ତାଇଓ୍ବାନ୍‌କୁ ସୁରକ୍ଷା ଦେବ ଆମେରିକା ସେନା

ଓ୍ବାଶିଂଟନ୍‌/ବେଜିଂ,୨୦।୯: ତାଇଓ୍ବାନ୍‌ ପ୍ରସଙ୍ଗରେ ଆମେରିକା-ଚାଇନା ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଓ୍ବାନ୍‌ ଚାଇନା ପଲିସିକୁ ମାନୁଥିବା ଆମେରିକା ଚାଇନା-ତାଇଓ୍ବାନ ପ୍ରସଙ୍ଗରେ ଆଭିମୁଖ୍ୟ ବଦଳାଉଥିବା ଦେଖିବାକୁ ମିଳୁଛି। ଗତ ଅଗଷ୍ଟ ୩ରେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରଠାରୁ ଚାଇନା ରାଗିପାଚି ନିଆଁ ହୋଇଛି। ଏହି ସ୍ବୟଂଶାସିତ ଦ୍ୱୀପରାଷ୍ଟ୍ରକୁ ବେଜିଂ ନିଜର କହିବା ସହ ଆକ୍ରମଣ କରି ତାହାକୁ ମୂଳ ଭୂଖଣ୍ଡରେ ମିଶାଇବାକୁ ଯଥାର୍ଥ ବୋଲି ଦାବି କରିଆସୁଛି। ଗଣତନ୍ତ୍ରର ଦେଶ ତାଇଓ୍ବାନ ପ୍ରଣାଳୀରେ ଚାଇନା କ୍ରମାଗତ ସମରାଭ୍ୟାସ କରି ଡରାଇବାକୁ ଚେଷ୍ଟା କରୁଥିବାବେଳେ ଆମେରିକା ପୁଣି ତାଇପେଇ ସପକ୍ଷରେ ବାହାରିଛି। ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କଲେ ଆମେରିକା ସେନା ଏହି ଦ୍ୱୀପକୁ ରକ୍ଷା କରିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ ସ୍ପଷ୍ଟ କରିଛନ୍ତି।
ମିଡିଆ ସିବିଏସ୍‌କୁ ଏକ ସାକ୍ଷାତକାର ଦେବା ବେଳେ ବାଇଡେନ୍‌ଙ୍କୁ ତାଇଓ୍ବାନ ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। ଯଦି ଚାଇନା ଆକ୍ରମଣ କରେ, ତେବେ ଆମେରିକା କ’ଣ ତାଇଓ୍ବାନ୍‌କୁ ରକ୍ଷା କରିବ କି ବୋଲି ପଚରାଯାଇଥିଲା। ଉତ୍ତରରେ ବାଇଡେନ୍‌ କହିଥିଲେ, ହଁ, ନିଶ୍ଚିତ। ଯଦି ଅପ୍ରତ୍ୟାଶିତ ଭାବେ ତାଇଓ୍ବାନ ଉପରେ ଆକ୍ରମଣ ହୁଏ ତେବେ ଆମେରିକା ସେନା ଏହି ଦ୍ୱୀପର ସୁରକ୍ଷା ପାଇଁ ବାହାରିବ। ତାଇଓ୍ବାନକୁ ସୁରକ୍ଷା ଦେବା ପାଇଁ ସୈନ୍ୟଙ୍କ ସମେତ ଆମେରିକା ନାଗରିକମାନେ ମଧ୍ୟ ବାହାରିବେ। ୟୁକ୍ରେନ୍‌କୁ ରୁଷିଆ ଆକ୍ରମଣରୁ ରକ୍ଷା କରିବା ପାଇଁ ଆମେରିକା ଏହାର ସୈନ୍ୟ ପଠାଇବାକୁ ମନା କରିଥିଲା। ତାଇଓ୍ବାନ କ୍ଷେତ୍ରରେ ମଧ୍ୟ ଓ୍ବାଶିଂଟନ୍‌ ସାମରିକ ସହାୟତା ପାଇଁ ନିଜ ସୈନ୍ୟ ପଠାଇବା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା। ତେବେ ବାଇଡେନ୍‌ ତାଇଓ୍ବାନ ପ୍ରସଙ୍ଗରେ ଅଦ୍ୟାବଧି ସବୁଠୁ ସ୍ପଷ୍ଟ ମତ ରଖିଥିବା କୁହାଯାଉଛି। ତାଇପେଇ ପ୍ରତି ଆମେରିକା ନୀତିରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ହ୍ବାଇଟ୍‌ହାଉସ୍‌ର ଜଣେ ମୁଖପାତ୍ର କହିଛନ୍ତି। ତାଇପେଇକୁ ବାଇଡେନ୍‌ଙ୍କ ଖୋଲା ସମର୍ଥନ ଏବଂ ମଜଭୁତ ସୁରକ୍ଷା ପ୍ରତିବଦ୍ଧତା ପାଇଁ ତାଇଓ୍ବାନ ଧନ୍ୟବାଦ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି।...

ବିବାହ ପୂର୍ବରୁ ପିତା ହୋଇଥିଲେ ଇମ୍ରାନ, କୋର୍ଟ ରାୟ ପରେ ବି ଏକଥାକୁ ଅସ୍ବୀକାର

ଇସଲାମାବାଦ,୩ା୪: ବିବାଦ ପ୍ରାୟ ପ୍ରତ୍ୟେକ ରାଜନେତାଙ୍କ ଜୀବନର ଏକ ଅଂଶ। ଏମାନଙ୍କ ମଧ୍ୟରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହେଉଛନ୍ତି ଜଣେ। ଇମ୍ରାନଙ୍କ ବିରୋଧରେ ନାନା...

ଏକପାଖିଆ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବନି

ଟୋକିଓ, ୨୫।୫: ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ମୁକ୍ତ ରଖିବା ସହ ଚାଇନା ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜର ମୁକାବିଲା ଉଦ୍ଦେଶ୍ୟରେ ଜାପାନ ରାଜଧାନୀ ଟୋକିଓରେ ମଙ୍ଗଳବାର ୪...

ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି

ଓ୍ବାଶିଂଟନ,୩।୧: ଆମେରିକା ଇରାକ୍‌ର ବାଗଦାଦ୍‌ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଏବେ ଏହାର ପ୍ରଭାବ ଅଶୋଧିତ ତୈଳ ବଜାରରେ ପଡ଼ିଛି। ଏହାଯୋଗୁ ଏସିଆ...

ରୁଷିଆର ମିଶାଇଲ ମାଡରେ ୟୁକ୍ରେନରେ ୯ ଲୋକ ମୃତ, ୬୪ ଆହତ, ଅଧିକାଂଶ ଅଞ୍ଚଳରେ ବ୍ଲାକ ଆଉଟ

କ୍ୱିଭ,୧୫ ।୧: ୟୁକ୍ରେନର ବିଭିନ୍ନ ସହରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ ଲଗାତାର ଭାବେ ହୋଇଚାଲିଛି । ଏମିତି ଏକ ମିଶାଇଲ ମାଡରେ ୟକ୍ରେନର ଦକ୍ଷିଣ-ପୂର୍ବ...

‘ୟୁକ୍ରେନକୁ ଲିଓପାର୍ଡ ଟ୍ୟାଙ୍କ ପଠାଇବ ପୋଲାଣ୍ଡ’

ଓ୍ବାର୍ସୋ,୨୩ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ  ହେବାକୁ ଯାଉଛି। ଏହି ସମୟରେ ରୁଷିଆ ସହିତ ଲଢ଼େଇ କରିବାକୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ...

ନୂଆ ଭାରିଏଣ୍ଟ ଚିହ୍ନିବାରୁ ମିଳିଲା ଦଣ୍ଡ: ଦକ୍ଷିଣ ଆଫ୍ରିକା

କେପଟାଉନ,୨୮ ।୧୧: କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଛି କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ।...

୧୦୦୦ ୟୁକ୍ରେନ୍‌ ସୈନ୍ୟ କରିଛନ୍ତି ଆତ୍ମସମର୍ପଣ, ରୁଷିଆର ଦାବି…

ମସ୍କୋ, ୧୯।୫ : ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚଳିତ ସପ୍ତାହରେ ମାରିଓପୋଲର ଆଜୋଭଷ୍ଟାଲ ପ୍ଲାଣ୍ଟରେ ପ୍ରାୟ ୧୦୦୦ ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି।...

Advertisement
Archives

Model This Week