ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ କରି ଘରୋଇ ବଜାର ପର୍ଯ୍ୟନ୍ତ, ଉଭୟ ମୂଲ୍ୟବାନ ଧାତୁ ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଜୁଲାଇ ୮ ତାରିଖରେ ଗୋଟିଏ ଦିନରେ ରୁପା ଦର ପ୍ରାୟ ୬,୭୦୦ ଟଙ୍କା ହ୍ରାସ ପାଇଥିବା ବେଳେ ସୁନା ଦର ମଧ୍ୟ ତଳକୁ ଖସିଛି। ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା, ଅଶୋଧିତ ତୈଳର ବଦ୍ଧିତ ମୂଲ୍ୟ ଏବଂ ଆମେରିକୀୟ ଡଲାରର ମଜଭୁତି ଏହି ବଡ଼ ହ୍ରାସର ମୁଖ୍ୟ କାରଣ ବୋଲି କୁହାଯାଉଛି।

ଭାରତୀୟ କମୋଡିଟି ଏକ୍ସଚେଞ୍ଜ (MCX) ରେ ଜୁଲାଇ ୮ରେ ସୁନା ଏବଂ ରୁପା ବିକ୍ରି ଉପରେ ପ୍ରବଳ ଚାପ ଦେଖିବାକୁ ମିଳିଥିଲା। ସୁନା ୱାଏଦା ମୂଲ୍ୟ (Gold Futures) ୧.୧୬ ପ୍ରତିଶତ ହ୍ରାସ ପାଇଛି। ଏହାଦ୍ୱାରା ସୁନା ଦର ୧,୬୯୨ ଟଙ୍କା କମି ପ୍ରତି ୧୦ ଗ୍ରାମ ପିଛା ୧,୪୩,୭୧୦ ଟଙ୍କା ସ୍ତରକୁ ଚାଲିଆସିଛି। ସେହିପରି ରୁପା ଦର ହ୍ରାସର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ସିଲଭର ଫ୍ୟୁଚର୍ସ (Silver Futures) ୨.୯୩ ପ୍ରତିଶତ ହ୍ରାସ ପାଇଛି, ଯାହାଫଳରେ ରୁପା ମୂଲ୍ୟ ୬,୭୬୩ ଟଙ୍କା ଖସି ପ୍ରତି କିଲୋଗ୍ରାମ ପିଛା ୨,୨୪,୨୦୧ ଟଙ୍କାରେ ପହଞ୍ଚିଛି। ଗ୍ଲୋବାଲ ମାର୍କେଟରେ ମଧ୍ୟ ସ୍ପଟ୍ ଗୋଲ୍ଡ ୧.୧ ପ୍ରତିଶତ ଦୁର୍ବଳ ହୋଇ ପ୍ରତି ଆଉନ୍ସ ପିଛା ୪,୦୬୧.୩୨ ଡଲାର ହୋଇଯାଇଛି।

ସୁନା-ରୁପା ହଠାତ୍ ଶସ୍ତା ହେବା ପଛରେ ଆନ୍ତର୍ଜାତୀୟ ରାଜନୀତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଘୋଷଣା କରିଛନ୍ତି ଯେ ଇରାନ ସହିତ ସଂଘର୍ଷବିରତି ଏବେ ଶେଷ ହୋଇଛି। ଯୁଦ୍ଧର ଏହି ଆଶଙ୍କା ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍ ୬ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।

ତେଲ ମହଙ୍ଗା ହେବା ଦ୍ୱାରା ସାରା ବିଶ୍ୱରେ ମୁଦ୍ରାସ୍ଫୀତି (ମହଙ୍ଗା ମାଡ଼) ବଢ଼ିବ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (ଫେଡେରାଲ ରିଜର୍ଭ) ସୁଧ ହାର ବଢ଼ାଇପାରେ। ଅର୍ଥନୀତିର ନିୟମ ଅନୁଯାୟୀ, ଯେତେବେଳେ ବି ଡଲାର ମଜଭୁତ ହୁଏ, ସୁନାର ଚମକ କମିବାକୁ ଲାଗେ।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ଯୋଗୁ ସୁନା ଦର ଉପରେ ପ୍ରଭାବ ପଡ଼ିଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ-ଗ୍ୟାସ ଯୋଗାଣ ପଥ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ପୁଣି ବନ୍ଦ ହେବାର ଆଶଙ୍କା ଦେଖାଦେଇଛି। ଯଦି ଏହି ପଥ ବାଧାପ୍ରାପ୍ତ ହୁଏ, ତେବେ ଅଶୋଧିତ ତୈଳ ଦର ଆହୁରି ବଢ଼ିବ। ଏହି ଭୟରେ କ୍ରମାଗତ ତୃତୀୟ ଦିନ ପାଇଁ ସୁନା ଦର ହ୍ରାସ ପାଇଛି।

ବଜାର ବିଶେଷଜ୍ଞଙ୍କ ମତରେ, ଆଗାମୀ କିଛି ସମୟ ପାଇଁ ସୁନା ଦର ଉପରେ ଚାପ ରହିପାରେ, କିନ୍ତୁ କୌଣସି ବଡ଼ ଧରଣର ହ୍ରାସ ଆଶା କରାଯାଉନାହିଁ। ଦର ଏକ ସୀମିତ ପରିସର ମଧ୍ୟରେ ଉପର-ତଳ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?