୬ ମାସର ସର୍ବୋଚ୍ଚ ସ୍ତରରେ ସୁନା ଦର, ଭାରତର ମଧ୍ୟ କଲା ନୂଆ ରେକର୍ଡ

ମୁମ୍ବାଇ,୨୯।୧୧: ବିଶ୍ୱ ବଜାରରେ ସୁନାର ଦାମ୍ ୬ ମାସର ଉଚ୍ଚତ୍ତମ ସ୍ତରରେ ପହଞ୍ଚିଥିବା ବେଳେ ଭାରତରେ ମଧ୍ୟ ସୁନାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଭାରତରେ ପ୍ରଥମ ଥର ପାଇଁ ସୁନାର ମୂଲ୍ୟ ୬୩ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ପାର କରି ୬୩,୫୦୦ ଟଙ୍କାରେ ପହଞ୍ଚିଛି। ମଙ୍ଗଳବାର କାରବାର ଶେଷରେ ସୁନାର ମୂଲ୍ୟ ୬୨ ହଜାର ୭୫୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା।

ବିଶ୍ୱ ବଜାରରେ ସୁନାର ଦାମ୍ ବୃଦ୍ଧି କାରଣରୁ ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି। କେବଳ ସୁନା ନୁହେଁ ରୂପା ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ଘଟିଛି। ବଜାରରେ ରୂପା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇଁ କିଲୋଗ୍ରାମ ୭୯,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ବଜାରରେ ରୂପା ମୂଲ୍ୟ ଅନ୍ସ ପିଛା ୨୪.୯୫ ଡଲାରରେ ପହଞ୍ଚିଛି। ଏହି କାରଣରୁ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଦେଖିବାକୁ ମିଳୁଛି।

ତେବେ ଦେଶରେ ବର୍ତ୍ତମାନ ବିବାହ ଋତୁ ଚାଲିଛି, ତେଣୁ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ହେତୁ ସୁନା ଅଳଙ୍କାର କିଣିବାକୁ ଚିନ୍ତା କରୁଥିବା ଲୋକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅକ୍ଟୋବର ୨୦୨୩ ର ପ୍ରଥମ ସପ୍ତାହରୁ ସୁନା ମୂଲ୍ୟ ପୁନର୍ବାର ଗତି କଲା ଯେତେବେଳେ ସୁନା ୧୦ ଗ୍ରାମ ପ୍ରତି ୫୬,୬୩୦ ଟଙ୍କା କାରବାର କରୁଥିଲା। ଅର୍ଥାତ୍ ଦୁଇମାସ ମଧ୍ୟରେ ୧୦ ଗ୍ରାମ ପ୍ରତି ସୁନାର ମୂଲ୍ୟ ପ୍ରାୟ ୭୦୦୦ ଟଙ୍କା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ପହଞ୍ଚିଲେ ମାଇକ୍ରୋସଫ୍ଟ ସିଇଓ ବିଲ ଗେଟ୍ସ

ଭୁବନେଶ୍ୱର,୨୭।୨: ଭୁବନେଶ୍ବରରେ ପହଞ୍ଚିଲେ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ। ବୁଧବାର ଅର୍ଥାତ୍‌ କାଲି କୃଷି ଭବନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏହି ଗସ୍ତରେ ବିଲ...

Ration card renewal: ପାଇବେ ମାଗଣା ରାସନ, ତୁରନ୍ତ ଅପଡେଟ୍‌ କରନ୍ତୁ ରାସନ କାର୍ଡ

ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର। ମିଳିବ ମାଗଣା ରାସନ। ପ୍ରତିମାସରେ ମାଗଣା ଚାଉଳ-ଗହମ ସହ ଅନ୍ୟ ଜିନିଷ ମଧ୍ୟ ମିଳିବ। କିନ୍ତୁ ଆସନ୍ତା ମାର୍ଚ୍ଚ...

୧୪୫ କୋଟିର ଚାକିରି ଛାଡ଼ିଥିଲେ, ଏବେ ୮,୩୦୦ କୋଟିର କମ୍ପାନୀ ଛିଡ଼ା କରି ଚର୍ଚ୍ଚାରେ ଏହି ମହିଳା

ପାକିସ୍ତାନୀ ବଂଶୋଦ୍ଭବ ସୁନୀରା ମଧାନୀ ହେଉଛନ୍ତି ଆମେରିକାର ଜଣେ ଜଣାଶୁଣା ମହିଳା ବ୍ୟବସାୟୀ। ସେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରୁ ଫାଇନାନ୍ସରେ ସ୍ନାତକ କରିଥିଲେ। ପରେ ସେ ଆମେରିକାର...

ଯଦି ଆକାଉଣ୍ଟକୁ ନ ଆସେ ପିଏମ୍‌ କିଷାନ ୧୬ତମ କିସ୍ତି ଟଙ୍କା, ଏଭଳି କରିପାରିବେ ଅଭିଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୬ତମ କିସ୍ତି ବୁଧବାର ଅର୍ଥାତ ଫେବୃଆରୀ ୨୮ରେ କୃଷକଙ୍କ ଖାତାକୁ ପଠାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକଙ୍କ...

ବିମାନରେ ଯାତ୍ରା କରୁଛନ୍ତି କି ଆସିଲା ଖୁସିଖବର: ୧୪ ବନ୍ଦରରେ ଡିଜି ସର୍ଭିସ, ଭୁବନେଶ୍ୱର….

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଡିଜି ଯାତ୍ରା ସର୍ଭିସ ନେଇ ଯୋଜନା ପ୍ରସ୍ତୁତି ହୋଇଛି। ଚଳିତ ବର୍ଷ ଦେଶର ୧୪ ନୂଆ...

ହୋଲି ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ଉପହାର: ବଢିବ ଦରମା, ପେନସନ, ଜାଣନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ,୨୭।୨: ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଥିବା କେନ୍ଦ୍ରୀୟ କର୍ମଚାରୀମାନେ ଖୁବ୍‌ଶୀଘ୍ର ହୋଲି ଉପହାର ପାଇପାରନ୍ତି। ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର...

ଚାଷୀଙ୍କ ପାଇଁ ଖୁସି ଖବର: ବୁଧବାର ଆସିବ ୧୬ ତମ କିସ୍ତି, ଆପଣଙ୍କୁ ମିଳିବ କି ନାହିଁ ଏପରି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ,୨୭।୨: ଯଦି ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଦୀର୍ଘ ଦିନ...

କାରଖାନା ପରିସରରେ ଚାଲିବ ବୈଦ୍ୟୁତିକ ଯାନ

ଭୁବନେଶ୍ୱର,୨୭।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଗୋ ଗ୍ରୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri