ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ମହାନ୍ତିଙ୍କ ପରଲୋକ

ବଲାଙ୍ଗୀର ଅଫିସ,୨୬ା୧୧: ବଲାଙ୍ଗୀରର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି (୯୪)ଙ୍କ ଶନିବାର ପରଲୋକ ହୋଇଛି। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ଛାତ୍ରବତ୍ସଳ, ନୀତିନିଷ୍ଠ ଏବଂ ଆଦର୍ଶ ଶିକ୍ଷକ ଭାବେ ସେ ପରିଚିତ ଥିଲେ।୧୯୫୪ ମସିହା ୧୩ ସେପ୍ଟେମ୍ବରରେ ବଲାଙ୍ଗୀର ନିକଟସ୍ଥ ମଲମଣ୍ଡା ବେସିକ ପ୍ରାଇମେରୀ ସ୍କୁଲରେ ସେ ଶିକ୍ଷକତା ଆରମ୍ଭ କରିଥିଲେ। ବେଲପଡ଼ା ବାଳିକା ହାଇସ୍କୁଲ, ଟିଟିଲାଗଡ଼ ବାଳକ ହାଇସ୍କୁଲ, ବଲାଙ୍ଗୀର ବାଳକ ଏମଇ ସ୍କୁଲରେ ସେ ଦୀର୍ଘ ବର୍ଷ ଧରି ଶିକ୍ଷକତା କରିଥିଲେ। ସ୍କୁଲ ଏସ୍‌ଆଇ ଭାବେ ପଦୋନ୍ନତି ପାଇ ଶିକ୍ଷାର ପ୍ରସାର ଦିଗରେ ସେ ଦାୟିତ୍ର ସହ କାର୍ଯ୍ୟ କରିଥିଲେ। ଶିକ୍ଷକତା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ୧୯୮୬ ମସିହା ଜାନୁୟାରୀ ୨୬ରେ ତତ୍କାଳୀନ ରାଜ୍ୟପାଳ ବିଶମ୍ଭରନାଥ ପାଣ୍ଡେଙ୍କ ଠାରୁ ସେ ରାଜ୍ୟପାଳ ପୁରସ୍କାର ଗ୍ରହଣ କରିଥିଲେ । ଚାକିରିରୁ ଅବସର ଗ୍ରହଣ କରିବା ସମୟ ହୋଇଯାଇଥିଲେ ମଧ୍ୟ ତାଙ୍କ ଶୈକ୍ଷକୀୟ ନିଷ୍ଠା ଓ ଆଦର୍ଶ ଯୋଗୁଁ ତାଙ୍କୁ ଅଧିକ ଦୁଇ ବର୍ଷ ଶିକ୍ଷକତା କରିବାକୁ ଅନୁମତି ଦିଆଯାଇଥିଲା। ୧୯୮୯ ମସିହାରେ ସେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ମୂଲ୍ୟବୋଧ ଭିତ୍ତିକ ନୈତିକ ଶିକ୍ଷା ଉପରେ ସେ ଜୋର ଦେଇ ଆସୁଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ଓକିଲ, ପ୍ରତିଷ୍ଠିତ ବ୍ୟବସାୟୀ, ଗଣମାଧ୍ୟମ ପ୍ରତିନିଧି ଓ ପୁରାତନ ଛାତ୍ର ତାଙ୍କ ତୁଳସୀନଗରସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ବିୟୋଗ ସମୟରେ ସ୍ତ୍ରୀ କାନନବାଳା ମହାନ୍ତି, ୪ ପୁଅ ଜ୍ୟେଷ୍ଠପୁତ୍ର ଜ୍ଞାନେନ୍ଦ୍ର ମହାନ୍ତି, ଆଡଭୋକେଟ୍‌ ଅମୀୟ ମହାନ୍ତି, ଅନୀଲ ମହାନ୍ତି ଓ ସାନପୁଅ ଖବରଦାତା ସୁନୀଲ କୁମାର ମହାନ୍ତି, ବୋହୂ, ନାତିନାତୁଣୀ, ସମ୍ପର୍କୀୟ ଉପସ୍ଥିତ ଥିଲେ। ମୃତଦେହ ସତ୍କାର ପାଇଁ ସ୍ବର୍ଗତ ମହାନ୍ତିଙ୍କ ମରଶରୀର ପୁରୀ ସ୍ବର୍ଗଦ୍ୱାରକୁ ନିଆଯାଇଛି। ସେଠାରେ ଆଜି ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?