଫାଶରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୨୦ା୯ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବନାଞ୍ଚଳ ଅଧୀନରେ ଦେଶୀୟ ପକ୍ଷୀମାନଙ୍କ କିଚିରମିଚିର କୋଳାହଳ ଶବ୍ଦ ଶୁଣିବାକୁ ମିଳୁଛି। ହେଲେ ଏହି ପକ୍ଷୀମାନେ ବାସସ୍ଥାନର ଗଛଗୁଡିକରେ ବସା ବାନ୍ଧିବାକୁ ଏବେ ଅସୁରକ୍ଷିତ ମଣୁଛନ୍ତି। ସ୍ଥାନୀୟ ଅଞ୍ଚଳର ଶିକାରୀମାନେ ଲୁଚିଛପି ଏହି ପକ୍ଷୀମାନଙ୍କୁ ଶିକାର କରିବାକୁ ଛିଟିକିଣି, ଫାଶ ବସାଇବା ସହ ଖାଦ୍ୟରେ ବିଷ ଦେଇ ଶିକାର କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଲୋକମାନଙ୍କ ସଚେତନତା ପାଇଁ କେଉଁଠାରେ ସୂଚନା ଫଳକ ବା ବୋର୍ଡ ଲଗାଯାଇନାହିଁ। ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସମିତି ଗଠନ ମଧ୍ୟ କରାଯାଇନାହିଁ।
ବ୍ଲକର ଗୋବରୀ ନଦୀ ପାଶର୍‌ବବର୍ତ୍ତୀ ସଂଲଗ୍ନ ଲୁଣା ଜଙ୍ଗଲ (ଓରୁଅପାଳ)ରେ ବହୁ ଦେଶୀୟ ପକ୍ଷୀ ବସା ବାନ୍ଧି ବାସ କରୁଛନ୍ତି। ବିଶେଷକରି ଗେଣ୍ଡାଳିଆ ପ୍ରଜାତିର ପକ୍ଷୀମାନଙ୍କ ଗହଣ ଅଧିକ ଦେଖିବାକୁ ମିଳୁଛନ୍ତି। ଅନ୍ୟପକ୍ଷୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ବଗ ମଧ୍ୟରେ ରାଣୀବଗ, କାଣ୍ଟିଆବଗ, ଧୁସୁରା ବଗ, ଅନ୍ଧାରୁଆ ବଗ, ଛୋଟ ଖଇରିଆ ବଗ, କାପର ଖାଇ, ଧଳା ଦା ବେଣ୍ଟିଆ , କଳା ଦା ବେଣ୍ଟିଆ, କେଶର ପାଣ୍ଡିଆ ଆଦି ଅନେକ ପ୍ରଜାତିର ଦେଶୀୟ ପକ୍ଷୀଙ୍କ ଭିଡ଼ ଲାଗିଛି। ଶରତର ଆଗମନରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମହାନଦୀ ତ୍ରିକୋଣ ଭୂମି ଅଞ୍ଚଳରେ ବିସ୍ତୀର୍ଣ୍ଣ ଲୁଣା, ହେନ୍ତାଳ ଜଙ୍ଗଲରେ ଏହି ଦେଶୀୟ ପକ୍ଷୀ ବସା ବାନ୍ଧିଛନ୍ତି। ଏହି ସ୍ଥାନରେ ସାମୁଦ୍ରିକ ଜୀବ ଶାମୁକା, ଗେଣ୍ଡା, ଶିପ, ଛୋଟ ଛୋଟ ମାଛ, ଛୋଟ କଙ୍କଡ଼ା ଆଦି ଖାଦ୍ୟ ବହୁ ପରିମାଣରେ ମିଳୁଥିବାରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଆକୃଷ୍ଟ ହୋଇ ଏଠାକୁ ଆସିଥାନ୍ତି। ଏହାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର ଶିକାରୀମାନେ ଶିକାର କରୁଛନ୍ତି। ପକ୍ଷୀମାନଙ୍କ ସୁରକ୍ଷା ଦୃଷ୍ଟିକୁ ଲକ୍ଷ୍ୟକରି ପାର୍ଶ୍ୱବର୍ତ୍ତୀ ଜଙ୍ଗଲ ସଂଲଗ୍ନ ଗଁାଗୁଡିକରେ ପକ୍ଷୀ ସୁରକ୍ଷା ସମିତି ଗଠନ କରିବାର ନିୟମ ଥିଲେ ମଧ୍ୟ ସ୍ଥାନୀୟ ବନ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କାରୁନାହିଁ ବୋଲି ଅଭିଯୋଗ ହେଉଛି। ଫଳରେ ବହୁ ବିରଳ ପ୍ରଜାତିର ପକ୍ଷୀମାନଙ୍କ ଜୀବନ ବିପଦରେ ପଡୁଛି। ଏହି ପକ୍ଷୀମାନଙ୍କ ସୁରକ୍ଷା ବନ ବିଭାଗ ପକ୍ଷରୁ ଯଦି କରା ନ ଯାଏ ସମୟ ଆସିବ ଭବିଷ୍ୟତର ପିଢ଼ିମାନ କେବଳ ଚିତ୍ରରେ ଦେଖିବା ସାର ହେବ। ବ୍ଲକର ହୁକିଟୋଲା, ମାଦଳି, ଲଞ୍ଚ ଘୋଲା, କଂସାର ଡିଆ ସଂରକ୍ଷିତ ଜଙ୍ଗଲ, ହେଟା ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ, ଭିତର ଖରିନାସୀ ସଂରକ୍ଷିତ ଜଙ୍ଗଲ, ଟୁବି ସଂରକ୍ଷିତ ଜଙ୍ଗଲ, କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ, କଣ୍ଡରା ପାଟିଆ ଜଙ୍ଗଲ, ସୁନିତି ଜଙ୍ଗଲ, ଶାସନ ପେଟା ତଣ୍ଡା ଜଙ୍ଗଲ ଅଞ୍ଚଳରେ ବହୁ ପରିମାଣରେ ଦେଶୀୟ ପକ୍ଷୀ ଦେଖିବାକୁ ମିଳୁଛନ୍ତି। ଏ ସମ୍ପର୍କରେ ପକ୍ଷୀପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି, ବନ ବିଭାଗ ଯେପରି ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେଉଛନ୍ତି, ସେହିପରି ଜଙ୍ଗଲରେ ବସବାସ କରୁଥିବା ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି। ପକ୍ଷୀ ଗଣନା ପ୍ରକ୍ରିୟାରେ ସ୍ଥାନୀୟ ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ, ପରିବେଶବିତ୍‌, ପକ୍ଷୀପ୍ରେମୀମାନଙ୍କୁ ସାମିଲ କରିବା ଜରୁରୀ। ଏହି ଅଞ୍ଚଳରେ କେତେ ଦେଶୀ ଓ ବିଦେଶୀ ପକ୍ଷୀ ଆସି ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେ ପକ୍ଷୀ ଶିକାରୀମାନଙ୍କ ଦ୍ୱାରା ଶିକାର କରାଗଲା। ଶିକାରୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନା ନାହିଁ, ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ନା ହ୍ରାସ ପାଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ମହାକାଳପଡ଼ା ରେଞ୍ଜ ଅଧିକାରୀ ଚିତ୍ତରଞ୍ଜନ ବେଉରାଙ୍କୁ ପଚାରିବାରେ ପକ୍ଷୀମାନଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଯତ୍ନବାନ ଅଛି। ଶିକାର ହେଉଥିବା ସ୍ଥାନ ପରିଦର୍ଶନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri