Posted inଫୁରସତ

ମହିଳା ବଜାର ‘ଇମା ମାର୍କେଟ’

ଆଜିକାଲି ମହିଳା ସବୁ କ୍ଷେତ୍ରରେ ଆଗକୁ ଆସିପାରିଛନ୍ତି। ନିଜ ସାମର୍ଥ୍ୟକୁ ଦେଖାଇପାରିଛନ୍ତି। ଘର ଚଳାଇବାଠାରୁ ଆରମ୍ଭ କରି ପୁରଷ ପ୍ରଧାନ କାମ କରିବାକୁ ବି ସେ ପଛାଇ ନାହିଁ। ଏବେ ଆମେ ଆପଣଙ୍କୁ ଏମିତି ଏକ ସହର ବିଷୟରେ କହିବୁ ଯେଉଁଠାରେ ଥିବା ଏକ ବଜାର ସମ୍ପୂର୍ଣ୍ଣଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ। ଏହି ବଜାରରେ କୌଣସି ପୁରୁଷ କାମ କରନ୍ତି ନାହିଁ। ପ୍ରତିଟି ଦୋକାନ ମହିଳାମାନେ ଚଳାଉଛନ୍ତି। ଏହି ବଜାର ମଣିପୁରର ରାଜଧାନୀ ଇମ୍ଫାଲରେ ଅଛି, ଯାହାର ନାମ ‘ଇମା ମାର୍କେଟ’ ବା ‘ମଦର୍ସ ମାର୍କେଟ’। ଏହି ବଜାରଟି ମହିଳାଙ୍କ ଦ୍ୱାରା ପରିଚାଳିତ ଏସିଆର ସବୁଠାରୁ ବଡ ବଜାର ଅଟେ। ଉକ୍ତ ବଜାରରେ ୬୦୦୦ରୁ ଉର୍ଦ୍ଧ୍ୱ ମହିଳା ଦୋକାନ କରି ବିଭିନ୍ନ ପ୍ରକାରର ଜିନିଷ ବିକ୍ରି କରିଥାନ୍ତି। ଏହି ବଜାରକୁ ସ୍ଥାନୀୟ ଭାଷାରେ ‘ଖୈରବନ୍ଦ ବଜାର’ବା ‘ନୁପି କୈଥଲ’ ବି କୁହାଯାଏ। ଏଠାରେ ଅନେକ ମହିଳା ଅନେକ ପିଢି ଧରି ଦୋକାନ ଚଳାଇ ଆସୁଛନ୍ତି। ଏଠାରେ ଖେଳଣା, ପୋଷାକଠାରୁ ଆରମ୍ଭ କରି ହାଣ୍ଡିକ୍ରାଫ୍ଟ ସାମଗ୍ରୀ, ବିଉଟି ପ୍ରଡକ୍ଟ, ଖାଇବା ସାମଗ୍ରୀ, ମସଲା, ପନିପରିବା, ମାଛ ମାଂସ, ଘରକରଣା ସାମଗ୍ରୀ ଆଦି ବିଭିନ୍ନ ପ୍ରକାରର ଜିନିଷ ବିକ୍ରି ହେଇଥାଏ। ଏଠାରେ ପୁରୁଷଙ୍କର କିଛି ଅବଦାନ ନ ଥାଏ। ପ୍ରଥମେ ଏହି ବଜାର ଅସ୍ଥାୟୀ ଶେଡ୍‌ ଲଗାଇ ଚାଲି ଥିଲା। କିନ୍ତୁ ପରେ ଇମ୍ଫାଲ ମୁନିସିପାଲ କାଉନ୍ସିଲ ୪ ମହଲା ବିଶିଷ୍ଟ ଭବନ ତିଆରି କରିଦେଲେ। ଏବେ ସବୁ ଦୋକାନ ଏହି ଭବନ ଭିତରେ ଚାଲିଛି। ୧୯୪୮-୫୨ ଭିତରେ କିଛି ଲୋକ ଏହି ବଜାର ଖାଲି କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳାମାନେ ଏହା ହେବାକୁ ଦେଇ ନ ଥିଲେ। ସାଧାରଣତଃ ବିଧବା, ପରିବାରରେ ଏକୁଟିଆ ରହିଯାଇଥିବା ମହିଳା, ତଥା ଅଭାବ ଅନଟନରେ ଥିବା ଅସହାୟ ମହିଳାଙ୍କୁ ଉକ୍ତ ବଜାରରେ ଦୋକାନ ଆବଣ୍ଟିତ କରାଯାଇଥାଏ। ଏଠାରେ ମହିଳା ଦୋକାନୀମାନେ ପାରମ୍ପରିକ ପୋଷାକରେ ନଜର ଆସିଥାନ୍ତି। କୁହାଯାଏ ଏହି ବଜାର ୫୦୦ ବର୍ଷ ପୁରୁଣା ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?