ଶ୍ରମିକ ନାହାନ୍ତି, କାମ କରୁଛି ମେଶିନ

ନୂଆଗାଁ,୮।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସରକାରୀ ଅର୍ଥ ଲୁଟିବାର ଉତ୍ତମ ମାଧ୍ୟମ ପାଲଟିଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)। ଏହି ଯୋଜନାରେ ସବୁ ନିୟମକାନୁନକୁ ଉଲ୍ଲଂଘନ କରି ସରକାରୀ ଅର୍ଥ ଲୁଟ ହେଉଛି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି।

ଶ୍ରମିକମାନଙ୍କୁ ଆଉ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡିବ ନାହିଁ। ସେମାନେ ନିଜ ଗାଁରେ ରହି ଏହି ଯୋଜନରେ ଶହେ ଦିନର କାମ ପାଇ ପାରିବେ ବୋଲି ସରକାର ଯୋଜନା କରିଛନ୍ତି। ହେଲେ ନୂଆଗାଁ ବ୍ଲକରେ ପ୍ରତିଟି ଏମ୍‌ଜିଏନ୍‌ଆରଇଜିଏସ୍‌ କାମ ମେଶିନ ଦ୍ୱାରା କରାଯାଉଛି। ଶ୍ରମିକମାନଙ୍କ ଜବ୍‌କାର୍ଡ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି। ପରବର୍ତ୍ତୀ ସମୟରେ ମଧ୍ୟସ୍ଥିମାନେ ଶ୍ରମିକମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ଆକାଉଣ୍ଟଧାରୀକୁ ସାନ୍ବନ୍ତାମୂଳକ ଭାବେ ଶହେ କିମ୍ବା ୨ ଶହ ଟଙ୍କା ଦେଉଛନ୍ତି। ଏ ବାବଦରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଭିଯୋଗ କଲେ ଶ୍ରମିକ ମିଳୁ ନ ଥିବାରୁ ମେଶିନରେ କାମ ହେଉଛି। ଏ ସଂକ୍ରାନ୍ତରେ ଆମେ ସମସ୍ତେ ଅବଗତ ଅଛୁ ବୋଲି କହୁଛନ୍ତି। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସରେ ୫ ଜଣ ଶ୍ରମିକଙ୍କୁ କାମ କରାଇ ପ୍ରତିଦିନ ୫୦ ଶ୍ରମିକଙ୍କ ନାମରେ ଟଙ୍କା ଲୁଟ ହେଉଛି, ଯାହାକି ଡିମିରିପଲି ସରକାରୀ ଉଚ୍ଚ ବିଦ୍ୟାଳୟ ଚାରା ରୋପଣ କାମରେ ହୋଇଥିବା ଅଭିଯୋଗ ହେଉଛି। ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରିକରଣରେ ଚାରା ରୋପଣ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ସେହି ଅର୍ଥ ଶ୍ରମିକମାନଙ୍କ ନାଁରେ ଉଠୁଥିଲେ ମଧ୍ୟ ତାହା ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ବାହାଡ଼ାଝୋଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାରା ରୋପଣ ପାଇଁ ୬ ଲକ୍ଷ ଅନୁଦାନ ମିଳିଥିଲା। ଯନ୍ତ୍ରୀ ଚାରା ରୋପଣ ପାଇଁ ଅନୁପଯୋଗୀ ମାଟି (ଗୋଡି ମାଟି) ପକାଇବା ସହ ଅଳ୍ପ କେତୋଟି ଗଛ ଲଗାଇ ୧ ଲକ୍ଷାଧିକ ଟଙ୍କା ନେଇଛନ୍ତି ବୋଲି ସୂଚନା ମିଳିଛି। ସେହିପରି ଅଳ୍ପ କିଛି ଗଛ ଲଗାଇ ଚିନ୍ତାମଣୀ ବିଦ୍ୟାପୀଠରୁ ୭୩୨୬୦ ଟଙ୍କା, ଜଗନ୍ନାଥପ୍ରସାଦ ହାଇସ୍କୁଲରୁ ୩୧୩୨୫୭ ଟଙ୍କା, ନୂଆଗାଁ ହାଇସ୍କୁଲରୁ ୧୦୧୨୩୨ ଟଙ୍କା, ଡିମିରିଝରି ଆଞ୍ଚଳିକ ହାଇସ୍କୁଲରୁ ୧୨୩୮୭୬ ଟଙ୍କା ଉଠାଇ ନିଆଯାଇଛି। କେଉଁ ଯୋଜନାରେ କେତେ ଟଙ୍କା ବ୍ୟୟରେ କାର୍ଯ୍ୟ ହେଉଛି ତାହା ସାର୍ବଜନୀନ କରିବା ପାଇଁ ସୂଚନା ଫଳକ ଲଗାଇବା ନିୟମ ରହିଥିବା ବେଳେ ତାହା କରାଯାଉ ନାହିଁ। ଫଳରେ ସମସ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ କାର୍ଯ୍ୟରେ ଅନିୟମିତତା କରିବା ପାଇଁ ସୁଯୋଗ ମିଳୁଥିବା ମତ ପ୍ରକାଶ ପାଇଛି। ଏ ବାବଦରେ ନୟାଗଡ଼ ଜିଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କୁ ପଚାରିବାରେ ଅଭିଯୋଗ ହେଲେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ରାଜି ହେଲେନି ପ୍ରେମିକ: ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ବାଲିକୁଦା,୧୯ା୧୧(ସ୍ବ.ପ୍ର.): ଚାରି ବର୍ଷର ଭଲ ପାଇବା ପରେ ବି ପ୍ରେମିକ ବିବାହ କରିବାକୁ ମନାକଲେ। ଫଳରେ ପ୍ରେମିକା ନିରାଶ ହୋଇ ଶେଷରେ ନ୍ୟାୟ ପାଇଁ ଥାନାର...

ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା: ରାଜସ୍ବ ଅମଲା, କ୍ଷେତ୍ର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ ଦ୍ୱିତୀୟ ଦିନରେ

ଭଣ୍ଡାରିପୋଖରୀ୫।୨(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ପଶି ଗତ ସୋମବାର ବାଲିମାଫିଆମାନେ ଗଣ୍ଡଗୋଳ କରିଥିଲେ। ସେମାନଙ୍କ ଆକ୍ରମଣରେ...

ଭିତରକନିକାରେ ୧,୮୫୨ ବିଦେଶୀ ପକ୍ଷୀ ବଢ଼ିଲେ

ରାଜନଗର,୯ା୧(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୬ ତାରିଖରେ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ...

ରାୟଗଡ଼ା ଗସ୍ତରେ ରାଜ୍ୟ ଖାଦ୍ୟ କମିଶନ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ାକୁ ଦିନିକିଆ ଗସ୍ତ କରି ରାଜ୍ୟ ଖାଦ୍ୟ କମିଶନ ପି.କେ.ମେରକାପ ଖାଦ୍ୟ ଯୋଜନାର ସମୀକ୍ଷା କରିଛନ୍ତି। ରାୟଗଡ଼ା ବ୍ଲକରେ ଆଇଓ୍ବାଇସିଏଫ୍‌ କାର୍ଯ୍ୟକ୍ରମ, ସୁଲଭ...

ଡିକିରୁ ମିଳିଲା ୨ଲକ୍ଷ, ପୋଲିସ ଏସ୍‌ଆଇ ଦେଇ ପାରିଲେନି ଉତ୍ତର

ଗୋଲାମୁଣ୍ଡା,୨୧।୭(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ପୋଲିସ ସବ୍‌ ଇନ୍ସପେକ୍ଟର। କଳାହାଣ୍ଡି ଜିଲା ଗୋଳାମୁଣ୍ଡା ଏସ୍‌ଆଇ ଉଗ୍ରସେନ ପଟେଲଙ୍କୁ ଭିଜିଲାନ୍ସ ଅଧିକାରୀ ଅଟକ ରଖି ପଚରାଉଚୁରା କରୁଛନ୍ତି। ମିଳିଥିବା...

ମହିଳାଙ୍କୁ ବଳାତ୍କାର କରି ବନ୍ଧାହେଲେ ଲାଇନ୍‌ମ୍ୟାନ୍‌

ରମ୍ଭା,୧୮ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ହୋଇଥିବା ନେଇ ଗୁରୁବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ରମ୍ଭା...

କଳା, ସଂସ୍କୃତିକୁ ବଞ୍ଚାଇ ରଖିବ ଉତ୍ସବ

ଭବାନୀପାଟଣା,୧୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ୨୫ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ରବିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। କଳାହାଣ୍ଡି ଜିଲାପାଳ...

ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ଦେବଗଡ଼, ୧୬।୧୨(ଡି.ଏନ.ଏ)- ପଶ୍ଚିମ ଓଡ଼ିିଶାର ସର୍ବପୁରାତନ ବେସରକାରୀ କଲେଜ ଭାବେ ପରିଚିତ ଦେବଗଡ଼ ମହାବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ଓ ସୁବର୍ଣ୍ଣଜୟନ୍ତୀ ସ୍ମାରକୀ ଫାଟକ ନିର୍ମାଣ ଦାବି ହୋଇଛି।...

Advertisement
Archives

Model This Week