ଗ୍ରାମୀ ବିଜୟିନୀ

ପିଲାବେଳେ ସେ ସାଇକେଲ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ସେଥିରୁ ଉପଶମ ପାଇବା ସକାଶେ ମା’ ତାଙ୍କୁ ଗୀତ ଗାଇବା ପାଇଁ କହିଥିଲେ। ଏତିକିରେ ତାଙ୍କ ମନ ଯନ୍ତ୍ରଣାରୁ ସଙ୍ଗୀତ ଆଡ଼କୁ ଚାଲିଯାଇଥିଲା ଓ ସେ ଭଲ ହୋଇଥିଲେ। ଏହା ପରେ ମା’ଙ୍କୁ କହିଥିଲେ, ସେ କେବଳ ସଙ୍ଗୀତ ସକାଶେ ସାଧନା ଜାରି ରଖିବେ। ଆଜି ସେହି କୁନି ଝିଅ ଫାଲ୍‌ଗୁନୀ ଶାହା ଚଳିତବର୍ଷ ଶିଶୁ ସଙ୍ଗୀତରେ ୬୪ତମ ଗ୍ରାମୀ ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ଶିଶୁ ଆଲ୍‌ବମ ବର୍ଗରେ ‘ଏ କଲରଫୁଲ୍‌ ଓ୍ବାଲର୍‌ଡ’ ପୁରସ୍କୃତ ହେବା ଏହି ଭାରତୀୟ-ଆମେରିକୀୟ ଗାୟିକାଙ୍କୁ ଖୁବ୍‌ ଖ୍ୟାତି ଆଣିଦେଇଛି। ଉଲ୍ଲେଖଯୋଗ୍ୟ ଯେ, ସଙ୍ଗୀତ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଗ୍ରାମୀ ପୁରସ୍କାର (ମୂଳ ନାମ ଥିଲା ଗ୍ରାମୋଫୋନ୍‌ ଆଓ୍ବାର୍ଡ) ଏକ ସର୍ବୋଚ୍ଚ ସମ୍ମାନ ଭାବେ ଅଭିହିତ କରାଯାଇଥାଏ। ୩ ଏପ୍ରିଲରେ ଆମେରିକାର ଲସ୍‌ ଏଞ୍ଜେଲ୍ସସ୍ଥିତ ଷ୍ଟାପଲ୍‌ ସେଣ୍ଟରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫାଲ୍‌ଗୁନୀଙ୍କୁ ଏହି ପୁରସ୍କାର ମିଳିବା ପରେ ତାଙ୍କ ବ୍ୟକ୍ତିତ୍ୱ ଅନ୍ତର୍ଜାତୀୟ ସଙ୍ଗୀତ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଫାଲ୍‌ଗୁନୀ ଦଲାଲ ଥିଲା ତାଙ୍କ ପିଲା ବେଳର ନାମ। ସେ ବ୍ରେନ୍‌ କ୍ୟାନସର ସ୍ପେଶାଲିଷ୍ଟ ତଥା ଗାୟକ ଗୌରବ ଶାହାଙ୍କୁ ବିବାହ କରିବା ପରେ ନାମ ପରିବର୍ତ୍ତନ ହୋଇଥିଲା। ମଞ୍ଚରେ ସେ ଫାଲୁ ନାମରେ ପରିଚିତ। ଗୁଜରାଟର ସୁରଟ ହେଉଛି ତାଙ୍କ ପୈତୃକ ଘର। ସେ ୩୧ ଜୁଲାଇ ୧୯୮୧ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଏକ ସଙ୍ଗୀତ ପରିବାରରେ ଜନ୍ମ ହୋଇଥିବାରୁ ତାଙ୍କୁ ଯେତେବେଳେ ୩ ବର୍ଷ ହୋଇଥିଲା ସେ ସେଥିପ୍ରତି ଆକୃଷ୍ଟ ହୋଇଥିଲେ। ମାତା କିଶୋରୀ ଦଲାଲ ଗୁଜରାଟୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ହୋଇଥିବାରୁ ଫାଲ୍‌ଗୁନୀ ‘ଏ କଲରଫୁଲ୍‌ ଓ୍ବାଲର୍‌ଡ’ରେ ତାଙ୍କ ସ୍ବରକୁ ସ୍ଥାନ ଦେଇଛନ୍ତି। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ, ତାଙ୍କ ପିତାଙ୍କ ସ୍ମୃତିରେ ଏହି ଗୀତର ପରିକଳ୍ପନା କରିଥିଲେ। ପିତାଙ୍କ ସହ ତାଙ୍କ ବାଲ୍ୟାବସ୍ଥା ଯେଭଳି କଟିଥିଲା, ସେହି ମଧୁର ମୁହୂର୍ତ୍ତକୁ ଏହି ଆଲ୍‌ବମରେ ସେ ଦେଖାଇଛନ୍ତି। ଫାଲ୍‌ଗୁନୀଙ୍କ ପୁଅ ନିଶାଦଙ୍କ ନାମରେ ‘ନିଶାଦ୍‌ସ ଲୁଲାବାୟ’ ଟାଇଟେଲ୍‌ ସଙ୍ଗ୍‌ରେ ଆଈମା ଅର୍ଥାତ୍‌ କିଶୋରୀଙ୍କ କଣ୍ଠଦାନ ଏତେ ଜୀବନ୍ତ ହୋଇଛି ଯେ ପିଢ଼ି ପରେ ପିଢ଼ି ଏହାକୁ ଗାଇଚାଲିବେ ବୋଲି ଫାଲ୍‌ଗୁନୀ କହିଛନ୍ତି। ଏହି ଲୁଲାବାୟା ପାଞ୍ଚ ପିଢ଼ି ଧରି ଯେଭଳି ଗଡ଼ି ଆସିଛି ନିଶାଦ ତା’ର ପିଲାମାନଙ୍କୁ ଏହି ଗୀତ ଶୁଣାଇ ଚାଲିବ ବୋଲି ସେ କହିଛନ୍ତି।
ଫାଲ୍‌ଗୁନୀଙ୍କ ସଙ୍ଗୀତ କ୍ୟାରିୟର ଦେଖିଲେ ସେ ପିଲାବେଳେ କିଶୋରୀ ଅମନକରଙ୍କଠାରୁ ଜୟପୁର ଘରାନାର ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ବୟସ ବଢ଼ିବାରୁ ସେ ଗୁଜରାଟୀ ଲୋକଗୀତ ଓ ଗଜଲ ପ୍ରତି ଆକର୍ଷିତ ହୋଇଥିଲେ। ଏଥିରେ କୁମୁଦି ମୁନ୍‌ସି ଓ ଉଦୟ ମଜୁମ୍‌ଦାର ତାଙ୍କୁ ଶିକ୍ଷା ଦେଇଥିଲେ। ଏଥିସହିତ ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସ୍ନାତକୋତ୍ତର କରିଥିଲେ। ସେତେବେଳେ ବମ୍ବେରେ ସେ ବହୁ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ପାଇଥିଲେ। ଭାରତରୁ ସଙ୍ଗୀତରେ ପ୍ରଶିକ୍ଷଣ ଓ ଶିକ୍ଷା ଶେଷ କରିବା ପରେ ସେ ଗୌରବଙ୍କୁ ବିବାହ କରିଥିଲେ। ଏହା ପରେ ସେ ତାଙ୍କ ସହ ୨୦୦୦ ମସିହାରେ ଆମେରିକା ଚାଲିଯାଇଥିଲେ। ୨୦୦୧ରେ ସେ ବୋଷ୍ଟନଭିତ୍ତିକ ଭାରତୀୟ-ଆମେରିକୀୟ ବ୍ୟାଣ୍ଡ୍‌ ‘କରିସ୍ମା’ରେ ଯୋଗଦେଇ ପ୍ରମୁଖ ଗାୟିକା ପାଲଟି ଯାଇଥିଲେ। ସେ ମଧ୍ୟ ଟୁଫ୍ଟସ ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପିକା ହୋଇ କାର୍ଯ୍ୟ କରିଥିଲେ। ସଙ୍ଗୀତରେ ଦଖଲ ଥିବା ଜାଣି