Posted inଜାତୀୟ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ଲକ୍ଷ ଲକ୍ଷ କର୍ମଚାରୀ ହେବେ ଉପକୃତ

ନୂଆଦିଲ୍ଲୀ,୧୦।୩: କରୋନା ସଙ୍କଟ ସମୟରେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦ୍ୱାରା ଅଟକ ରଖାଯାଇଥିବା ମହଙ୍ଗା ଭତ୍ତା (ଡିଏ ଏବଂ ଡିଆର)ର ତିନୋଟି କିସ୍ତି ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆଶ୍ୱାସନା ଦେଇଛି ଯେ, କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦ୍ୱାରା ଅଟକ ରଖାଯାଇଥିବା ତିନିଟି କିସ୍ତି ଉପରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବ। ଜୁଲାଇ ୧, ୨୦୨୧ରୁ ଲାଗୁ ହେବାକୁ ଥିବା ଦରରେ ସେମାନଙ୍କୁ କିସ୍ତି ପ୍ରଦାନ କରାଯିବ। ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ବ୍ୟବହୃତ କରୋନା ସଙ୍କଟ ସମୟରେ ବନ୍ଦ ହୋଇଥିବା ମହଙ୍ଗା ଭତ୍ତା କିସ୍ତିରୁ କେନ୍ଦ୍ର ସରକାର ୩୭,୪୩୦,୦୮ କୋଟି ଟଙ୍କା ସଞ୍ଚୟ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜାନୁୟାରୀ ୧, ୨୦୨୦, ଜୁଲାଇ ୧, ୨୦୨୦ ଏବଂ ଜାନୁୟାରୀ ୧ ୨୦୨୧ରୁ ବନ୍ଦ କରାଯାଇଛି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୧୭ ପ୍ରତିଶତ ମହଙ୍ଗା ଭତ୍ତା ଦିଆଯାଉଛି। ଏଥିରେ ୪ ପ୍ରତିଶତ ବୃଦ୍ଧି ପାଇଁ କ୍ୟାବିନେଟ ଅନୁମୋଦନ କରିଛି। ଫଳରେ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ୨୧ ପ୍ରତିଶତ ହେବ। ଯାହା ୧ ଜୁଲାଇ ୨୦୨୧ରୁ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ତାମିଲଙ୍କୁ ଶୂଦ୍ର କରିଦେବ ହିନ୍ଦୀ’

ଚେନ୍ନାଇ,୭।୬:ଡିଏମ୍‌କେ ନେତା ତଥା ରାଜ୍ୟ ସଭା ସଦସ୍ୟ ଟି.କେ.ଏସ୍‌. ଇଲାଙ୍ଗୋଭାନ ହିନ୍ଦୀ ଭାଷାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ହିନ୍ଦୀ କହିବା ଦ୍ୱାରା ତାମିଲ ଲୋକମାନେ...

ଦିଲ୍ଲୀରେ ସୁଧୁରୁଛି କରୋନା ସ୍ଥିତି: ଦିନକରେ ୬୧୩ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୨୭।୭: କିଛି ଦିନରୁ ଦିଲ୍ଲୀରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ଥିବା ବେଳେ ବର୍ତ୍ତମାନ ଏଥିରେ ଉନ୍ନତି ହେଉଥିବାର ପରିଲିକ୍ଷିତ ହେଉଛି। ପ୍ରଥମ ଥର ଦିଲ୍ଲୀରେ...

୧୦% ଇଡବ୍ଲ୍ୟୁଏସ୍‌ କୋଟା: ସାମ୍ବିଧାନିକ ବେଞ୍ଚ୍‌କୁ ପଠାଇବା ପ୍ରସଙ୍ଗ: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧ା୮: ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ଲାଗି କେନ୍ଦ୍ର ସରକାର...

ଆଡଭାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ନଡ୍ଡା

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ସୋମବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜେ.ପି. ନଡ୍ଡା। ଏହାପରେ ଦିଲ୍ଲୀରେ ଦଳର ମୁଖ୍ୟକାର୍ଯ୍ୟାଳୟରେ ତାଙ୍କ ପାଇଁ ସ୍ବାଗତ ସମାରୋହ...

ଭାରତୀୟ ଯବାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ: ୪ ମୃତ

ଗ୍ୟାଙ୍ଗଟକ,୨୧।୧୨-ଉତ୍ତର ପୂର୍ବ ସିକିମ ନାଥୁଲାର ଚୀନ-ଭାରତ ସୀମା ନିକଟ ଜବାହରଲାଲ ନେହେରୁ ରୋଡରେ ରବିବାର ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଭାରତୀୟ ସେନାର ଏକ ଗାଡି...

ସ୍କୁଲ୍‌ ଖୋଲିବା ନେଇ ଜାରି ହେଲା ନୂଆ ଏସ୍‌ଓପି

ନୂଆଦିଲ୍ଲୀ,୩।୧:କେନ୍ଦ୍ର ସରକାର ସ୍କୁଲ୍‌ ଖୋଲିବା ନେଇ ଗୁରୁବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ସ୍କୁଲ୍‌ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା ନାହିଁ। ସେ ନିଷ୍ପତ୍ତି ରାଜ୍ୟ...

ଚିନ୍ତା ବଢ଼ାଉଛି ମଙ୍କିପକ୍ସ

ନୂଆଦିଲ୍ଲୀ/ ଲଣ୍ଡନ,୨୧।୫: ବିଦେଶରେ ମଙ୍କିପକ୍ସ ସଂକ୍ରମଣ ବଢ଼ିଚାଲିଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ବିମାନବନ୍ଦର, ବନ୍ଦର ସମେତ ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥରେ ସର୍ଭିଲାନ୍ସ ବଢ଼ାଇବା...

୩୧ରେ ଚାଷୀଙ୍କ ଖାତାକୁ ଯିବ ୧୧ତମ କିସ୍ତି

ନୂଆଦିଲ୍ଲୀ,୨୯।୫: ଆସନ୍ତା ୩୧ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଚାଷୀଙ୍କ ଖାତାକୁ ଯିବ। ଏହି କିସ୍ତି ବାବଦକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏ ପଠାଯିବ...

Advertisement
Archives

Model This Week