‘ଶିକ୍ଷକଙ୍କ ସମସ୍ୟା ବୁଝନ୍ତୁ ସରକାର’

ବଇଣ୍ଡା,୩।୧୨(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ଶିକ୍ଷକ ସମସ୍ୟାକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଦିଲୀପ କୁମାର ସାହୁ ଏଥିରେ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ବ୍ରହ୍ମାନଦ ମହାରଣା ଯୋଗଦେଇ ଶିକ୍ଷକଙ୍କ ସମସ୍ୟା ସମ୍ପର୍କରେ କହିଥିଲେ। ସେ କହିଥିଲେ, ପ୍ରାଥମିକ ଶିକ୍ଷକ ଅଳ୍ପ ଦରମାରେ ପାଠ ପଢାଉଛନ୍ତି। ସରକାର କୌଣସି ସମସ୍ୟା ବୁଝୁ ନ ଥିବା ଯୋଗୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ସମସ୍ତ ଶିକ୍ଷାସହାୟକମାନଙ୍କୁ ପେନ୍‌ସନ୍‌ ସହ ଗ୍ରେଡ ପେ ଯୋଗାଇ ଦେବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମୁଖ୍ୟ ଅତିଥି ଚେତାବନୀ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପ୍ରମୋଦ ନାୟକ, ଖଗେଶ୍ୱର ନାୟକ, ତରୁଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଆଠମଲ୍ଲିକ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ଦିଲୀପ ସାହୁ, ସମ୍ପାଦକ ବୀରେନ ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରବୀଣ ସାହୁଙ୍କୁ ଚୟନ କରଯାଇଥିଲା। ଶିକ୍ଷକ ସୁଧାଂଶୁ ଭୂଷଣ ନାୟକ, ସୁଦର୍ଶନ ବେହେରା, ସରୋଜ ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି: ସ୍ଥିତି ତଦାରଖ କଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲ ମଙ୍ଗଳବାର ବାଲେଶ୍ୱରରେ ପହଞ୍ଚି କରୋନା ସ୍ଥିତି ତଦାରଖ କରିଛନ୍ତି।...

ସ୍ବାମୀଙ୍କ ଚାପୁଡ଼ାରେ ସ୍ତ୍ରୀଙ୍କ ଜୀବନ ଗଲା: ୩ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ମୃତଦେହ

ସବଡେଗା,୨୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଲସରା ଥାନା ଅଧୀନ ସବଡ଼େଗା ରୁନିପଡ଼ାରେ ସ୍ବାମୀଙ୍କ ଚାପୁଡ଼ାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିିଛି। ଘଟଣାର ୩ ଦିନ ପରେ ପୋଲିସ ମଙ୍ଗଳବାର...

ଲକ୍‌ଡାଉନ୍‌ ପରେ ବିନା ରେଜିଷ୍ଟ୍ରେଶନରେ ଓଡ଼ିଶା ମନା: ଫେରିବା ପାଇଁ ୨୪ରୁ କରିପାରିବେ ରେଜିଷ୍ଟ୍ରେଶନ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ଲକ୍‌ଡାଉନ୍‌ ଖୋଲିବା ପରେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ରାଜ୍ୟକୁ ଫେରିବେ। ଆକଳନ ଅନୁଯାୟୀ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ...

ମାସନ ଟ୍ରେନିଂ: ଶ୍ରମିକଙ୍କୁ ମିଳୁନି ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କୁ କୁଶଳୀ କରିବା ଲାଗି ସରକାର ମାସନ (ରାଜମିସ୍ତ୍ରି) ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା...

ଆଜି ରାଜ୍ୟରେ ୬ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜ୍ୟରେ ରବିବାର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେହି ପିଲା ନାହାନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪...

କୋଟିଆ ବିବାଦ: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ପରାମର୍ଶ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର,୪।୩(ବ୍ୟୁରୋ): କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ରାଜ୍ୟ ସରକାର...

୨ ଓଡ୍ରାଫ୍‌, ୧୪ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ଜଗତ୍‌ସିଂହପୁର ଅଫିସ, ୪।୧୨: ବାତ୍ୟା ‘ଜୱାଦ’ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଧ୍ୟରାତ୍ର ପରେ ଏହା ପରିମାଣ ବଢ଼ିବ ବୋଲି...

ଅନ୍ୟ ରାଜ୍ୟକୁ ବସ୍‌ ସେବା ବନ୍ଦ: ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟକର୍ଫ୍ୟୁ ଜାରି...

Advertisement
Archives

Model This Week