Posted inଜାତୀୟ

ପାଠପଢ଼ାରେ ଝିଅ ଆଗରେ, ପୁଅଙ୍କ ତୁଳନାରେ କମ୍‌ ଝିଅ ଅଧାରୁ ଛାଡୁଛନ୍ତି ସ୍କୁଲ…

ନୂଆଦିଲ୍ଲୀ,୨୮।୭ : ପାଠପଢ଼ାରେ ଝିଅମାନେ ପୁଅଙ୍କ ତୁଳନାରେ ଆଗରେ ଅଛନ୍ତି। ସ୍କୁଲକୁ ଯିବା ଏବଂ ଅଧ୍ୟୟନ ଜାରି ରଖିବା ହାର ଝିଅମାନଙ୍କ କ୍ଷେତ୍ରରେ ଅଧିକ ରହିଛି। ତେବେ ଅଧିକ ସଂଖ୍ୟକ ପୁଅ ଅଧାରୁ ସ୍କୁଲ ଛାଡୁଛନ୍ତି। ସଂସଦରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୨୦-୨୧ରେ, ମାଧ୍ୟମିକ ସ୍ତରରେ ଝିଇମାନଙ୍କର ଡ୍ରପ ଆଉଟ ହାର ୧୩.୭ ପ୍ରତିଶତ ଥିଲା। ଏପରିସ୍ଥଳେ ପୁଅମାନଙ୍କ କ୍ଷେତ୍ରରେ ଏହା ୧୪.୩ ପ୍ରତିଶତ ଥିଲା।

ତେବେ ପ୍ରାଥମିକ ସ୍ତରରେ ପୁଅମାନଙ୍କ ଡ୍ରପଆଉଟ ହାର ୧.୨୧ ଏବଂ ବାଳିକାଙ୍କ ହାର ପ୍ରାୟ ୧.୪ ପ୍ରତିଶତ ଥିଲା। ପ୍ରତ୍ୟେକ ରାଜ୍ୟରେ ପୁଅ ଏବଂ ଝିଅଙ୍କ ଡ୍ରପ ଆଉଟ ହାର ସମାନ ନାହିଁ।

ରାଜ୍ୟର ନିର୍ଦ୍ଦିଷ୍ଟ ପରିସ୍ଥିତି, ରାଜ୍ୟର ସାମାଜିକ ତଥା ଅଥନୈତିକ ଅବସ୍ଥାରେ ମହିଳାଙ୍କ ଭୂମିକା, ଏହି ଯୋଜନାଗୁଡିକର ପ୍ରଭାବ ଡ୍ରପ ଆଉଟ ଉପରେ ପଡିଥାଏ। ୨୦୧୯-୨୦ ବର୍ଷରେ ମଧ୍ୟ କମ ସଂଖ୍ୟକ ଝିଅମାନେ ପୁଅମାନଙ୍କ ତୁଳନାରେ ଅଧାରୁ ସ୍କୁଲ ଛାଡିଥିଲେ।

ବିଶେଷଜ୍ଞମାନେ କହିଛନ୍ତି ଯେ ପୂର୍ବ ତୁଳନାରେ ଝିଅମାନଙ୍କର ଡ୍ରପଆଉଟ ହାର ଯଥେଷ୍ଟ ହ୍ରାସ ପାଇଛି। ଏହାର ମୁଖ୍ୟ କାରଣ ହେଉଛି ବିଦ୍ୟାଳୟରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ନିର୍ମାଣ । ଏହା ଏକ ବିରାଟ ସାମାଜିକ ପ୍ରଭାବ, ଯାହାକୁ ସଠିକ ଭାବରେ ବୁଝିବା ଆବଶ୍ୟକ। ଶୌଚାଳୟ ଅଭାବରୁ ଅଭିଭାବକମାନେ ଝ ଇମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ମଧ୍ୟ ନାରାଜ ଥିଲେ।

ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ବୃଦ୍ଧି। ଏହାଦ୍ୱାରା ଗ୍ରାମାଞ୍ଚଳରେ ଝିଅମାନଙ୍କର ସ୍କୁଲ ଯିବାକୁ ଦ୍ୱିଧା କମିଛି।

ତୃତୀୟ କାରଣ ହେଉଛି ଅନେକ ସ୍ଥାନରେ ସରକାର ଝିଅମାନଙ୍କୁ ସାଇକେଲ ଯୋଗାଇ ବା ଏବଂ ଅନ୍ୟାନ୍ୟ ଉପାୟରେ ବିଦ୍ୟାଳୟକୁ ଯିବାକୁ ଉତ୍ସାହିତ କରୁଛନ୍ତି।

ଚତୁର୍ଥ କାରଣ ହେଉଛି ବିଦ୍ୟାଳୟରେ ୟୁନିଫର୍ମ ଉପଲବ୍ଧତା ଏବଂ ପଞ୍ଚମଟି ହେଉଛି ଝିଅମାନଙ୍କୁ ଦିଆଯାଇଥିବା ଛାତ୍ରବୃତ୍ତି ଯୋଗୁ ଝିଅମାନେ ଅଧାରୁ ସ୍କୁଲ ଛାଡୁ ନାହାନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ବ୍ୟତୀତ ବାଳିକାମାନଙ୍କ ଶିକ୍ଷା ବିଷୟରେ ସଚେତନତା ମଧ୍ୟ ବୃଦ୍ଧି ହେବା ଏହାର ଅନ୍ୟ ତମ କାରଣ। ଏଥି ସହିତ କିଛି ରାଜ୍ୟର ବିଶେଷ ପ୍ରଦର୍ଶନ ଯୋଗୁଁ ଜାତୀୟ ସ୍ତରରେ ସ୍ଥିତିରେ ସୁଧାର ଆସିଛି।

ଏହାପୂର୍ବରୁ ଝିଅମାନଙ୍କର ଡ୍ରପଆଉଟ ପୁଅମାନଙ୍କ ତୁଳନାରେ ଅଧିକ ଥିଲା। ଏକ ସରକାରୀ ରିପୋର୍ଟ ଅନୁଯାୟୀ, ଉଚ୍ଚ ପ୍ରାଥମିକ ସ୍ତରରେ ୨୦୧୪-୧୫ ବର୍ଷରେ ଝିଅମାନଙ୍କ ମଧ୍ୟରେ ଡ୍ରପ ଆଉଟ ହାର ୪.୬୦ ଏବଂ ପୁଅଙ୍କର ୩.୪୯ ପ୍ରତିଶତ ଥିଲା। ରିପୋର୍ଟ ଅନୁଯାୟୀ, ୨୦୧୪-୧୫ ରେ, ଉଚ୍ଚ ପ୍ରାଥମିକ ସ୍ତରରେ ପୁଅମାନଙ୍କର ଡ୍ରପ ଆଉଟ ହାର ୮.୪୮ ଏବଂ ଝିଅମାନଙ୍କର ୮.୭୧ ପ୍ରତିଶତ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରାସ୍‌ ହେଲା ବାୟୁସେନା ବିମାନ: ଉଡିଗଲା ପଙ୍ଖା

ନୂଆଦିଲ୍ଲୀ,୨୫।୪: ରାଜସ୍ଥାନର ଜୈସଲମେର ନିକଟରେ ବିମାନ ଉଡ଼ାଣ ସମୟରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟର ବିଷୟ ହେଉଛି ଏହି ଦୁର୍ଘଟଣାରେ ଜୀବନହାନୀ...

ଭୋଟ ଦେଇଥିବା ପ୍ରମାଣ କଲେ ରେଷ୍ଟୁରାଣ୍ଟରେ ମିଳିବ ଡିସକାଉଣ୍ଟ, ଫ୍ରିରେ ମିଳିବ ମଦ

ନୂଆଦିଲ୍ଲୀ,୨୫।୪: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ତେବେ...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ମୋଦି

ଭୋପାଳ,୨୫।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋରେନାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ...

କାହିଁକି କେଜ୍‌ରିୱାଲଙ୍କୁ କରାଗଲା ଗିରଫ: ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନକୁ ବିରୋଧ କରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଦାଖଲ ହୋଇଥିବା ଆଫିଡେଭଟ୍‌ରେ...

ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ପକ୍ଷରୁ କ୍ଲିନଚିଟ୍‌, ହିନ୍ଦୁ ଦେବୀଦେବତାଙ୍କ ନାମରେ ମାଗି ନାହାନ୍ତି ଭୋଟ୍‌

ନୂଆଦିଲ୍ଲୀ,୨୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ କମିଶନରଙ୍କ ଦ୍ୱାରା କ୍ଲିନଚିଟ୍‌। ମୋଦିଙ୍କ ନାମରେ ହିନ୍ଦୁ ଦେବୀଦେବତାଙ୍କ ନାଁରେ ଭୋଟ ମାଗୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ଗୁରୁବାର...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ଯେବେ ମମତା ରାଗିଯାଇ ବାଜପେୟୀଙ୍କ ଟେବୁଲ ଉପରେ ରଖିଥିଲେ ମଣିଷ ଖପୁରୀ, କାରଣ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୫।୪: ରାଜନୀତିର ଚର୍ଚ୍ଚିତ ଚେହେରା ମମତା ବାନାର୍ଜୀ। ଯିଏ ଭାରତୀୟ ରାଜନୀତିର ନିଜ ରାଗ ଓ ଜିଦ ପାଇଁ ମଧ୍ୟ ଜଣାଶୁଣା। ଯଦି ଦିଦି କିଛି...

ଭାଜପାରେ ଯୋଗ ଦେବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ

ନୂଆଦିଲ୍ଲୀ,୨୫।୪: ପଦ୍ମ ଧରିବେ ଲୋକପ୍ରିୟ ୟୁଟ୍ୟୁବର ମନୀଷ କଶ୍ୟପ । ବିହାରର ଏହି ଚର୍ଚ୍ଚିତ ୟୁଟ୍ୟୁବର ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri