ଗ୍ରାମୀ ବିଜୟିନୀ

ପିଲାବେଳେ ସେ ସାଇକେଲ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ସେଥିରୁ ଉପଶମ ପାଇବା ସକାଶେ ମା’ ତାଙ୍କୁ ଗୀତ ଗାଇବା ପାଇଁ କହିଥିଲେ। ଏତିକିରେ ତାଙ୍କ ମନ ଯନ୍ତ୍ରଣାରୁ ସଙ୍ଗୀତ ଆଡ଼କୁ ଚାଲିଯାଇଥିଲା ଓ ସେ ଭଲ ହୋଇଥିଲେ। ଏହା ପରେ ମା’ଙ୍କୁ କହିଥିଲେ, ସେ କେବଳ ସଙ୍ଗୀତ ସକାଶେ ସାଧନା ଜାରି ରଖିବେ। ଆଜି ସେହି କୁନି ଝିଅ ଫାଲ୍‌ଗୁନୀ ଶାହା ଚଳିତବର୍ଷ ଶିଶୁ ସଙ୍ଗୀତରେ ୬୪ତମ ଗ୍ରାମୀ ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ଶିଶୁ ଆଲ୍‌ବମ ବର୍ଗରେ ‘ଏ କଲରଫୁଲ୍‌ ଓ୍ବାଲର୍‌ଡ’ ପୁରସ୍କୃତ ହେବା ଏହି ଭାରତୀୟ-ଆମେରିକୀୟ ଗାୟିକାଙ୍କୁ ଖୁବ୍‌ ଖ୍ୟାତି ଆଣିଦେଇଛି। ଉଲ୍ଲେଖଯୋଗ୍ୟ ଯେ, ସଙ୍ଗୀତ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଗ୍ରାମୀ ପୁରସ୍କାର (ମୂଳ ନାମ ଥିଲା ଗ୍ରାମୋଫୋନ୍‌ ଆଓ୍ବାର୍ଡ) ଏକ ସର୍ବୋଚ୍ଚ ସମ୍ମାନ ଭାବେ ଅଭିହିତ କରାଯାଇଥାଏ। ୩ ଏପ୍ରିଲରେ ଆମେରିକାର ଲସ୍‌ ଏଞ୍ଜେଲ୍ସସ୍ଥିତ ଷ୍ଟାପଲ୍‌ ସେଣ୍ଟରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫାଲ୍‌ଗୁନୀଙ୍କୁ ଏହି ପୁରସ୍କାର ମିଳିବା ପରେ ତାଙ୍କ ବ୍ୟକ୍ତିତ୍ୱ ଅନ୍ତର୍ଜାତୀୟ ସଙ୍ଗୀତ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଫାଲ୍‌ଗୁନୀ ଦଲାଲ ଥିଲା ତାଙ୍କ ପିଲା ବେଳର ନାମ। ସେ ବ୍ରେନ୍‌ କ୍ୟାନସର ସ୍ପେଶାଲିଷ୍ଟ ତଥା ଗାୟକ ଗୌରବ ଶାହାଙ୍କୁ ବିବାହ କରିବା ପରେ ନାମ ପରିବର୍ତ୍ତନ ହୋଇଥିଲା। ମଞ୍ଚରେ ସେ ଫାଲୁ ନାମରେ ପରିଚିତ। ଗୁଜରାଟର ସୁରଟ ହେଉଛି ତାଙ୍କ ପୈତୃକ ଘର। ସେ ୩୧ ଜୁଲାଇ ୧୯୮୧ରେ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଏକ ସଙ୍ଗୀତ ପରିବାରରେ ଜନ୍ମ ହୋଇଥିବାରୁ ତାଙ୍କୁ ଯେତେବେଳେ ୩ ବର୍ଷ ହୋଇଥିଲା ସେ ସେଥିପ୍ରତି ଆକୃଷ୍ଟ ହୋଇଥିଲେ। ମାତା କିଶୋରୀ ଦଲାଲ ଗୁଜରାଟୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ହୋଇଥିବାରୁ ଫାଲ୍‌ଗୁନୀ ‘ଏ କଲରଫୁଲ୍‌ ଓ୍ବାଲର୍‌ଡ’ରେ ତାଙ୍କ ସ୍ବରକୁ ସ୍ଥାନ ଦେଇଛନ୍ତି। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ, ତାଙ୍କ ପିତାଙ୍କ ସ୍ମୃତିରେ ଏହି ଗୀତର ପରିକଳ୍ପନା କରିଥିଲେ। ପିତାଙ୍କ ସହ ତାଙ୍କ ବାଲ୍ୟାବସ୍ଥା ଯେଭଳି କଟିଥିଲା, ସେହି ମଧୁର ମୁହୂର୍ତ୍ତକୁ ଏହି ଆଲ୍‌ବମରେ ସେ ଦେଖାଇଛନ୍ତି। ଫାଲ୍‌ଗୁନୀଙ୍କ ପୁଅ ନିଶାଦଙ୍କ ନାମରେ ‘ନିଶାଦ୍‌ସ ଲୁଲାବାୟ’ ଟାଇଟେଲ୍‌ ସଙ୍ଗ୍‌ରେ ଆଈମା ଅର୍ଥାତ୍‌ କିଶୋରୀଙ୍କ କଣ୍ଠଦାନ ଏତେ ଜୀବନ୍ତ ହୋଇଛି ଯେ ପିଢ଼ି ପରେ ପିଢ଼ି ଏହାକୁ ଗାଇଚାଲିବେ ବୋଲି ଫାଲ୍‌ଗୁନୀ କହିଛନ୍ତି। ଏହି ଲୁଲାବାୟା ପାଞ୍ଚ ପିଢ଼ି ଧରି ଯେଭଳି ଗଡ଼ି ଆସିଛି ନିଶାଦ ତା’ର ପିଲାମାନଙ୍କୁ ଏହି ଗୀତ ଶୁଣାଇ ଚାଲିବ ବୋଲି ସେ କହିଛନ୍ତି।
ଫାଲ୍‌ଗୁନୀଙ୍କ ସଙ୍ଗୀତ କ୍ୟାରିୟର ଦେଖିଲେ ସେ ପିଲାବେଳେ କିଶୋରୀ ଅମନକରଙ୍କଠାରୁ ଜୟପୁର ଘରାନାର ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ବୟସ ବଢ଼ିବାରୁ ସେ ଗୁଜରାଟୀ ଲୋକଗୀତ ଓ ଗଜଲ ପ୍ରତି ଆକର୍ଷିତ ହୋଇଥିଲେ। ଏଥିରେ କୁମୁଦି ମୁନ୍‌ସି ଓ ଉଦୟ ମଜୁମ୍‌ଦାର ତାଙ୍କୁ ଶିକ୍ଷା ଦେଇଥିଲେ। ଏଥିସହିତ ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସ୍ନାତକୋତ୍ତର କରିଥିଲେ। ସେତେବେଳେ ବମ୍ବେରେ ସେ ବହୁ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ପାଇଥିଲେ। ଭାରତରୁ ସଙ୍ଗୀତରେ ପ୍ରଶିକ୍ଷଣ ଓ ଶିକ୍ଷା ଶେଷ କରିବା ପରେ ସେ ଗୌରବଙ୍କୁ ବିବାହ କରିଥିଲେ। ଏହା ପରେ ସେ ତାଙ୍କ ସହ ୨୦୦୦ ମସିହାରେ ଆମେରିକା ଚାଲିଯାଇଥିଲେ। ୨୦୦୧ରେ ସେ ବୋଷ୍ଟନଭିତ୍ତିକ ଭାରତୀୟ-ଆମେରିକୀୟ ବ୍ୟାଣ୍ଡ୍‌ ‘କରିସ୍ମା’ରେ ଯୋଗଦେଇ ପ୍ରମୁଖ ଗାୟିକା ପାଲଟି ଯାଇଥିଲେ। ସେ ମଧ୍ୟ ଟୁଫ୍ଟସ ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପିକା ହୋଇ କାର୍ଯ୍ୟ କରିଥିଲେ। ସଙ୍ଗୀତରେ ଦଖଲ ଥିବା ଜାଣି ଆମେରିକାର ପ୍ରସିଦ୍ଧ ସୋଲୋ ବାଦକ ୟୋ ୟୋ ମା ତାଙ୍କୁ ‘ଦି ସିଲ୍କ ରୁଟ୍‌୍‌ ପ୍ରୋଜେକ୍ଟ’ରେ ସ୍ଥାନ ଦେଇଥିଲେ। ତାହା ଫାଲ୍‌ଗୁନୀଙ୍କ ସଙ୍ଗୀତ ଦୁନିଆକୁ ଅଧିକ ବ୍ୟାପ୍ତ କରି ଦେଇଥିଲା। ପରେ ୨୦୦୫ରେ କାର୍ନେଜି ହଲ୍‌ରେ ତାଙ୍କୁ ଭାରତୀୟ ସଙ୍ଗୀତର ଆମ୍ବାସାଡର ବୋଲି ଘୋଷଣା କରାଯାଇଥିଲା। ୨୦୦୬ରେ ସେ ଓ ତାଙ୍କ ସ୍ବାମୀ ଗୌରବ ବିଶ୍ୱପ୍ରସିଦ୍ଧ ପ୍ରାମାଣିକ ଚଳଚ୍ଚିତ୍ର ‘ବର୍ନ ଇନ୍‌ ବ୍ରୋଥେଲ୍ସ ଏନ୍‌ସେମ୍ବଲ’ରେ କଣ୍ଠଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, କୋଲକାତାର ରେଡ୍‌ ଲାଇଟ୍‌ ଅଞ୍ଚଳ ଉପରେ ଏହି ଚଳଚ୍ଚିତ୍ର ପର୍ଯ୍ୟବସିତ। ତେବେ ଆଞ୍ଜେଲିନା ଜୋଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ ଏ ପ୍ଲେସ୍‌ ଇନ୍‌ ଟାଇମ୍‌’ରେ ଫାଲୁ ଏବଂ ଓ୍ବେକ୍‌ଲେଫ୍‌ ଜିଏନ୍‌ଙ୍କ ମିଳିତ କଣ୍ଠ ସଙ୍ଗୀତ ଅନେକ ଚର୍ଚ୍ଚାକୁ ଆସିଥିଲା। ୨୦୦୮ରେ ବିଶିଷ୍ଟ ସଙ୍ଗୀତଜ୍ଞ ଏ. ଆର୍‌. ରହେମନ୍‌ଙ୍କ ‘ସ୍ଲମ୍‌ଡଗ୍‌ ମିଲିୟନେୟାର’ର ପ୍ରସିଦ୍ଧ ‘ଜୟ ହୋ’ ଗୀତରେ ମଧ୍ୟ ସେ କଣ୍ଠଦାନ କରିଥିଲେ।
ଫାଲ୍‌ଗୁନୀ ଭାରତୀୟ ପାରମ୍ପରିକ ସଙ୍ଗୀତ ସହ ପାଶ୍ଚାତ୍ୟ ସଙ୍ଗୀତକୁ ମିଶ୍ରଣ କରି ଯେଉଁ ନୂଆ ଗୀତ ସୃଷ୍ଟି କରିପାରିଛନ୍ତି, ତାହା ତାଙ୍କୁ ଅଧିକ ଲୋକପ୍ରିୟ କରାଇପାରିଛି। ୨୦୧୯ରେ ତାଙ୍କ ଆଲ୍‌ବମ ‘ଫାଲୁଜ୍‌ ବଜାର’ ଗ୍ରାମୀ ପୁରସ୍କାର ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲା। ଏକ ପାରିବାରିକ ସଙ୍ଗୀତ ହୋଇଥିଲେ ମଧ୍ୟ ସେ ତାହାକୁ ଶୀର୍ଷ ସ୍ତରରେ ନେଇ ପହଞ୍ଚାଇପାରିଥିଲେ। ପିଲା ବେଳେ ଫାଲ୍‌ଗୁନୀ ଶ୍ୟାମଳୀ ଥିଲେ। ସାଥୀମାନେ ରୂପକୁ ଦେଖି ତାଙ୍କୁ ‘କାଳୀ ମଇଁଷି’ ବୋଲି ଡାକୁଥିଲେ। ସେଥିପାଇଁ ସେ ଅନେକ ସମୟରେ ସାଙ୍ଗମାନଙ୍କ ସହ ନ ମିଶି ଏକାକୀ ସଙ୍ଗୀତ ସାଧନା କରୁଥିଲେ। ଏହାର ଫଳସ୍ବରୂପ ସେ ଗ୍ରାମୀ ବିଜୟିନୀ ହୋଇ ଏବେ ଭାରତୀୟଙ୍କ ପାଇଁ ଗର୍ବ ଆଣିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?