Posted inଫୁରସତ

ପ୍ରେମୀଯୁଗଳଙ୍କ ପାଇଁ ଖୁସି ଖବର: ଜାଣନ୍ତୁ କିପରି

ପ୍ରେମୀଯୁଗଳଙ୍କ ପାଇ ପାଇଁ ଏକ ବଡ଼ ଖବର। କରୋନା କାରଣରୁ, ୟୁରୋପୀୟ ୟୁନିଅନ ବାହାରେ ରହୁଥିବା ଅବିବାହିତମାନଙ୍କୁ ଆସିବାକୁ ଅନୁମତି ନ ଥିଲା। ବର୍ତ୍ତମାନ ଇୟୁର ଚାପ ଏବଂ ଅନଲାଇନ ଅଭିଯାନ ଯୋଗୁ ଜର୍ମାନୀ ଏପରି ଯୋଡିଙ୍କୁ ସାକ୍ଷାତ ପାଇଁ ଅନୁମତି ଦେଇଛି। ବର୍ତ୍ତମାନ ଅବିବାହିତ ଯୋଡି ମଧ୍ୟ ଇୟୁ ବାହାରୁ ଜର୍ମାନୀକୁ ଆସିପାରିବେ ଏବଂ ଜର୍ମାନୀରେ ରହୁଥିବା ସେମାନଙ୍କ ସାଥୀଙ୍କୁ ଭେଟିପାରିବେ।

ଏହା ଘୋଷଣା କରି ଜର୍ମାନ ଗୃହ ମନ୍ତ୍ରଣାଳୟ ଏକ ସର୍ତ୍ତ ରଖିଛି ଯେ, ସେମାନଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ଥିବ। ଏଥିପାଇଁ ପ୍ରେମୀ ଯୁଗଳଙ୍କୁ ଏପରି ଦଲିଲ ଦାଖଲ କରିବାକୁ ପଡିବ ଯାହା ଦର୍ଶାଏ ଯେ, ସେମାନେ ଗୋଟିଏ ଘରେ ଏକାଠି ରହିଛନ୍ତି କିମ୍ବା ଜର୍ମାନୀରେ ଖୁଲମ୍‌ ଖୁଲା ଭେଟିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଲାଗି ଲୋକମାନେ ବହୁତ ଉତ୍ସାହିତ ଅଛନ୍ତି।

ଇୟୁ ବାହାରେ ଥିବା ଅନେକ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ, ଯେଉଁମାନେ କରୋନା ଲାଗି ଅଧିକ ବିପଦପୂର୍ଣ୍ଣ ବିବେଚନା କରାଯାଏ । ଏହିପରି ଦେଶରୁ ଆସୁଥିବା ସାଥୀଙ୍କୁ ଆବଶ୍ୟକ ହେଲେ କରୋନା ଟେଷ୍ଟ ଏବଂ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ।

ଆମେରିକା, ତୁର୍କୀ ଏବଂ ଇରାନ ଅଧିକ ବିପଦପୂର୍ଣ୍ଣ ଦେଶ ତାଲିକାରେ ଅଛନ୍ତି। ମାତ୍ର ଜର୍ମାନ ରାଜ୍ୟ ପାଇଁ ସାମାନ୍ୟ ଭିନ୍ନ ନିୟମ ରହିଛି। ଗୃହ ମନ୍ତ୍ରଣାଳୟ ପ୍ରତ୍ୟେକ ଯାତ୍ରୀଙ୍କୁ ଆସିବା ପୂର୍ବରୁ ସେହି ରାଜ୍ୟର ନିୟମକୁ ଭଲ ଭାବରେ ବୁଝିବାକୁ ନିବେଦନ କରିଛନ୍ତି।

ଜର୍ମାନୀରେ ଏକ ଘରେ ଏକାଠି ରହୁଥିବା ପ୍ରେମୀ ଯୁଗଳଙ୍କୁ ସରକାରଙ୍କ ଦୃଷ୍ଟିରେ ବିବାହିତ ଦମ୍ପତି ଭାବରେ ସ୍ବୀକୃତି ଦିଆଯାଏ। ଆୟକରର ସମାନ ନିୟମ ମଧ୍ୟ ସେମାନଙ୍କ ପାଇଁ ଲାଗୁହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri