ଆଜିକାଲି ସ୍ମାର୍ଟ ଯୁଗରେ କେବଳ ମଣିଷ ନୁହେଁ,ପଶୁପକ୍ଷୀମାନେ ବି ସ୍ମାର୍ଟ ହୋଇଗଲେଣି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏକ ଭୋକିଲା ଛେଳି ଗଛରୁ ପତ୍ର ଖାଇବା ପାଇଁ ଏକ ମଇଁଷିର ସାହାରା ନେଇଛି। ମଇଁଷିଟି ଗଛରେ ବନ୍ଧା ହୋଇଥିବାବେଳେ ଛେଳିଟି ମଇଁଷି ଉପରେ ଗଛରୁ ପତ୍ର ଖାଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଇଏଫଏସ୍ ଅଧିକାରୀ ସୁଧା ରମନ ଏହି ଭିଡିଓକୁ ନିଜ ଟୁଇଟର୍ରେ ଶେୟାର କରି କହିଛନ୍ତି ଏହାକୁ ହିଁ ସ୍ମାର୍ଟ ଛେଳି କୁହାଯାଏ। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୭.୬ ହଜାର ଲୋକ ଦେଖିସାରିଲେଣି।
That's a smart goat 😁
🎞️ Shared. pic.twitter.com/gy3Do1ugOt
— Sudha Ramen IFS 🇮🇳 (@SudhaRamenIFS) June 25, 2020