Posted inଜାତୀୟ

ଏଲ୍‌ଏସି ଉପରେ ଚାଇନା ନଜର

ନୂଆଦିଲ୍ଲୀ,୨୫ା୭: ଭାରତ-ଚାଇନା ମଧ୍ୟରେ ରହିଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଉପରେ ନଜର ରଖି ବେଜିଂ ବିବାଦୀୟ କ୍ଷେତ୍ର ଅକ୍ସାଇ ଚୀନ ଓ ପୂର୍ବ ଲଦାଖରେ ରାସ୍ତା ନିର୍ମାଣ ଯୋଜନା କରୁଛି। ଚାଇନା ଜି୨୧୯ ଅଧୀନରେ ଅକ୍ସାଇ ଚୀନ ରିଜିୟନ୍‌ରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ୧୯୫୫ରେ ଶେଷ କରିଥିଲା। ଏହାର ଦ୍ୱିତୀୟ ପ୍ରକଳ୍ପ ଜି୬୯୫କୁ ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଏବେ ଲକ୍ଷ୍ୟ ରଖାଯାଇଛି। ଦୁଇ ପଡ଼ୋଶୀ ମଧ୍ୟରେ ସୀମା ବିବାଦକୁ ନେଇ ଆଲୋଚନା ଛିଣ୍ଡୁ ନ ଥିବାବେଳେ ଏହି ବିଷୟ ଜଣାପଡ଼ିବା ପରେ ଭାରତର ପ୍ରତିରକ୍ଷା ଓ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରସ୍ତାବିତ ରାଜପଥ ଚାଇନାର ଶିଞ୍ଜିଆଙ୍ଗ୍‌ ପ୍ରଦେଶ ସହ ତିବ୍ବତକୁ ଯୋଡ଼ିବ। ଏହି ସଡ଼କ ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳରେ ଚାଇନାର ପ୍ରତିରକ୍ଷା ସଂଯୋଗୀକରଣକୁ ମଜଭୁତ କରିବ, ଯାହାକି ଭାରତ ପାଇଁ ଚିନ୍ତା ବୃଦ୍ଧିର କାରଣ ସାଜିଛି। ବେଜିଂ ଏହାକୁ ଜି୬୯୫ ନ୍ୟାଶନାଲ ଏକ୍ସପ୍ରେସ୍‌ଓ୍ବେ ନାମକରଣ କରିଛି। ଚାଇନାର ନୂଆ ଯୋଜନା ଅନୁଯାୟୀ ଉକ୍ତ ଜାତୀୟ କାର୍ଯ୍ୟକ୍ରମରେ ୩୪୫ଟି ଭିତ୍ତିଭୂମି ପ୍ରକଳ୍ପ ରହିଛି। ଏଥିରେ ୨୦୩୫ ସୁଦ୍ଧା ୪,୬୧,୦୦୦ କି.ମି. ହାଇଓ୍ବେ ଏବଂ ମୋଟରଓ୍ବେ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଚାଇନା ଯେତେବେଳେ ବି ଚାହିଁବ, ଏଲ୍‌ଏସିରେ ଥିବା ରଣନୈତିକ ସ୍ଥାନଗୁଡ଼ିକୁ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ଏବଂ ସାମରିକ ଉପକରଣ ପ୍ରେରଣ କରିପାରିବ। ଅନ୍ୟପକ୍ଷେ ନୂଆଦିଲ୍ଲୀ ଏହି ରିପୋର୍ଟ ତଥା ଘଟଣାକ୍ରମ ଉପରେ ଅନୁଧ୍ୟାନ କରୁଛି। ଏଲ୍‌ଏସି ସଂଲଗ୍ନ ଅଞ୍ଚଳରେ ଭାରତ ପଟୁ ମଧ୍ୟ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଯବାନଙ୍କ ଗତିବିଧିକୁ ସୁଗମ ତଥା ଅଧିକ ସକ୍ରିୟ କରିବା ପାଇଁ ରାସ୍ତା ଓ ସୁଡ଼ଙ୍ଗ କରାଯାଉଥିବା ନେଇ ଭାରତୀୟ ପ୍ରତିରକ୍ଷା ଓ ସୁରକ୍ଷା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।
ମେ’ ୫ରେ ଭାରତ-ଚାଇନା ସୈନ୍ୟଙ୍କ ସଂଘର୍ଷର ପ୍ରାୟ ୨୪ ମାସ ପରେ ମଧ୍ୟ ସୀମା ବିବାଦକୁ ନେଇ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଗତ ୧୭ ତାରିଖରେ ଅନୁଷ୍ଠିତ କର୍ପ୍ସ କମାଣ୍ଡରସ୍ତରୀୟ ଆଲୋଚନା ମଧ୍ୟ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଚାଇନା ଏଲ୍‌ଏସିରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ଭାରତୀୟ ସେନା ଦାବି କରିଥିବାବେଳେ ପ୍ରତିପକ୍ଷ ରାଜି ହୋଇ ନ ଥିଲା।

ଲଦାଖ ସୀମାରେ ଚାଇନା ଯୁଦ୍ଧବିମାନ

ଭାରତକୁ ଉସୁକାଇବା ପାଇଁ ଲଦାଖ ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚାଇନା ପୁଣି ଉଡ଼ାଇଛି ଯୁଦ୍ଧବିମାନ। ଭାରତୀୟ ସୀମାର ପୂର୍ବ ଲଦାଖ ସେକ୍ଟରରେ ରବିବାର ଚାଇନା ବାୟୁସେନାର ଫାଇଟର ଜେଟ୍‌ ଉଡ଼ାଣ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭାରତୀୟ ବାୟୁସେନା ଏହା ଉପରେ କଡ଼ା ନଜର ରଖିଛି। ବାୟୁସୀମା ଲଂଘି କୌଣସି ପ୍ରକାର ଦୁଃସାହସିକ ପଦକ୍ଷେପ ନେଲେ ଚାଇନାକୁ କଡ଼ା ଜବାବ ଦିଆଯିବ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ନେହେରୁଙ୍କ ଉଦ୍ଦେଶ୍ୟ ଖରାପ ନ ଥିଲା: ରାଜନାଥ

ଚାଇନା ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନୀତିରେ ତ୍ରୁଟି ଥାଇପାରେ, କିନ୍ତୁ ତାଙ୍କ ଉଦ୍ଦେଶ୍ୟ କେବେହେଲେ ଖରାପ ନ ଥିଲା। ନେହେରୁଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଯାଇ ନ ପାରେ ବୋଲି ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ କରିଛନ୍ତି।
ସୀମା ବିବାଦ ପାଇଁ ଅନେକ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଦାୟୀ କରାଯାଇଥାଏ। ବିଶେଷକରି ଭାଜପା ନେତାମାନେ କଂଗ୍ରେସ ଓ ନେହେରୁଙ୍କୁ ଏଥିପାଇଁ ଦୋଷ ଦେଇଥାଆନ୍ତି। ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ‘କାର୍ଗିଲ ବିଜୟ ଦିବସ’ ସ୍ମୃତିରେ ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ଖଣ୍ଡନ କରିଛନ୍ତି। ରାଜନାଥ କହିଛନ୍ତି, ୧୯୯୯ ଯୁଦ୍ଧରେ ଆମର ଅନେକ ବୀର ଯବାନ ପ୍ରାଣବଳି ଦେଇଥିଲେ। ସେମାନଙ୍କ ପ୍ରତି ମଥାନତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଥିଲେ, ୧୯୬୨ ଯୁଦ୍ଧ ବେଳେ ଲଦାଖରେ ଆମ ଅଞ୍ଚଳକୁ ଚାଇନା କବ୍‌ଜା କରିନେଇଥିଲା। ସେତେବେଳେ ପଣ୍ଡିତ ନେହେରୁ ଆମର ପ୍ରଧାନମନ୍ତ୍ରୀ ଥିବାରୁ ଅନେକେ ଏଥିପାଇଁ ତାଙ୍କୁ ଦାୟୀ କରିଥାଆନ୍ତି। ତାଙ୍କ ନୀତିରେ ତ୍ରୁଟି ଥାଇପାରେ, ଉଦ୍ଦେଶ୍ୟ ଖରାପ ବୋଲି କହିପାରିବା ନାହିଁ। ଆଜିର ଭାରତ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର। ଆମତ୍ନିର୍ଭରଶୀଳ ଭାରତ ନିକଟରେ ସବୁ ପ୍ରକାର ଅସ୍ତ୍ରଶସ୍ତ୍ର ରହିଛି। କେହି ଆମକୁ ଖରାପ ଦୃଷ୍ଟିରେ ଦେଖିଲେ ତାହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ରାଜନାଥ ଉଭୟ ଚାଇନା ଓ ପାକିସ୍ତାନକୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି। ସେହିପରି ତିନିସେନା ମଧ୍ୟରେ ସମନ୍ବୟକୁ ତ୍ୱରାନ୍ବିତ କରିବା ପାଇଁ ମିଳିତ ଥିଏଟର କମାଣ୍ଡ୍‌ସ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ମନୋହର ଲାଲ ଖଟ୍ଟରଙ୍କ ବଡ ଘୋଷଣା: ପଦନ୍ନୋତିରେ ଅନୁସୂଚିତ ଜାତିର କର୍ମଚାରୀଙ୍କୁ ମିଳିବ ସଂରକ୍ଷଣ

ଚଣ୍ଡିଗଡ଼,୪ ।୨: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ପାଇଁ କାମ କରୁଥିବା ଅନୁସୂଚିତ ଜାତି(ଏସସି)...

ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ଭୋପାଳ,୧୧।୫: ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ଦୁଇଟି ବସ ମାନ୍ଦସୌର ଜିଲାର ଅଲଗା ଅଲଗା ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥି...

ଆଣବିକ କ୍ଷେପଣାସ୍ତ୍ର ଘାଟି: ଭାରତ-ପାକିସ୍ତାନ ତାଲିକା ଦିଆନିଆ

ନୂଆଦିଲ୍ଲୀ,୨ା୧(ପି.ଟି.): ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନରେ କେତେ ଆଣବିକ କ୍ଷେପଣାସ୍ତ୍ର ଘାଟି ରହିଛି ତାହାର ଏକ ତାଲିକା ନୂଆଦିଲ୍ଲୀକୁ ପ୍ରଦାନ କରିଛି ଇସ୍‌ଲାମାବାଦ।...

କର୍ନାଟକରେ ଗଣତନ୍ତ୍ରର ପରାଜୟ ଘଟିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୪।୭: କର୍ନାଟକ କ୍ଷମତା ଲୋଭିଙ୍କ ବିଜୟ ଏବଂ ଗଣତନ୍ତ୍ରର ପରାଜୟ ଘଟିଛି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। କ୍ଷମତା ହାସଲ...

ଜନ ସମର୍ଥ ପୋର୍ଟାଲ ଲୋକାର୍ପିତ…

ନୂଆଦିଲ୍ଲୀ, ୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ପୋର୍ଟାଲ ପାଇଁ କ୍ରେଡିଟ ଲିଙ୍କଡ ସରକାରୀ ଯୋଜନା ଜନ ସମର୍ଥ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ପ୍ରଧାନମନ୍ତ୍ରୀ...

ଆଇଇଡ଼ି ବିସ୍ଫୋରଣ: ୨ ଯବାନ ଶହୀଦ୍‌, ୩ ଗୁରୁତର

ରାଞ୍ଚି,୪।୩: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲାରେ ମାଓବାଦୀଙ୍କ ଦ୍ୱାରା ପ୍ଲାଣ୍ଟ୍‌ କରାଯାଇଥିବା ଆଇଇଡ଼ି ବିସ୍ଫୋରଣରେ ୨ ଜଣ ଜାଗୁଆର ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ...

କଶ୍ମୀର ନେଇ ଇୟୁ ପ୍ରତିନିଧି ଦଳଙ୍କ ବୟାନ: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ଇୟୁ ପ୍ରତିନିଧି ଦଳ ସେମାନଙ୍କର ବୟାନ ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ...

ପାର୍ଲାମେଣ୍ଟ ବଜେଟ ଅଧିବେଶନରେ ଚାଇନା ଉପରେ ଆଲୋଚନା ହେଉ: କଂଗ୍ରେସ

ନୂଆଦିଲ୍ଲୀ,୨୮।୧(ପି.ଟି.): ଡିଜିପି-ଆଇଜିପି ବାର୍ଷିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିବା ରିସର୍ଚ୍ଚ ପେପରକୁ ନେଇ କଂଗ୍ରେସ ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଚାଇନା ପ୍ରତି ସରକାରଙ୍କ ଦୁର୍ବଳ...

Advertisement
Archives

Model This Week