ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦିଗପହଣ୍ଡି ଏନଏସି (NAC) ପ୍ରଶାସନର ନିରନ୍ତର ଉଦ୍ୟମ କ୍ରମେ ଏବେ ସମସ୍ତ ସରକାରୀ ଓ ବେସରକାରୀ ବସ୍ ‘ସନ୍ଥ ଅରକ୍ଷିତ ଦାସ ନୂତନ ବସଷ୍ଟାଣ୍ଡ’ ଭିତରକୁ ଚଳାଚଳ କରିବା ଆରମ୍ଭ କରିଛି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପୂର୍ବରୁ ହାତଗଣତି କେତୋଟି ବେସରକାରୀ ବସକୁ ଛାଡ଼ିଦେଲେ ଅଧିକାଂଶ ଯାତ୍ରୀବାହୀ ବସ୍ ଏହି ନୂଆ ବସଷ୍ଟାଣ୍ଡକୁ ପ୍ରବେଶ କରୁନଥିଲେ। ବସ୍ ମାଲିକ ଓ ଚାଳକମାନେ ନିର୍ଦ୍ଦେଶକୁ ଅବମାନନା କରି ପୁରୁଣା ବସଷ୍ଟାଣ୍ଡର ମୁଖ୍ୟ ରାସ୍ତାକଡ଼ କିମ୍ବା ପୁଞ୍ଜିକୟା ଛକ ଉପରେ ଦୀର୍ଘ ସମୟ ଧରି ବସ୍ ରଖୁଥିଲେ। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯିବା ସହ ଜରିମାନା ପାଇଁ ନୋଟିସ ଜାରି କରାଯାଇଥିଲା। ଏପରିକି ଏନ୍ଏସି ର ତନିଖି ଫାଟକ (ଚେକ୍ ଗେଟ୍)କୁ ନୂତନ ବସଷ୍ଟାଣ୍ଡ ସାମ୍ନାକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଏନ୍ଏସି କର୍ମଚାରୀମାନେ ସେଠାରେ ଜଗି ରହି ସମସ୍ତ ବସକୁ ବାଧ୍ୟତାମୂଳକ ଭାବେ ଷ୍ଟାଣ୍ଡ ଭିତରକୁ ପ୍ରବେଶ କରାଇଛନ୍ତି। ବର୍ତ୍ତମାନ ‘ମୁଖ୍ୟମନ୍ତ୍ରୀ ସେବା ବସ୍’ ସମେତ ସମସ୍ତ ଗାଡ଼ି ନୂଆ ବସଷ୍ଟାଣ୍ଡ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି।

ଦିଗପହଣ୍ଡି ସହର ଦେଇ ବ୍ରହ୍ମପୁରରୁ ରାୟଗଡ଼ା, କୋରାପୁଟ, ଗଜପତି, ମାଲକାନଗିରି ଓ କନ୍ଧମାଳ ଭଳି ବିଭିନ୍ନ ଜିଲ୍ଲାକୁ ଦୈନିକ ଶତାଧିକ ବସ୍ ଯାତାୟତ କରିଥାଏ। ବସ୍ ଗୁଡ଼ିକ ରାସ୍ତା ଉପରେ ପାର୍କିଂ କରାଯାଉଥିବାରୁ ସହରରେ ସଦାସର୍ବଦା ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଅପରପକ୍ଷରେ, ବିଭିନ୍ନ ଗ୍ରାମାଞ୍ଚଳରୁ ଆସୁଥିବା ଯାତ୍ରୀମାନେ ନୂଆ ବସଷ୍ଟାଣ୍ଡରେ ଅପେକ୍ଷା କରି ହନ୍ତସନ୍ତ ହେଉଥିଲେ ଏବଂ ବାଧ୍ୟ ହୋଇ ପୁରୁଣା ବସଷ୍ଟାଣ୍ଡ ବା ମୁଖ୍ୟ ଫାଟକ ନିକଟରେ ବିପଦପୂର୍ଣ୍ଣ ଭାବେ ବସ୍‌ରେ ଚଢ଼ୁଥିଲେ। ପ୍ରଶାସନର ଏହି କଡ଼ା ଆଭିମୁଖ୍ୟ ପରେ ଯାତ୍ରୀମାନେ ବେଶ୍ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ କର୍ମଚାରୀମାନେ ପୁରୁଣା ବସଷ୍ଟାଣ୍ଡ ଏବଂ ପୋଲିସ ଥାନା ନିକଟରେ ସତର୍କ ନଜର ରଖିଛନ୍ତି। ଯଦି କୌଣସି ବସ୍ ମାଲିକ କିମ୍ବା ଚାଳକ ପ୍ରଶାସନର ଏହି ନିର୍ଦ୍ଦେଶକୁ ଖିଲାଫ କରନ୍ତି, ତେବେ ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଏହି ନିୟମକୁ ଶୃଙ୍ଖଳିତ ଭାବେ ପାଳନ କରିବାକୁ ସମସ୍ତ ବସ୍ ମାଲିକ ସଂଘକୁ ଅନୁରୋଧ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?