ସୁନାର ଫସଲ ଉଜୁଡି ଯିବା ଆଶଙ୍କାରେ ଚାଷୀ ଆତଙ୍କିତ, ଘାରିଛି ଋଣ ଚିନ୍ତା

ପଟ୍ଟାମୁଣ୍ଡାଇ,୨୦ା୧୧(କଳ୍ପତରୁ ନାୟକ): ସାମୁଦ୍ରିକ ଝଡ଼ ଅକ୍ୱାନ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାରେ ଗୁରୁବାର ବର୍ଷା ଓ ପବନ ଆରମ୍ଭ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ୱାର୍ନଂ ଜାରି କରାଯାଇଥିବାରୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ଚାଷୀଙ୍କ ମଧ୍ୟରେ ଛନକା ପଶିଛି। କ୍ଷେତରେ ଧାନ ପାଚିଲା ଅବସ୍ଥାରେ ରହିଛି। ଦିନ କେଇଟା ପରେ ଧାନ କଟା ହୋଇ ଖଳାକୁ ଆସିଥାନ୍ତା। ଏହିପରି ସମୟରେ ବାତ୍ୟା ଅକ୍ୱାନ ଯୋଗୁ ସୁନାର ଫସଲ ଉଜୁଡି ଯିବା ଆଶଙ୍କାରେ ଚାଷୀ ଆଶଙ୍କିତ ହୋଇପଡିଛି। ବର୍ଷକର ଆହାର ସହ ଫସଲ ଉଠିଆ ପାଇଁ କରିଥିବା ଋଣ କିପରି ପରିଶୋଧ କରିବ ସେହି ଚିନ୍ତା ଏବେ ଚାଷୀଙ୍କୁ ଘାରିଛି।
କୃଷକ ନେତା ଦାଶରଥି ସାହୁ କହିଛନ୍ତି, ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ପଟ୍ଟାମୁଣ୍ଡାଇରେ ୨୫ ଏମ୍‌ଏମ୍‌ ବର୍ଷା ରେକର୍ଡ କରାଯାଇଛି। ଶୁକ୍ରବାର ବର୍ଷା ଓ ପବନର ପରିମାଣ ବଢ଼ିବାର ଆଶଙ୍କା ରହିଛି। ଯଦି ବର୍ଷା ସହ ପବନ ହୁଏ, ତେବେ କ୍ଷେତରେ ଥିବା ପାଚିଲା ଧାନ ଗଛ ସବୁ ଶୋଇଯିବା ସହ ପାଣିରେ ବୁଡ଼ି ଗଜା ହୋଇଯିବା ଭୟ ରହିଛି। ବିଶେଷକରି ଉତିକଣ ତଳିଆ ଅଞ୍ଚଳର ଜମିଗୁଡ଼ିକରେ ବର୍ଷା ପାଣି ଜମି ରହିଲେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି।
କୃଷକ ବିଜୟ ଦାସ କହିଛନ୍ତି, ଚଳିତ ଖରିଫ ଋତୁରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରାୟ ୧୧ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି। ପ୍ରାୟ ୬୦ହଜାର ମେଟ୍ରିକ୍‌ ଟନ୍‌ ଉତ୍ପାଦନ ଲକ୍ଷ୍ୟ ରହିଛି। ବର୍ତ୍ତମାନ ଏହି ଫସଲ କେତେକ ସ୍ଥାନରେ ପାଚି ଯାଇଥିବାବେଳେ ଆଉ କେଉଁଠି ଦରପଚା ଅବସ୍ଥାରେ ରହିଛି। ଅନ୍ୟପକ୍ଷରେ, ବତ୍ୟା ପ୍ରଭାବରେ ଲଗାଣ ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ଥିବା ଡ୍ରେନ୍‌ଗୁଡ଼ିକ ପୋତି ହୋଇ ପଡ଼ିଥିବାରୁ କ୍ଷେତରେ ପାଣି ଜମି ପାଚିଲା ଧାନ ଗଜା ହୋଇଯିବା ଆଶଙ୍କା ରହିଛି।
ଚାଷୀ ନରେନ୍ଦ୍ର ଧଳ କୁହନ୍ତି, ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଚାଷୀକୁଳ ପାଇଁ ପ୍ରକୃତିର ଲୀଳାଖେଳା ଯେମିତି ଏକ ନିତିଦିନିଆ ଦୁଃସ୍ବପ୍ନ ପାଲଟିଛି। ଚଳିତ ବର୍ଷ ୩ରୁ ୪ ଥର ବନ୍ୟା ଆସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ବନ୍ୟାର କ୍ଷତିକୁ ସମ୍ଭାଳି ସେମାନେ ବିରି ଓ ବିଭିନ୍ନ ପନିପରିବା ଚାଷ କରିଥିଲେ। କାଳିମୁଣ୍ଡି ପୋକ ବିରି ଫସଲ ନଷ୍ଟ କରିଥିଲା। ମାତ୍ର ପନିପରିବା ଫସଲ ଅମଳ ହେବାକୁ ଆଉକିଛି ଦିନ ଥିବାବେଳେ ଏବେ ଅକ୍ୱାନ ବାତ୍ୟାର ମାଡ। ପ୍ରବଳ ବର୍ଷା ହେଲେ ପନିପରିବା କ୍ଷେତ ସହ କାଳିମୁଣ୍ଡି ଦାଉରୁ ବଞ୍ଚି ରହିଥିବା ବିରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩ରେ ଦେଶବ୍ୟାପୀ ଧର୍ମଘଟ ଚେତାବନୀ; ୨.୫ ଲକ୍ଷ କର୍ମଚାରୀ…

ନୂଆଦିଲ୍ଲୀ,୨୦।୧୧(ପି.ଟି.): ଆଇଡିବିଆଇ ବ୍ୟାଙ୍କର ୬୦ ପ୍ରତିଶତ ଅଂଶଧନ କାନାଡାର ‘ଫେୟାରଫାକ୍ସ ଫାଇନାନ୍ସିଆଲ ହୋଲ୍ଡିଂସ’କୁ ବିକ୍ରି କରିଦେବା ଲାଗି କେନ୍ଦ୍ରର ପ୍ରସ୍ତାବକୁ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀ ଓ ସଂଘ…

ଜଙ୍ଗଲରୁ ମିଳିଲା ହାତୀଛୁଆର ମୃତଦେହ, ଆଭ୍ୟନ୍ତରୀଣ କନ୍ଦଳରୁ…

ରିଆମାଳ,୨୦ା୧୧(ବଦ୍ରି ନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗଦଗଦା ଗ୍ରାମ ନିକଟସ୍ଥ ରମ୍ଭା ଦେବୀ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ଏକ…

ସନ୍ୟାସ ନେବା ପରେ ପତ୍ନୀଙ୍କ ସହ ଏମିତି ଟାଇମ ସ୍ପେଣ୍ଡ କରୁଛନ୍ତି ଏମଏସ ଧୋନୀ!

ନୂଆଦିଲ୍ଲୀ,୨୦।୧୧: ପୂର୍ବତନ ଭାରତୀୟ ଅଧିନାୟକ ଏମ ଏସ ଧୋନୀଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ତାଙ୍କ ଜନ୍ମଦିନ ପାଳନର କିଛି ଫଟୋ ଏବଂ ଏକ ଭିଡିଓ ଶେୟାର କରିଛନ୍ତି।…

କ୍ରିକେଟପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ, ଶେଷରେ BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ, ୨୦।୧୧: ୨୦୨୭ରେ ଆୟୋଜିତ ହେବ ଦିନିକିଆ ବିଶ୍ୱକପ। ଏହି ବଡ଼ ଟୁର୍ନାମେଣ୍ଟରେ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବାକୁ ନେଇ ଦୀର୍ଘଦିନ ଧରି ସସ୍‌ପେନ୍ସ…

ମାଣ୍ଡୁବାଡ଼ିରେ ପାଣି ପାଇଁ ଉତ୍ତେଜନା: କୂଅରେ କୁକୁର ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୨୦।୧୧(ଅରୁଣ ସାହୁ): ଗୋଟିଏ ପଟେ ବାତ୍ୟା ‘ଅକ୍ୱାନ’କୁ ନେଇ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଥିବା ବେଳେ ଅନ୍ୟପଟେ ପିଇବା ପାଣି କୂଅରେ କୁକୁରର ମୃତଦେହ ଫିଙ୍ଗିଦେବା ଘଟଣାକୁ ନେଇ…

EPFOକୁ ବଡ଼ ଝଟ୍‌କା: ବୁଡ଼ିଗଲା ୧,୮୦୦ କୋଟିରୁ ଅଧିକ ଟଙ୍କା!

ନୂଆଦିଲ୍ଲୀ, ୨୦।୧୧: ଦେଶର କୋଟି କୋଟି ଚାକିରିଆଙ୍କ କଷ୍ଟ ଅର୍ଜିତ ଟଙ୍କାର ଦାୟିତ୍ୱ ବହନ କରୁଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)କୁ ଲାଗିଛି ବଡ଼ ଝଟ୍‌କା। ରିଲାଏନ୍ସ…

ନିଖୋଜ ସନ୍ତୋଷଙ୍କ ମିଳିଲା ମୃତଦେହ: ଖେଳିଗଲା ଶୋକର ଛାୟା

ଗୁଡାରି,୨୦।୧୧(ପ୍ରମୋଦ କୁମାର ପତି): ଗତ ୧୮ ତାରିଖ ଅପରାହ୍ନରୁ ନିଖୋଜ ଥିବା ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଞ୍ଚାୟତର ମେରିଆପାଙ୍ଗା ଗ୍ରାମର ଯୁବକ ସନ୍ତୋଷ…

କାହାରି କଥା ଶୁଣନ୍ତି ନାହିଁ ଶୁବମନ ଗିଲ, ନିଜ ଇଚ୍ଛାର ମାଲିକ ହୋଇଯାଇଛନ୍ତି, ୪ଟି ଭୁଲ ପାଇଁ…

ନୂଆଦିଲ୍ଲୀ,୨୦।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନରେ ବଡ଼ ଭୁଲ କରିଥିଲେ। ଭାରତକୁ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?