Posted inଜାତୀୟ

ଏଲ୍‌ଏସି ଉପରେ ଚାଇନା ନଜର

ନୂଆଦିଲ୍ଲୀ,୨୫ା୭: ଭାରତ-ଚାଇନା ମଧ୍ୟରେ ରହିଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଉପରେ ନଜର ରଖି ବେଜିଂ ବିବାଦୀୟ କ୍ଷେତ୍ର ଅକ୍ସାଇ ଚୀନ ଓ ପୂର୍ବ ଲଦାଖରେ ରାସ୍ତା ନିର୍ମାଣ ଯୋଜନା କରୁଛି। ଚାଇନା ଜି୨୧୯ ଅଧୀନରେ ଅକ୍ସାଇ ଚୀନ ରିଜିୟନ୍‌ରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ୧୯୫୫ରେ ଶେଷ କରିଥିଲା। ଏହାର ଦ୍ୱିତୀୟ ପ୍ରକଳ୍ପ ଜି୬୯୫କୁ ୨୦୩୫ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଏବେ ଲକ୍ଷ୍ୟ ରଖାଯାଇଛି। ଦୁଇ ପଡ଼ୋଶୀ ମଧ୍ୟରେ ସୀମା ବିବାଦକୁ ନେଇ ଆଲୋଚନା ଛିଣ୍ଡୁ ନ ଥିବାବେଳେ ଏହି ବିଷୟ ଜଣାପଡ଼ିବା ପରେ ଭାରତର ପ୍ରତିରକ୍ଷା ଓ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପ୍ରସ୍ତାବିତ ରାଜପଥ ଚାଇନାର ଶିଞ୍ଜିଆଙ୍ଗ୍‌ ପ୍ରଦେଶ ସହ ତିବ୍ବତକୁ ଯୋଡ଼ିବ। ଏହି ସଡ଼କ ପ୍ରକଳ୍ପ ସମ୍ପୃକ୍ତ ଅଞ୍ଚଳରେ ଚାଇନାର ପ୍ରତିରକ୍ଷା ସଂଯୋଗୀକରଣକୁ ମଜଭୁତ କରିବ, ଯାହାକି ଭାରତ ପାଇଁ ଚିନ୍ତା ବୃଦ୍ଧିର କାରଣ ସାଜିଛି। ବେଜିଂ ଏହାକୁ ଜି୬୯୫ ନ୍ୟାଶନାଲ ଏକ୍ସପ୍ରେସ୍‌ଓ୍ବେ ନାମକରଣ କରିଛି। ଚାଇନାର ନୂଆ ଯୋଜନା ଅନୁଯାୟୀ ଉକ୍ତ ଜାତୀୟ କାର୍ଯ୍ୟକ୍ରମରେ ୩୪୫ଟି ଭିତ୍ତିଭୂମି ପ୍ରକଳ୍ପ ରହିଛି। ଏଥିରେ ୨୦୩୫ ସୁଦ୍ଧା ୪,୬୧,୦୦୦ କି.ମି. ହାଇଓ୍ବେ ଏବଂ ମୋଟରଓ୍ବେ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଚାଇନା ଯେତେବେଳେ ବି ଚାହିଁବ, ଏଲ୍‌ଏସିରେ ଥିବା ରଣନୈତିକ ସ୍ଥାନଗୁଡ଼ିକୁ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ଏବଂ ସାମରିକ ଉପକରଣ ପ୍ରେରଣ କରିପାରିବ। ଅନ୍ୟପକ୍ଷେ ନୂଆଦିଲ୍ଲୀ ଏହି ରିପୋର୍ଟ ତଥା ଘଟଣାକ୍ରମ ଉପରେ ଅନୁଧ୍ୟାନ କରୁଛି। ଏଲ୍‌ଏସି ସଂଲଗ୍ନ ଅଞ୍ଚଳରେ ଭାରତ ପଟୁ ମଧ୍ୟ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଯବାନଙ୍କ ଗତିବିଧିକୁ ସୁଗମ ତଥା ଅଧିକ ସକ୍ରିୟ କରିବା ପାଇଁ ରାସ୍ତା ଓ ସୁଡ଼ଙ୍ଗ କରାଯାଉଥିବା ନେଇ ଭାରତୀୟ ପ୍ରତିରକ୍ଷା ଓ ସୁରକ୍ଷା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।
ମେ’ ୫ରେ ଭାରତ-ଚାଇନା ସୈନ୍ୟଙ୍କ ସଂଘର୍ଷର ପ୍ରାୟ ୨୪ ମାସ ପରେ ମଧ୍ୟ ସୀମା ବିବାଦକୁ ନେଇ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ଗତ ୧୭ ତାରିଖରେ ଅନୁଷ୍ଠିତ କର୍ପ୍ସ କମାଣ୍ଡରସ୍ତରୀୟ ଆଲୋଚନା ମଧ୍ୟ ଅମୀମାଂସିତ ଭାବେ ଶେଷ ହୋଇଥିଲା। ଚାଇନା ଏଲ୍‌ଏସିରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରୁ ବୋଲି ଭାରତୀୟ ସେନା ଦାବି କରିଥିବାବେଳେ ପ୍ରତିପକ୍ଷ ରାଜି ହୋଇ ନ ଥିଲା।

ଲଦାଖ ସୀମାରେ ଚାଇନା ଯୁଦ୍ଧବିମାନ

ଭାରତକୁ ଉସୁକାଇବା ପାଇଁ ଲଦାଖ ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚାଇନା ପୁଣି ଉଡ଼ାଇଛି ଯୁଦ୍ଧବିମାନ। ଭାରତୀୟ ସୀମାର ପୂର୍ବ ଲଦାଖ ସେକ୍ଟରରେ ରବିବାର ଚାଇନା ବାୟୁସେନାର ଫାଇଟର ଜେଟ୍‌ ଉଡ଼ାଣ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭାରତୀୟ ବାୟୁସେନା ଏହା ଉପରେ କଡ଼ା ନଜର ରଖିଛି। ବାୟୁସୀମା ଲଂଘି କୌଣସି ପ୍ରକାର ଦୁଃସାହସିକ ପଦକ୍ଷେପ ନେଲେ ଚାଇନାକୁ କଡ଼ା ଜବାବ ଦିଆଯିବ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ନେହେରୁଙ୍କ ଉଦ୍ଦେଶ୍ୟ ଖରାପ ନ ଥିଲା: ରାଜନାଥ

ଚାଇନା ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନୀତିରେ ତ୍ରୁଟି ଥାଇପାରେ, କିନ୍ତୁ ତାଙ୍କ ଉଦ୍ଦେଶ୍ୟ କେବେହେଲେ ଖରାପ ନ ଥିଲା। ନେହେରୁଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଯାଇ ନ ପାରେ ବୋଲି ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ପଷ୍ଟ କରିଛନ୍ତି।
ସୀମା ବିବାଦ ପାଇଁ ଅନେକ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ଦାୟୀ କରାଯାଇଥାଏ। ବିଶେଷକରି ଭାଜପା ନେତାମାନେ କଂଗ୍ରେସ ଓ ନେହେରୁଙ୍କୁ ଏଥିପାଇଁ ଦୋଷ ଦେଇଥାଆନ୍ତି। ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ‘କାର୍ଗିଲ ବିଜୟ ଦିବସ’ ସ୍ମୃତିରେ ଜମ୍ମୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ଖଣ୍ଡନ କରିଛନ୍ତି। ରାଜନାଥ କହିଛନ୍ତି, ୧୯୯୯ ଯୁଦ୍ଧରେ ଆମର ଅନେକ ବୀର ଯବାନ ପ୍ରାଣବଳି ଦେଇଥିଲେ। ସେମାନଙ୍କ ପ୍ରତି ମଥାନତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଥିଲେ, ୧୯୬୨ ଯୁଦ୍ଧ ବେଳେ ଲଦାଖରେ ଆମ ଅଞ୍ଚଳକୁ ଚାଇନା କବ୍‌ଜା କରିନେଇଥିଲା। ସେତେବେଳେ ପଣ୍ଡିତ ନେହେରୁ ଆମର ପ୍ରଧାନମନ୍ତ୍ରୀ ଥିବାରୁ ଅନେକେ ଏଥିପାଇଁ ତାଙ୍କୁ ଦାୟୀ କରିଥାଆନ୍ତି। ତାଙ୍କ ନୀତିରେ ତ୍ରୁଟି ଥାଇପାରେ, ଉଦ୍ଦେଶ୍ୟ ଖରାପ ବୋଲି କହିପାରିବା ନାହିଁ। ଆଜିର ଭାରତ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର। ଆମତ୍ନିର୍ଭରଶୀଳ ଭାରତ ନିକଟରେ ସବୁ ପ୍ରକାର ଅସ୍ତ୍ରଶସ୍ତ୍ର ରହିଛି। କେହି ଆମକୁ ଖରାପ ଦୃଷ୍ଟିରେ ଦେଖିଲେ ତାହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ରାଜନାଥ ଉଭୟ ଚାଇନା ଓ ପାକିସ୍ତାନକୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି। ସେହିପରି ତିନିସେନା ମଧ୍ୟରେ ସମନ୍ବୟକୁ ତ୍ୱରାନ୍ବିତ କରିବା ପାଇଁ ମିଳିତ ଥିଏଟର କମାଣ୍ଡ୍‌ସ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

‘କମବ୍ୟାକ କିଙ୍ଗ’ ହାର୍ଦ୍ଦିକ ପାଣ୍ଡ୍ୟା; ଯେତେବେଳେ ବି ସେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି, ସେତେବେଳେ ଅବିସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି

ନୂଆଦିଲ୍ଲୀ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ଅଲ-ରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି; ସେ ନିଜର ବୃତ୍ତିଗତ ଏବଂ…

Chanakya Niti: କୌଣସି କଥାକୁ ନେଇ ଚିନ୍ତା କରୁଛନ୍ତି କି? ମାନନ୍ତୁ ଏହି ୪ କଥା, ସୁଖରେ କଟିବ ଜୀବନ

ଆଜିର ଦ୍ରୁତ ଗତିଶୀଳ ଜୀବନରେ ଛୋଟ ଛୋଟ ଜିନିଷ ମଧ୍ୟ ପ୍ରାୟତଃ ମାନସିକ ଚାପ ସୃଷ୍ଟି କରୁଛି। କେତେବେଳେ ଅତୀତର ଭୁଲ ଆମକୁ ହଇରାଣ କରେ, ତ…

ନାନା ପାଟେକରଙ୍କ ବିୟୋଗରେ କାହିଁକି ଭାଙ୍ଗି ପଡ଼ିଲେ ଶେଖର ସୁମନ? କ୍ୟାନସେଲ କଲେ ଶୋ’, କହିଲେ, ‘ତାଙ୍କ ସ୍ଥାନ କେହି…’

ମୁମ୍ବାଇ: ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ’ (Shekhar Tonight) ଆରମ୍ଭ ହେବା ଦିନଠାରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଶୋ’ରେ ସଞ୍ଜୟ ଦତ୍ତଙ୍କ ଉପସ୍ଥିତି…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?