ରିଆମାଳ,୨୦ା୧୧(ବଦ୍ରି ନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗଦଗଦା ଗ୍ରାମ ନିକଟସ୍ଥ ରମ୍ଭା ଦେବୀ ସଂରକ୍ଷିତ
ଜଙ୍ଗଲରୁ ଶୁକ୍ରବାର ଏକ ଶିଶୁ ଶାବକ ହାତୀର ମୃତଦେହ ମିଳିଛି।
ଖବର ଅନୁଯାୟୀ ଶୁକ୍ରବାର ସକାଳେ ରେଙ୍ଗାଳବେଡ଼ା ଫରେଷ୍ଟରଙ୍କଠାରୁ ଖବର ପାଇ ରିଆମାଳ ବନାଞ୍ଚଳ ଅଧିକାରୀ ନିରଞ୍ଜନ ଧରୁଆ, ଦେବଗଡ଼ ବନଖଣ୍ଡ ଅଧିକାରୀଣୀ ଶ୍ରୀରଶ୍ମୀ ଜୀ,ଏସିଏଫ୍, ହାତୀ ସୁରକ୍ଷା ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ହାତୀ ଶାବକର ଆନୁମାନିକ ବୟସ ୧୬ ମାସ ବୋଲି ଜଣାପଡ଼ିଛି। ପାରିପାଶର୍ବିକ ସ୍ଥିତିରୁ ଆଭ୍ୟନ୍ତରୀଣ କନ୍ଦଳରୁ କ୍ଷତ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବନବିଭାଗ ସୂଚନା ଦେଇଛି।

