ଚିନି କଳ ପୁନରୁଦ୍ଧାରରେ ସରକାର ବିଫଳ

ଭୁବନେଶ୍ବର,୨୫ା୭(ବ୍ୟୁରୋ): ରାଜ୍ୟରେ ମୋଟ ୫ଟି ସମବାୟ ଭିତ୍ତିକ ଶିଳ୍ପ ଥିବାବେଳେ ମାତ୍ର ଗୋଟିଏ ଚାଲିଛି। ବିଧାନସଭାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ରଖିଥିବା ଉତ୍ତରରୁ ହିଁ ସମବାୟ ଭିତ୍ତିକ ଶିଳ୍ପଗୁଡିକର ଉନ୍ନତୀକରଣ ଲାଗି ସରକାରଙ୍କ ଆନ୍ତରିକତା କେତେ ରହିଛି ସେକଥା ସ୍ପଷ୍ଟ ଜଣାପଡୁଛି। ତେବେ ଗତ ୨୦ ତାରିଖରେ ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ଏହି ଉତ୍ତର ରଖିଛନ୍ତି। ଅନ୍ୟପକ୍ଷରେ ସମବାୟ ଶିଳ୍ପର ଏଭଳି ଅବସ୍ଥା ଯୋଗୁ ବିରୋଧୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ଗୋଟିଏ ସମବାୟ ଭିତ୍ତିକ ଶିଳ୍ପ ଯଥା ଆସିକା ସମବାୟ ଚିନିକଳ ଚାଲୁଛି। ବରଗଡ଼ ସ୍ଥିତ ବରଗଡ଼ ସମବାୟ ଚିନିକଳ ଲିଃ, ବଲାଙ୍ଗୀର ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ଲିଃ, ବଡମ୍ବା ଚିନିକଳ ଲିଃ, କଟକ ଓ ନୟାଗଡ଼ ସମବାୟ ଚିନିକଳ ଲିଃ ଅଚଳ ଅବସ୍ଥାରେ ରହିଛି। ସେଥିରୁ ବିଜୟାନନ୍ଦ ଚିନିକଳ ଉପରେ ୫୨ କୋଟି ୨୩ ଲକ୍ଷ ଟଙ୍କାର ଋଣ ବକେୟା ଅଛି। ଋଣ ପରିଶୋଧ ଲାଗି ରାଜ୍ୟ ସମବାୟ ବ୍ୟାଙ୍କ ଉକ୍ତ କଳର ନିଲାମ ପ୍ରକ୍ରିୟା ଜାରି ରଖିଛି। ହେଲେ ତାହା କେଉଁ କାରଣରୁ ଏତେଦିନ ହେବ ନିଲାମ ହୋଇପାରୁ ନାହିଁ ବୋଲି ରାଜ୍ୟ ସମବାୟ ବ୍ୟାଙ୍କ ଏମ୍‌ଡି ଗୋପବନ୍ଧୁ ଶତପଥୀଙ୍କୁ ପଚାରିବାରୁ ସେ ଏହାର ତଥ୍ୟ ଅଫିସ୍‌ ଯାଇ ଦେଖିବା ପରେ ରଖିବେ ବୋଲି କହିଛନ୍ତି।
ସେହିପରି ନୟାଗଡ଼ ଏବଂ ବଡମ୍ବା ସମବାୟ ଚିନିକଳ କ୍ରୟ ବିକ୍ରୟ ଚୁକ୍ତିନାମା ଅନୁଯାୟୀ ଯଥାକ୍ରମେ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଏବଂ ଲକ୍ଷ୍ମୀପତି ବାଲାଜୀ ସୁଗାର ଆଣ୍ଡ ଡିଷ୍ଟ୍ରିଲେରିସ୍‌ ପ୍ରାଇଭେଟ ଲିଃକୁ ୨୦୦୪ ଏବଂ ୨୦୦୫ରେ ହସ୍ତାନ୍ତର କରାଯାଇଥିଲା। ହେଲେ ଏବେ ବରଗଡ଼ ଚିନିକଳକୁ ପରିଦର୍ଶନ ଲାଗି ନ୍ୟାଶ୍‌ନାଲ ସୁଗାର ଇନ୍‌ଷ୍ଟିଚ୍ୟୁଟ୍‌, କାନପୁରର ଉଚ୍ଚସ୍ତରୀୟ କ୍ଷମତା ସମ୍ପନ୍ନ ଦଳ ଗତ ୧୬ା୮ା୨୦୨୧ ଏବଂ ୧୮ା୯ା୨୦୨୧ରେ ଆସିଥିଲେ। ବରଗଡ଼ ଚିନିକଳର ପୁନରୁଦ୍ଧାର ଲାଗି ୧୦୩ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। ଏହା ସରକାରଙ୍କ ବିଚାରାଧୀନ ଥିବା ମନ୍ତ୍ରୀ ନାଏକ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟର ମୋଟ ୫ ରାଜ୍ୟ ସମବାୟ ଭିତ୍ତିକ ଶିଳ୍ପ ମଧ୍ୟରୁ ୪ଟି ଅଚଳ ହେବା ନେଇ ରାଜ୍ୟ ସରକାରଙ୍କ ଉପରେ ବିରୋଧୀ ବର୍ଷିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଏବଂ ଏଥିପ୍ରତି ଆଗ୍ରହ ନାହିଁ। ଫଳରେ ରାଜ୍ୟରେ ଥିବା ଚିନିକଳଗଡ଼ିକ ଅକାମୀ ହୋଇ ପଡ଼ିରହିଛି ଏବଂ ସରକାର ଏହାର ପୁନରୁଦ୍ଧାର କରିବାରେ ବିଫଳ ହୋଇଛନ୍ତି। ଆଗରୁ ବରଗଡ଼ ଏବଂ ବଲାଙ୍ଗୀରରେ ଚାଷୀମାନେ ବହୁ ପରିମାଣରେ ଆଖୁ ଚାଷ କରୁଥିଲେ। ହେଲେ ସେମାନଙ୍କୁ ଉଚିତ୍‌ ପ୍ରାପ୍ୟ ମିଳିଲା ନାହିଁ। ଧାଡ଼ିରେ ଆଖୁଗାଡ଼ି ଧରି ଚାଷୀମାନେ ଠିଆ ହୁଅନ୍ତି। ହେଲେ ସେମାନଙ୍କଠାରୁ ୨ରୁ ୩ ଦିନ ପରେ ଆଖୁ ନେଲା ବେଳକୁ ସେଗୁଡ଼ିକର ଓଜନ କମିଯାଇଥାଏ। ସେହିପରି ସେମାନଙ୍କ ଜିନିଷ ଖରାପ ହେବା ଯୋଗୁ ତାଙ୍କୁ ଟଙ୍କା ମଧ୍ୟ କମ୍‌ ଦିଆଗଲା। ଅନେକ ସମୟରେ ଆଖୁ ଚାଷୀଙ୍କ ଟଙ୍କା ଦେବାରେ ମଧ୍ୟ ଅବହେଳା କରାଗଲା, ଯାହାଦ୍ୱାରା ବହୁ ଚାଷୀ ସେମାନଙ୍କ କାମ ବଦଳାଇବାକୁ ବାଧ୍ୟ ହେଲେ। ଯଦି ସେଥିପ୍ରତି ସରକାର ଧ୍ୟାନ ଦେବେ ପୁଣି ଚିନି କଳ ଭଲ ଚାଲିବ। ଡବ୍ଲ୍ୟୁଓଡିସି( ପଶ୍ଚିମ ଓଡ଼ିଶା ବିକାଶ ପରିଷଦ)ରୁ ମଧ୍ୟ ବିଜୟାନନ୍ଦ ଚିନିକଳ ଲାଗି ଟଙ୍କା ଦିଆଯାଇଥିଲା। ସେଥିରେ ବହୁ ଦୁର୍ନୀତି ଏବଂ ହେରଫେର ହେବା ଯୋଗୁ ତାହା ବୁଡ଼ିଗଲା ବୋଲି ସାଲୁଜା କହିଛନ୍ତି।
ଭାଜପା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଏହା ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରିଛି। କେବଳ ଆର୍ଥିକ ଅନିୟମିତତା, ଭୁଲ୍‌ ପରିଚାଳନା ଏସବୁ ଚିନିକଳଗୁଡ଼ିକ ବୁଡ଼ିବାର ମୁଖ୍ୟ କାରଣ। ଏହି ସଂସ୍ଥା ଲାଗି ଯେତିକି ଋଣ ନେବା କଥା ସମବାୟ ବ୍ୟାଙ୍କ ଜରିଆରେ ନେଇଯାଇ ପରବର୍ତ୍ତୀ ସମୟରେ ସେଥିରେ ପରିଚାଳନାରେ ତ୍ରୁଟି ଏବଂ ଦୁର୍ନୀତି କରିବା କାରଣରୁ ବୁଡିଯାଇଛି। ଏହି ସଂସ୍ଥା ଜରିଆରେ ସମସ୍ତେ ଉପଭୋଗ କରିଛନ୍ତି ହେଲେ କେହି ଉତ୍ତରଦାୟୀ ରୁହନ୍ତି ନାହିଁ। ଯେଉଁଥିପାଇଁ ଏଗୁଡ଼ିକର ପୁନରୁଦ୍ଧାର ସରକାର କରିପାରୁନାହାନ୍ତି। ଯେତେଥର ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନ ପଚାରିଲେ ମଧ୍ୟ ସମାନ ଉତ୍ତର ମିଳେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri