ସରକାରଙ୍କ ଜମି ଅଧିଗ୍ରହଣ, ପଟ୍ଟାରେ ଠିକା ସଂସ୍ଥା

କେନ୍ଦ୍ରାପଡ଼ା ଅଫିସ, ୨୨ା୧୨: ଭଦ୍ରକ ଜିଲାର ୪ ବ୍ଲକ ଓ ୩ ଏନ୍‌ଏସି ଅଞ୍ଚଳବାସୀଙ୍କୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଚାନ୍ଦବାଲି ବ୍ଲକ ନୂଆହାଟଠାରେ ମେଗା ପ୍ରକଳ୍ପ ନିର୍ମାଣ ହେଉଛି। ରାଜ୍ୟ ସରକାର ବସୁଧା ଯୋଜନାରେ ଏଥିପାଇଁ ୯୮୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ଅର୍ଥ ମଧ୍ୟରୁ ୬ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ ଇନ୍‌ଟେକ ୱେଲ ପାଇଁ କେନ୍ଦ୍ରାପଡ଼ା ଜିଲାର ଖରସ୍ରୋତା ନଦୀ ନିକଟ ବରୁଣାଡିହାର ୩ଟି ପ୍ଲଟ ୧୩ ସ୍ବତ୍ୱାଧିକାରୀଙ୍କ ଜମି ଅଧିଗ୍ରହଣ ହେଲା। ଏହି ୩ ପ୍ଲଟ ରାଜ୍ୟ ସରକାର ଅଧିଗ୍ରହଣ କରିଥିଲେ ମଧ୍ୟ ପ୍ରକଳ୍ପ ଠିକା ସଂସ୍ଥାର ବରିଷ୍ଠ କର୍ମଚାରୀ ଆନ୍ଧ୍ରପ୍ରଦେଶର ସେକ୍‌ ହୋସେନ ବାଶହା ପଟ୍ଟାଧାରୀ ଅଛନ୍ତି। ଏପରି ଦ୍ୱନ୍ଦ୍ୱାତ୍ମକ ତଥ୍ୟ ଆରଟିଆଇ ମାଧ୍ୟମରେ ମାର୍ଶାଘାଇ ବ୍ଲକ ତାଳସଙ୍ଗା ଗ୍ରାମର ପ୍ରତାପ କୁମାର ମହାନ୍ତି ଓ କେନ୍ଦ୍ରାପଡ଼ା ପୌରାଞ୍ଚଳର ଖଡିଅଙ୍ଗ ଗଁାର କ୍ଷୀତିଶ କୁମାର ସିଂହଙ୍କୁ ମିଳିଛି। ସରକାରୀ ଯୋଜନା ଟଙ୍କାରେ ଠିକା ସଂସ୍ଥା କର୍ମଚାରୀଙ୍କୁ ପଟ୍ଟା ମିଳିବା ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି। ପ୍ରକଳ୍ପ ସମ୍ପର୍କରେ ବିଭିନ୍ନ ଅନିୟମିତତା ତଥ୍ୟ ଗୋଟିଏ ପରେ ଗୋଟିଏ ଖୋଲୁଥିବା ବେଳେ ରାଜକନିକାର ସଞ୍ଜୟ ବେହୁରାଙ୍କ ଏନ୍‌ଜିଟି ମାମଲା ଜାନୁୟାରୀ ୧୮ରେ ଶୁଣାଣି ହେବ ବୋଲି ମଙ୍ଗଳବାର ସୂଚନା ମିଳିଛି।
ଭଦ୍ରକ ଜିଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଗତ ୯ ତାରିଖରେ ପ୍ରତାପଙ୍କୁ ଆରଟିଆଇରେ ମିଳିଥିବା ତଥ୍ୟ (ଚିଠି ନଂ.୬୦୯୦) ଅନୁଯାୟୀ ବରୁଣାଡିହାର ଖାତା ନଂ. ୪୭୨, ପ୍ଲଟ ନଂ. ୩୩୦୨କୁ ବରୁଣାଡିହାର ସ୍ବତ୍ୱାଧିକାରୀ ଉମାଦେବୀ ବେହେରା ଓ ରମାମଣୀ ଜେନାଙ୍କଠାରୁ ଗତ ୨୦୧୯ ଅକ୍ଟୋବର ୨୩ରେ ଜମି ଅଧିଗ୍ରହଣ ହୋଇଛି। ଏଥିପାଇଁ ସେମାନଙ୍କୁ ୧,୮୯,୦୦୦ ପ୍ରଦାନ କରାଯାଇଛି। ସେହିପରି ୨୦୧୯ ନଭେମ୍ବର ୬ରେ ଖାତା ନଂ. ୪୨୯, ପ୍ଲଟ ନଂ. ୩୩୦୩ ପାଇଁ ବରୁଣାଡିହାର ପଞ୍ଚାନନ ବିଶ୍ୱାଳ, ଧ୍ରୁବ ବିଶ୍ୱାଳ ଓ ମହେଶ୍ୱର ବିଶ୍ୱାଳଙ୍କୁ ୧,୬୨,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ସେହି ମାସ ୮ ତାରିଖରେ ଖାତା ନଂ. ୫୯୧, ପ୍ଲଟ ନଂ. ୩୩୦୪ ଜମି ଅଧିଗ୍ରହଣ ପାଇଁ ବିଭାଗ ପକ୍ଷରୁ ବରୁଣାଡିହାର ଶୈଳବାଳା ବେହେରା, ନବକିଶୋର ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ବିଷ୍ଣୁଚରଣ ବିଶ୍ୱାଳ, ବସନ୍ତ କୁମାର ବିଶ୍ୱାଳ, ପାରିନୂଆପଡାର ବିଳାସିନୀ ବେହେରା ଓ ବର୍ତ୍ତନୀର ଜୟନ୍ତୀ ଦାସଙ୍କୁ ୨,୭୯,୦୦୦ ଟଙ୍କା ପ୍ରଦାନ କରାଯାଇଛି। ତେବେ କେନ୍ଦ୍ରାପଡ଼ା, ଭଦ୍ରକ ଜିଲା ଜମି ଅଧିଗ୍ରହଣକାରୀ, ରାଜକନିକା ଓ ଚାନ୍ଦବାଲି ତହସିଲ ପକ୍ଷରୁ ଏହି ଜମି ଅଧିଗ୍ରହଣ ହୋଇ ନ ଥିବା ପ୍ରତାପ ଏବଂ କ୍ଷୀତିଶଙ୍କୁ ଆଇଟିଆଇରେ ମିଳିଥିବା ତଥ୍ୟରେ ସୂଚନା ମିଳିଛି। ଅପରପକ୍ଷରେ ସ୍ବତ୍ୱାଧିକାରୀଙ୍କଠାରୁ ୨୦୧୯ରେ ଆନ୍ଧ୍ରପ୍ରଦେଶ ରାଜ୍ୟ କୁନ୍ନୁଲ ଜିଲାର ସେକ୍‌ ହୋସେନ ବାଶହାଙ୍କ ନାମରେ ଏହି ୩ ପ୍ଲଟ କିଣାଯାଇଥିବା ରାଜକନିକା ତହସିଲର ଦାଖଲ ଖାରଜ କେସ ନଂ. ୩୫୫୬/୨୦୧୯, ୩୭୨୧/୨୦୧୯ ଓ ୩୮୧୩/୨୦୧୯ରୁ ଜଣାପଡିଛି। ସରକାରୀ ଯୋଜନା ଅର୍ଥରେ ଏକ ଠିକା ସଂସ୍ଥା କର୍ମଚାରୀଙ୍କ ନାମରେ ଜମି କିଣାକୁ ନେଇ କେନ୍ଦ୍ରାପଡ଼ା ଜିଲା ଜନ ଅଧିକାର ଅଭିଯାନ ଆବାହକ ଭୁବନମୋହନ ଜେନା, ସାମାଜିକ କର୍ମୀ ଡା. ମିଲନ କୁମାର, ପରିବେଶବିତ୍‌ ପ୍ରଦୀପ କୁମାର ତରାଇ ପ୍ରମୁଖ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ଅର୍ଥର ଅସଦ୍‌ଉପଯୋଗକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେମାନେ ମତ ଦେଇଛନ୍ତି। ଅପରପକ୍ଷରେ ଖରସ୍ରୋତା ନଦୀ ପାଣି ବିବାଦକୁ ନେଇ ରାଜକନିକାର ସଞ୍ଜୟ ଏନ୍‌ଜିଟିରେ ମାମଲା(ନଂ.୨୩/୨୦) କରିଥିଲେ। ଏହାର ଶୁଣାଣି ପୂର୍ବାହ୍ନରେ ହେବାକୁ ଥିବା ବେଳେ ଆସନ୍ତା ଜାନୁୟାରୀ ୧୮ ତାରିଖକୁ ଏହା ଘୁଞ୍ଚତ୍ ଯାଇଛି। ସୂଚନାଯୋଗ୍ୟ, ଏହି ପାଣି ବିବାଦକୁ ନେଇ ଦୁଇବର୍ଷ ଧରି ପ୍ରଶାସନ ଓ ଜିଲାବାସୀ ବହୁବାର ମୁହଁାମୁହିଁ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ପୁତୁରା ଗିରଫ

ଆନନ୍ଦପୁର,୨୦।୧୦(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ସମ୍ପର୍କୀୟ ଖୁଡ଼ୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ପୁତୁରାକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ...

ଡାକ୍ତରଙ୍କୁ ପଚାରି ଖାଇହେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌

ଭୁବନେଶ୍ୱର,୨୯ା୪(ବ୍ୟୁରୋ): କରୋନା ସଂକ୍ରମଣର ସାମାନ୍ୟ କିମ୍ବା ସେଭଳି କିଛି ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିମାନେ ନିଜ ଘରେ ଏକାନ୍ତବାସ ବା ସଙ୍ଗରୋଧ( ହୋମ୍‌ ସେଲ୍‌ଫ ଆଇସୋଲେଶନ)ରେ ରହି...

ସରପଞ୍ଚଙ୍କ ବଦାନ୍ୟତାସୁନା, ଟଙ୍କା ଥିବା ବ୍ୟାଗ୍‌ ପାଇ ଫେରାଇଲେ

ଧର୍ମଶାଳା,୧୨ା୬(ଡି.ଏନ୍‌.ଏ.)- ରାସ୍ତାରେ ପଡିଯାଇଥିବା ସୁନା ଓ ଟଙ୍କା ଥିବା ବ୍ୟାଗ୍‌ ପାଇ ମଙ୍ଗଳବାର ଧର୍ମଶାଳା ବ୍ଲ୍ଳକ ପାଟପୁର ପଞ୍ଚାୟତ ସରପଞ୍ଚ ଫେରାଇ ନିଜର ବୈଦାନ୍ୟତା ଦେଖାଇଛନ୍ତି।...

ରାଜ୍ୟରୁ ହଟିଲା କୋଭିଡ୍‌ କଟକଣା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କୋଭିଡ୍‌ ସଂକ୍ରମଣ ହ୍ରାସ ପରେ ରାଜ୍ୟ ସରକାର ଶନିବାର ତତ୍କାଳ ପ୍ରଭାବରୁ ‘ଓଡ଼ିଶା କୋଭିଡ୍‌-୧୯ ନିୟମାବଳୀ ୨୦୨୦’କୁ ଉଚ୍ଛେଦ କରିଛନ୍ତି । ରାଜ୍ୟରେ ଆଉ...

ନାଳ ପାର୍‌ ହେଉଥିବା ବେଳେ ବୁଡ଼ିଗଲେ

ଠାକୁରମୁଣ୍ଡା,୨୪।୧୦(ଡି.ଏନ.ଏ.): ନାଳ ପାର୍‌ ହେଉଥିବା ବେଳେ ଜଣେ ବ୍ୟକ୍ତି ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ଚମ୍ପାଝର ପଞ୍ଚାୟତ...

ହାତୀବନ୍ଧ ପାର୍କ କାମ ଆରମ୍ଭ

ଭଞ୍ଜନଗର,୧୬।୫(ଡି.ଏନ.ଏ.): ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପଛପଟେ ଥିବା ହାତୀବନ୍ଧ ପାର୍କ...

ରାଜ୍ୟରେ ପ୍ରଥମ: ହାଇସ୍କୁଲ ଛାତ୍ରୀଛାତ୍ର ପାଇବେ ମାଗଣା ଖାଦ୍ୟ,ପୋଷାକ

କେନ୍ଦୁଝର,୨୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପ୍ରଥମ ଥର ପାଇଁ ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣା ପୋଷାକ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ଜିଲାର ନବମ ଓ ଦଶମ...

ଧରିତ୍ରୀ ପ୍ରଭାବ; ୟୁନିଟ-୪ ହାଟ : ହଟିଲା ମାଛ, ପରିବା ଦୋକାନ 

ଭୁବନେଶ୍ୱର, ୧ା୪ (ବ୍ୟୁରୋ) : ଭିଡ଼ ନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ରାଜଧାନୀର ବିଭିନ୍ନ ପରିବା ହାଟକୁ ଖୋଲା ସ୍ଥାନ...

Advertisement
Archives

Model This Week