‘ଶିକ୍ଷକଙ୍କ ସମସ୍ୟା ବୁଝନ୍ତୁ ସରକାର’

ବଇଣ୍ଡା,୩।୧୨(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ଶିକ୍ଷକ ସମସ୍ୟାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଦିଲୀପ କୁମାର ସାହୁ ଏଥିରେ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ବ୍ରହ୍ମାନଦ ମହାରଣା ଯୋଗଦେଇ ଶିକ୍ଷକଙ୍କ ସମସ୍ୟା ସମ୍ପର୍କରେ କହିଥିଲେ। ସେ କହିଥିଲେ, ପ୍ରାଥମିକ ଶିକ୍ଷକ ଅଳ୍ପ ଦରମାରେ ପାଠ ପଢାଉଛନ୍ତି। ସରକାର କୌଣସି ସମସ୍ୟା ବୁଝୁ ନ ଥିବା ଯୋଗୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ସମସ୍ତ ଶିକ୍ଷାସହାୟକମାନଙ୍କୁ ପେନ୍‌ସନ୍‌ ସହ ଗ୍ରେଡ ପେ ଯୋଗାଇ ଦେବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମୁଖ୍ୟ ଅତିଥି ଚେତାବନୀ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପ୍ରମୋଦ ନାୟକ, ଖଗେଶ୍ୱର ନାୟକ, ତରୁଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଆଠମଲ୍ଲିକ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଦିଲୀପ ସାହୁ, ସମ୍ପାଦକ ବୀରେନ ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରବୀଣ ସାହୁଙ୍କୁ ଚୟନ କରଯାଇଥିଲା। ଶିକ୍ଷକ ସୁଧାଂଶୁ ଭୂଷଣ ନାୟକ, ସୁଦର୍ଶନ ବେହେରା, ସରୋଜ ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମାଠ ଛକରେ ବଢ଼ିବାରେ ଲାଗିଛି ଅପରାଧ, ପୋଲିସ ଫାଣ୍ଡି ପାଇଁ ଦାବି

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲାର ଶେଷ ସୀମାନ୍ତ ଅଞ୍ଚଳରେ ଥିବା ଅମାଠ ଛକରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । କାରଣ ଉକ୍ତ…

ନବଯୌବନ ଦର୍ଶନ ଆଜି, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ,୧୪।୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁଙ୍କ ଅଣସର ଶେଷ ହୋଇଛି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ଦଇତାପତି ସେବକମାନେ…

ଦୁଇ ଘଣ୍ଟା ପାଇଁ ୪ ସହରକୁ ୟେଲୋ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ, ପ୍ରବଳ ବର୍ଷା…

ଭୁବନେଶ୍ବର,୧୪।୭: ଖୋର୍ଦ୍ଧା, ଭୁବନେଶ୍ବର, କଟକ, ପୁରୀ ପାଇଁ ୟେଲୋ ୱାର୍ନିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଏକାଧିକ…

ଭାଜପା ପରେ ବିଜେଡିର ପାଲଟା ଅଭିଯୋଗ, ପିଲାଙ୍କୁ ରାଜନୈତିକ କାମରେ ଲଗାଉଛି ଭାଜପା

ଭୁବନେଶ୍ୱର,୧୪।୭(ସୁନିତ୍‌ ମିଶ୍ର): ରାଜନୈତିକ କାର୍ଯ୍ୟକ୍ରମରେ ଛୋଟ ପିଲାମାନଙ୍କୁ ସାମିଲ କରାଯିବା ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସୋମବାର ବିଜେଡିର ଏକ ମହିଳା ପ୍ରତିନିଧି ଦଳ…

ଆଜି ରାଜ୍ୟ କ୍ୟାବିନେଟ୍, ୭ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧୪।୭ (ରବିନାରାୟଣ ଜେନା): ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଘୁର୍ଣ୍ଣିବଳୟ ସକ୍ରିୟ: ଅତି ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୪।୭:ଉତ୍ତର ବଙ୍ଗୋପସାଗର ଓ ତା’ ପାଖପାଖି ଦକ୍ଷିଣ ବାଂଲାଦେଶ ପାଖରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri