
ଭୁବନେଶ୍ୱର, ୩୦।୪: ଅକ୍ଷୟ ତୃତୀୟା ଅବସରରେ ଭାରତରେ ସୁନାର ଦରରେ ସାମାନ୍ୟ ହ୍ରାସ ଦେଖାଯାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର ମୂଲ୍ୟ ପ୍ରାୟ ୦.୫% ହ୍ରାସ ପାଇଛି, ଯେତେବେଳେ ରୂପାର ଦର ପ୍ରାୟ ୧% କମିଛି। Gold prices Today ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୭,୫୧୪ ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୯୫,୪୭୦ ପ୍ରତି ୧୦ ଗ୍ରାମ ରହିଛି।
Gold prices Today ଅକ୍ଷୟ ତୃତୀୟା ସୁନା କିଣିବା ପାଇଁ ଶୁଭ ଦିବସ ଭାବେ ବିବେଚିତ ହେଉଥିବାରୁ ଏହି ଦର ହ୍ରାସ କ୍ରେତାଙ୍କ ପାଇଁ ସୁଯୋଗ ଆଣିପାରେ। ତେବେ, ବିଶେଷଜ୍ଞମାନେ ସୁନା କିଣିବା ପୂର୍ବରୁ ବଜାର ଗତିବିଧି ଉପରେ ନଜର ରଖିବାକୁ ପରାମର୍ଶ ଦେଉଛନ୍ତି।
Gold prices Today ଚଳିତ ବର୍ଷ ସୁନା ଦର ରେକର୍ଡ ସୃଷ୍ଟି କରି ଏପ୍ରିଲରେ ୯୯,୮୦୦ (୨୪ କ୍ୟାରେଟ, ୧୦ ଗ୍ରାମ) ଛୁଇଁଥିଲା, GST ସହ ଲକ୍ଷେ ପାର କରିଥିଲା। ଆମେରିକାର ଶୁଳ୍କ ନୀତି, ଡଲାର ତୁଳନାରେ ଟଙ୍କାର ଦୁର୍ବଳତା ଓ ବିଶ୍ୱ ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା ଦର ବୃଦ୍ଧି ପାଇଥିଲା।