ତାଇଓ୍ବାନ୍‌କୁ ସୁରକ୍ଷା ଦେବ ଆମେରିକା ସେନା

ଓ୍ବାଶିଂଟନ୍‌/ବେଜିଂ,୨୦।୯: ତାଇଓ୍ବାନ୍‌ ପ୍ରସଙ୍ଗରେ ଆମେରିକା-ଚାଇନା ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଓ୍ବାନ୍‌ ଚାଇନା ପଲିସିକୁ ମାନୁଥିବା ଆମେରିକା ଚାଇନା-ତାଇଓ୍ବାନ ପ୍ରସଙ୍ଗରେ ଆଭିମୁଖ୍ୟ ବଦଳାଉଥିବା ଦେଖିବାକୁ ମିଳୁଛି। ଗତ ଅଗଷ୍ଟ ୩ରେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରଠାରୁ ଚାଇନା ରାଗିପାଚି ନିଆଁ ହୋଇଛି। ଏହି ସ୍ବୟଂଶାସିତ ଦ୍ୱୀପରାଷ୍ଟ୍ରକୁ ବେଜିଂ ନିଜର କହିବା ସହ ଆକ୍ରମଣ କରି ତାହାକୁ ମୂଳ ଭୂଖଣ୍ଡରେ ମିଶାଇବାକୁ ଯଥାର୍ଥ ବୋଲି ଦାବି କରିଆସୁଛି। ଗଣତନ୍ତ୍ରର ଦେଶ ତାଇଓ୍ବାନ ପ୍ରଣାଳୀରେ ଚାଇନା କ୍ରମାଗତ ସମରାଭ୍ୟାସ କରି ଡରାଇବାକୁ ଚେଷ୍ଟା କରୁଥିବାବେଳେ ଆମେରିକା ପୁଣି ତାଇପେଇ ସପକ୍ଷରେ ବାହାରିଛି। ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କଲେ ଆମେରିକା ସେନା ଏହି ଦ୍ୱୀପକୁ ରକ୍ଷା କରିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ ସ୍ପଷ୍ଟ କରିଛନ୍ତି।
ମିଡିଆ ସିବିଏସ୍‌କୁ ଏକ ସାକ୍ଷାତକାର ଦେବା ବେଳେ ବାଇଡେନ୍‌ଙ୍କୁ ତାଇଓ୍ବାନ ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। ଯଦି ଚାଇନା ଆକ୍ରମଣ କରେ, ତେବେ ଆମେରିକା କ’ଣ ତାଇଓ୍ବାନ୍‌କୁ ରକ୍ଷା କରିବ କି ବୋଲି ପଚରାଯାଇଥିଲା। ଉତ୍ତରରେ ବାଇଡେନ୍‌ କହିଥିଲେ, ହଁ, ନିଶ୍ଚିତ। ଯଦି ଅପ୍ରତ୍ୟାଶିତ ଭାବେ ତାଇଓ୍ବାନ ଉପରେ ଆକ୍ରମଣ ହୁଏ ତେବେ ଆମେରିକା ସେନା ଏହି ଦ୍ୱୀପର ସୁରକ୍ଷା ପାଇଁ ବାହାରିବ। ତାଇଓ୍ବାନକୁ ସୁରକ୍ଷା ଦେବା ପାଇଁ ସୈନ୍ୟଙ୍କ ସମେତ ଆମେରିକା ନାଗରିକମାନେ ମଧ୍ୟ ବାହାରିବେ। ୟୁକ୍ରେନ୍‌କୁ ରୁଷିଆ ଆକ୍ରମଣରୁ ରକ୍ଷା କରିବା ପାଇଁ ଆମେରିକା ଏହାର ସୈନ୍ୟ ପଠାଇବାକୁ ମନା କରିଥିଲା। ତାଇଓ୍ବାନ କ୍ଷେତ୍ରରେ ମଧ୍ୟ ଓ୍ବାଶିଂଟନ୍‌ ସାମରିକ ସହାୟତା ପାଇଁ ନିଜ ସୈନ୍ୟ ପଠାଇବା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା। ତେବେ ବାଇଡେନ୍‌ ତାଇଓ୍ବାନ ପ୍ରସଙ୍ଗରେ ଅଦ୍ୟାବଧି ସବୁଠୁ ସ୍ପଷ୍ଟ ମତ ରଖିଥିବା କୁହାଯାଉଛି। ତାଇପେଇ ପ୍ରତି ଆମେରିକା ନୀତିରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ହ୍ବାଇଟ୍‌ହାଉସ୍‌ର ଜଣେ ମୁଖପାତ୍ର କହିଛନ୍ତି। ତାଇପେଇକୁ ବାଇଡେନ୍‌ଙ୍କ ଖୋଲା ସମର୍ଥନ ଏବଂ ମଜଭୁତ ସୁରକ୍ଷା ପ୍ରତିବଦ୍ଧତା ପାଇଁ ତାଇଓ୍ବାନ ଧନ୍ୟବାଦ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri