ବାତ୍ୟା ମୁକାବିଲା ନେଇ ଟିପିସିଓଡିଏଲ୍‌ର ପ୍ରସ୍ତୁତି, ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଉପରେ ଫୋକସ୍‌

ଭୁବନେଶ୍ୱର,୨୦।୧୧: ବାତ୍ୟା ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନେଟୱାର୍କଜନିତ ସମ୍ଭାବ୍ୟ ସମସ୍ୟାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ତଥା ଆଭ୍ୟନ୍ତରୀଣ ସର୍କଲଗୁଡ଼ିକରେ ସ୍ବତନ୍ତ୍ର କୁଇକ-ରେସପନ୍ସ ଫିଲ୍ଡ ସ୍କ୍ବାଡ, ବୈଷୟିକ ରକ୍ଷଣାବେକ୍ଷଣ କର୍ମଚାରୀ ଏବଂ ମରାମତି ଗାଡ଼ି ମୁତୟନ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରମୁଖ ପାନୀୟ ଜଳ ପମ୍ପ ଷ୍ଟେସନ ଏବଂ ପ୍ରଶାସନିକ ବିପର୍ଯ୍ୟୟ ନିୟନ୍ତ୍ରଣ କାର୍ଯ୍ୟାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ବଜାୟ ରଖିବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ା ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ଏହା ଅଧୀନରେ ଥିବା ଡିଭିଜନ ତଥା ସର୍କଲସ୍ତରୀୟ ନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ଦ୍ୱାରା ୨୪ ଘଣ୍ଟିଆ ତଦାରଖ କରାଯାଉଛି। ବିଦ୍ୟୁତ୍‌ ଭିତ୍ତିଭୂମିର ସୁଦୃଢ଼ତା ସହ ଉପଭୋକ୍ତା ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ସିଇଓ ଗଜାନନ କାଲେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଅଶୋଧିତ ତୈଳ ଆମଦାନୀରେ ୧୧% ବୃଦ୍ଧି: କମିଲା ଏଲପିଜି ଆମଦାନୀ

ନୂଆଦିଲ୍ଲୀ, ୨୦।୧୧: ବିଶ୍ୱବ୍ୟାପୀ ଶକ୍ତି ଯୋଗାଣକୁ ନେଇ ଉତ୍ତେଜନା ଏବଂ ମଧ୍ୟପ୍ରାଚ୍ୟ ସହ ହର୍ମୁଜ ପ୍ରଣାଳୀରେ ଅସ୍ଥିରତା ମଧ୍ୟରେ ଭାରତ ଅଶୋଧିତ ତୈଳ (Crude Oil) ଆମଦାନୀ…

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର: ନୂଆ ପ୍ୟାକେଜରେ କଭର ହେବ ଏହି ସବୁ ରୋଗ, କାର୍ଡ ଥିଲେ ଜାଣିରଖନ୍ତୁ..

ନୂଆଦିଲ୍ଲୀ,୧୯।୧୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏହି ଯୋଜନା ଅଧୀନରେ ସରକାରୀ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାର ପରିସର…

PF ଖାତାଧାରୀଙ୍କ ପାଇଁ ବଡ଼ ଖୁସି ଖବର: ବଦଳିଲା ମିନିମମ ବାଲାନ୍ସ ନିୟମ, ଏଣିକି ରଖିବାକୁ ପଡ଼ିବ ମାତ୍ର…

ନୂଆଦିଲ୍ଲୀ,୧୯।୧୧: EPFO ବୋର୍ଡ ପକ୍ଷରୁ PF ଖାତାଧାରୀଙ୍କୁ ଆଉ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଣିକି PF ଖାତାରେ ସର୍ବନିମ୍ନ ୨୫% ଟଙ୍କା ରଖିବା ବାଧ୍ୟତାମୂଳକ ହେବ…

ଧନତେରସ୍ ପରଠାରୁ ୧୪ହଜାର ଶସ୍ତା ହେଲା ସୁନା, ୧ ଲକ୍ଷ ଟଙ୍କାକୁ ଖସିବ….

ନୂଆଦିଲ୍ଲୀ,୧୯।୧୧: ଦେଶର ଫ୍ୟୁଚର୍ସ ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ଦରରେ ଲଗାତାର ଚତୁର୍ଥ ଦିନ ପାଇଁ ହ୍ରାସ ଦେଖିବାକୁ ମିଳିଛି । ଧନତେରସ ପରଠାରୁ…

କୋଟି କୋଟି PF ଖାତାଧାରୀଙ୍କ ପାଇଁ ବଡ଼ ଖବର! ରିଟାୟାରମେଣ୍ଟ ପରେ…

ନୂଆଦିଲ୍ଲୀ,୧୯।୧୧: ଚାକିରି କରିବା ସମୟରେ କର୍ମଚାରୀମାନେ ନିଜ ଦରମାର ଏକ ଅଂଶ କର୍ମଚାରୀ ଭବିଷ୍ୟନିଧି (EPF)ରେ ଜମା କରିଥାନ୍ତି। ଅବସର ପରେ ଆର୍ଥିକ ସୁରକ୍ଷା ଯୋଗାଇବା ଏହାର…

ବଡ଼ ଖବର, ନଭେମ୍ବର ୧୯ରେ ବନ୍ଦ ରହିବ UPI ସେବା

ନୂଆଦିଲ୍ଲୀ, ୧୮।୧୧: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ଆସନ୍ତା ନଭେମ୍ବର ୧୯ ତାରିଖରେ ପ୍ରାୟ ୪୫ ମିନିଟ୍‌ ପାଇଁ ବ୍ୟାଙ୍କର UPI…

ସକାଳୁ ସକାଳୁ ସୁନା-ରୁପା ଦରରେ ବଡ଼ ହ୍ରାସ, କିଲୋ ପିଛା ୯,୫୦୦ ଟଙ୍କା ଖସିଲା, ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍ଲୀ, ୧୮।୧୧: ଗତ କିଛି ଦିନ ହେବ ସୁନା ଓ ରୁପା ଦରରେ କ୍ରମାଗତ ଭାବେ ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ବୁଧବାର ସୁନା ଲଗାତାର ଷଷ୍ଠ ବାଣିଜ୍ୟିକ…

ଲକ୍ଷେ ଖସିବ ସୁନାଦର? ରୂପା ବି କମିଯିବ, ଏକ୍ସପର୍ଟ କହିଲେ ବର୍ଷ ଶେଷକୁ…

ନୂଆଦିଲ୍ଲୀ,୧୭।୧୧: ସୁନା ଏବଂ ରୂପା ଦରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ଦେଶର ଫ୍ୟୁଚର୍ସ ବଜାରରେ ସୁନା ଦାମ ୨,୧୦୦ ଟଙ୍କାରୁ ଅଧିକ କମି ୧.୩୫ ଲକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?