Posted inଜାତୀୟ

ଯୌତୁକରେ ବାଇକ୍‌ ନ ମିଳିବାରୁ ମଣ୍ଡପରୁ ଉଠି ପଳାଇଲେ ବର, କନ୍ୟା କହିଲେ ଏମିତି

ପାଟନା,୩୦।୬: ବିହାରରେ ନାଳନ୍ଦା ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନାଚ ଗୀତ ସହ ବର ଜବରଦସ୍ତ ରୋଷଣୀରେ କନ୍ୟା ଘରେ ପହଞ୍ଚିଥିଲେ ବର କିନ୍ତୁ ଯୌତୁକରେ ବାଇନ ଦିଆଯିବା ଶୁଣିବା ପରେ ସେଠୁ ଉଠି ପଳାଇଥିଲେ ବର। ଏହା ଜାଣି କନ୍ୟା ଏମିତି ଲୋଭୀ ବ୍ୟକ୍ତି ସେ କଦାପି ବିବାହ କରିବେ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ନାଳନ୍ଦା ଜିଲାର ଚଣ୍ଡି ଥାନା ଅଞ୍ଚଳରେ ସୁହାବନ ଦାସ ନିଜ ପୁଅ ବିଜେନ୍ଦ୍ରଙ୍କ ବିବାହ ପାଇଁ ବରଯାତ୍ରୀ ଦଳ ଧରି କନ୍ୟା ଘରେ ପହଞ୍ଚିଥିଲେ। ଦୁଇ ସମୁଦି କଥାବାର୍ତ୍ତା ହେବା ପରେ ବରକନ୍ୟା ବରଣମାଳା ପିନ୍ଧାପିନ୍ଧି ହୋଇଥିଲେ। କିଛି ସମୟ ପରେ ଖବର ଆସିଥିଲା ବର କୁଆଡେ ପଳେଇଛନ୍ତି। ଅଭିଯୋଗ ଥିଲା ଯୌତୁକରେ ବରଘର ପକ୍ଷ ବାଇକ୍‌ ମାଗିଥିଲେ। କିନ୍ତୁ କନ୍ୟା ଘରପକ୍ଷ ଏହା ଦେବାକୁ ଅସମର୍ଥ ଥିଲେ। ଫଳରେ ବର ବିବାହ ମଣ୍ଡରୁ ଲୁଚି ପଳାଇଥିଲେ। କନ୍ୟା ଘର ଗାଁ ଲୋକେ ଉତ୍‌କ୍ଷିପ୍ତ ହୋଇ ବରର ପିତାଙ୍କ ସମେତ ୫ ଜଣଙ୍କୁ ବନ୍ଧକ ରଖିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି କନ୍ୟାକୁ ବୁଝାଇଥିଲେ। କିନ୍ତୁ କନ୍ୟା ଏମିତି ଲୋଭୀ ବ୍ୟକ୍ତିଙ୍କୁ ବିବାହ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ରାଧାଷ୍ଟମୀରେ ସୃଷ୍ଟି ହେଲା ବଡ଼ ବଡ଼ ଗ୍ରହ ଯୋଗ: ଆଜିଠୁ ୫ ରାଶିଙ୍କର ଆରମ୍ଭ ହେଲା ଗୋଲଡେନ୍‌ ଟାଇମ୍‌, ଅପାର ଧନଲାଭ ସହ ବଢ଼ିବ ଆୟ!

ଭୁବନେଶ୍ୱର: ୧୯ ସେପ୍ଟେମ୍ବର ୨୦୨୬, ଶନିବାର ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଏହି ଦିନ ରାଧାଷ୍ଟମୀ, ଦଧୀଚି ଜୟନ୍ତୀ ଏବଂ ମାସିକ ଦୁର୍ଗାଷ୍ଟମୀ ପାଳନ କରାଯିବ।…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?