ଆମେରିକାର ପ୍ରସିଦ୍ଧ ସୋଲୋ ବାଦକ ୟୋ ୟୋ ମା ତାଙ୍କୁ ‘ଦି ସିଲ୍କ ରୁଟ୍‌୍‌ ପ୍ରୋଜେକ୍ଟ’ରେ ସ୍ଥାନ ଦେଇଥିଲେ। ତାହା ଫାଲ୍‌ଗୁନୀଙ୍କ ସଙ୍ଗୀତ ଦୁନିଆକୁ ଅଧିକ ବ୍ୟାପ୍ତ କରି ଦେଇଥିଲା। ପରେ ୨୦୦୫ରେ କାର୍ନେଜି ହଲ୍‌ରେ ତାଙ୍କୁ ଭାରତୀୟ ସଙ୍ଗୀତର ଆମ୍ବାସାଡର ବୋଲି ଘୋଷଣା କରାଯାଇଥିଲା। ୨୦୦୬ରେ ସେ ଓ ତାଙ୍କ ସ୍ବାମୀ ଗୌରବ ବିଶ୍ୱପ୍ରସିଦ୍ଧ ପ୍ରାମାଣିକ ଚଳଚ୍ଚିତ୍ର ‘ବର୍ନ ଇନ୍‌ ବ୍ରୋଥେଲ୍ସ ଏନ୍‌ସେମ୍ବଲ’ରେ କଣ୍ଠଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, କୋଲକାତାର ରେଡ୍‌ ଲାଇଟ୍‌ ଅଞ୍ଚଳ ଉପରେ ଏହି ଚଳଚ୍ଚିତ୍ର ପର୍ଯ୍ୟବସିତ। ତେବେ ଆଞ୍ଜେଲିନା ଜୋଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ ଏ ପ୍ଲେସ୍‌ ଇନ୍‌ ଟାଇମ୍‌’ରେ ଫାଲୁ ଏବଂ ଓ୍ବେକ୍‌ଲେଫ୍‌ ଜିଏନ୍‌ଙ୍କ ମିଳିତ କଣ୍ଠ ସଙ୍ଗୀତ ଅନେକ ଚର୍ଚ୍ଚାକୁ ଆସିଥିଲା। ୨୦୦୮ରେ ବିଶିଷ୍ଟ ସଙ୍ଗୀତଜ୍ଞ ଏ. ଆର୍‌. ରହେମନ୍‌ଙ୍କ ‘ସ୍ଲମ୍‌ଡଗ୍‌ ମିଲିୟନେୟାର’ର ପ୍ରସିଦ୍ଧ ‘ଜୟ ହୋ’ ଗୀତରେ ମଧ୍ୟ ସେ କଣ୍ଠଦାନ କରିଥିଲେ।
ଫାଲ୍‌ଗୁନୀ ଭାରତୀୟ ପାରମ୍ପରିକ ସଙ୍ଗୀତ ସହ ପାଶ୍ଚାତ୍ୟ ସଙ୍ଗୀତକୁ ମିଶ୍ରଣ କରି ଯେଉଁ ନୂଆ ଗୀତ ସୃଷ୍ଟି କରିପାରିଛନ୍ତି, ତାହା ତାଙ୍କୁ ଅଧିକ ଲୋକପ୍ରିୟ କରାଇପାରିଛି। ୨୦୧୯ରେ ତାଙ୍କ ଆଲ୍‌ବମ ‘ଫାଲୁଜ୍‌ ବଜାର’ ଗ୍ରାମୀ ପୁରସ୍କାର ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲା। ଏକ ପାରିବାରିକ ସଙ୍ଗୀତ ହୋଇଥିଲେ ମଧ୍ୟ ସେ ତାହାକୁ ଶୀର୍ଷ ସ୍ତରରେ ନେଇ ପହଞ୍ଚାଇପାରିଥିଲେ। ପିଲା ବେଳେ ଫାଲ୍‌ଗୁନୀ ଶ୍ୟାମଳୀ ଥିଲେ। ସାଥୀମାନେ ରୂପକୁ ଦେଖି ତାଙ୍କୁ ‘କାଳୀ ମଇଁଷି’ ବୋଲି ଡାକୁଥିଲେ। ସେଥିପାଇଁ ସେ ଅନେକ ସମୟରେ ସାଙ୍ଗମାନଙ୍କ ସହ ନ ମିଶି ଏକାକୀ ସଙ୍ଗୀତ ସାଧନା କରୁଥିଲେ। ଏହାର ଫଳସ୍ବରୂପ ସେ ଗ୍ରାମୀ ବିଜୟିନୀ ହୋଇ ଏବେ ଭାରତୀୟଙ୍କ ପାଇଁ ଗର୍ବ ଆଣିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri