୫-ଟି ରୂପାନ୍ତରଣ ବିଦ୍ୟାଳୟରେ ନିମ୍ନମାନର କାର୍ଯ୍ୟ

ଡେରାବିଶ, ୨୮।୭ (ସ୍ବ.ପ୍ର.): ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା ଓ କୋମଳମତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାପ୍ରତି ଅଧିକ ଅଗ୍ରହ ଜନ୍ମାଇବା ପାଇଁ ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଛି। ଏହିକ୍ରମରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅନ୍ତର୍ଗତ ୨୬ଟି ପଞ୍ଚାୟତରେ ଦୁଇଟି ପର୍ଯ୍ୟାୟରେ ୧୩ଟି ଉଚ୍ଚ ବିଦ୍ୟାଳୟକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ କାର୍ଯ୍ୟ ଶେଷ ହୋଇଛି। ତେବେ ବ୍ଲକ ଅନ୍ତର୍ଗତ ପଲେଇ ପଞ୍ଚାୟତର ମଲ୍ଲିକେଶ୍ୱର ଉଚ୍ଚବିଦ୍ୟାଳୟ, ଚାନ୍ଦୋଳ ପଞ୍ଚାୟତ ଗଣେଶପୁର ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚବିଦ୍ୟାଳୟ, ଯଅଁରାବାରିମୂଳ ପଞ୍ଚାୟତସ୍ଥିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ଓ ହରିଅଙ୍କସ୍ଥିତ ପଞ୍ଚାୟତ ଉଚ୍ଚବିଦ୍ୟାଳୟର ରୂପାନ୍ତରଣ ଯୋଜନାରେ କାର୍ଯ୍ୟ ଶେଷ ହୋଇଥିଲା। ମାତ୍ର ଏହି ୪ଟି ବିଦ୍ୟାଳୟର କାର୍ଯ୍ୟରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗକୁ ଭିତ୍ତିକରି ୫-ଟି ବିଭାଗର ଏକ ପ୍ରତିନିଧି ଦଳ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକ ପରିଦର୍ଶନ କରିଥିଲେ। ପରେ ଏହି ୪ଟି ପଞ୍ଚାୟତର ଦାୟିତ୍ୱରେ ଥିବା ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସାମନ୍ତରାୟଙ୍କୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ନିଲମ୍ବିତ କରିଥିଲେ। ମାତ୍ର ନିଲମ୍ବିତ କରି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେଇ ସମ୍ପୂର୍ଣ୍ଣ ନୀରବ ରହିଥିବା ଜିଲାର ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ଜିଲା ପରିଷଦ ସଭ୍ୟ ରଘୁନାଥ ଶତପଥୀ କ୍ଷୋଭ ପ୍ରକାଶ କରିଛନ୍ତି। ରଘୁନାଥ କହିଛନ୍ତି, ରୂପାନ୍ତରଣ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଉନ୍ନତ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଇନ୍‌ଟ୍ରାକ୍ଟିଭ୍‌ ଡିଜିଟାଲ୍‌ ଚାନେଲ୍‌ (ଏଲଇଡ଼ି ଟିଭି) ଯାହାର ଦାମ୍‌ ୨ ଲକ୍ଷ ଟଙ୍କା ହେବାକଥା। ମାତ୍ର ଏହି ବିଦ୍ୟାଳୟଗୁଡ଼ିକରେ କମ୍‌ ଦାମ୍‌ର ଡିଜିଟାଲ୍‌ ଚାନେଲ୍‌ ଲଗାଇ ସେ ବାଦରେ ଥିବା ସମସ୍ତ ଅର୍ଥରାଶିକୁ ହଡ଼ପ କରାଯାଇଛି।

ସେହିପରି ବିଜ୍ଞାନ ଉପକରଣ, ପାଠାଗାର ପାଇଁ ପୁସ୍ତକ ଓ ଛାତ୍ରୀଛାତ୍ରଙ୍କ ପାଇଁ କମ୍ପ୍ୟୁଟର ସହ ପ୍ଲେକୋଟ୍‌ର ବ୍ୟବସ୍ଥା ରହିଛି। ଏଥିସହଳ ବିଦ୍ୟାଳୟଗୁଡ଼ିକୁ ଦାମୀ କମ୍ପାନୀର ରଙ୍ଗ ଲଗାଇବା ଓ ସମସ୍ତ ଉନ୍ନତ ବ୍ୟବସ୍ଥା ଥିବା ବେଳେ ତାହା ଅତ୍ୟନ୍ତ ନିମ୍ନମାନର କରାଯାଇଥିବା ରଘୁନାଥ ଅଭିଯୋଗ କରିଛନ୍ତି। ତେବେ ଲଗାଯାଇଥିବା କମ୍‌ ଦାମ୍‌ର ଡିଜିଟାଲ୍‌ ପ୍ୟାନେଲ୍‌ର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଛାତ୍ରୀଛାତ୍ରଙ୍କ କାମରେ ଏହା ଲାଗିବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ପ୍ରତ୍ୟେକ ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମ ପାଇଁ ୫ଟି ବିଭାଗ ପକ୍ଷରୁ ୩୮ ଲକ୍ଷ ଟଙ୍କା ବ୍ୟୟ ବରାଦ ଥିବା ବେଳେ କମ୍‌ ଅର୍ଥ ଖର୍ଚ୍ଚ କରାଯାଇ ଅବଶିଷ୍ଟ ଅର୍ଥକୁ ହଡ଼ପ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ରୁପାନ୍ତରଣ ଯୋଜନାରେ ଡେରାବିଶ ବ୍ଲକରେ କାର୍ଯ୍ୟ ଶେଷ ହୋଇଥିବା ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକୁ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଗଲେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ରଘୁନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍: ୨ ଗୁରୁତର

ଅନୁଗୋଳ ଅଫିସ୍, ୨୧ା୪- ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଧକ୍କା ଦେଇଛି ।...

ଛାତ୍ରୀଙ୍କ ଉପରେ ଚଢ଼ିଗଲା ପଥରବୋଝେଇ ଟ୍ରାକ୍ଟର

ଖୋର୍ଦ୍ଧା ଅଫିସ,୧୭ା୩: ଟ୍ରାକ୍ଟର ଧକ୍କାରେ ଜଣେ ସପ୍ତମ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଡିହଖଳାରେ।...

ପୁରୀରେ ‘ଅମ୍ଫନ୍‌’ ପ୍ରଭାବ: ସମୁଦ୍ର ଅଶାନ୍ତ; କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିମି ବର୍ଷା; ଭାଙ୍ଗିଲା ଗଛ, ପାନବରଜ ନଷ୍ଟ

ପୁରୀ ଅଫିସ,୨୦।୫: ପୁରୀରେ ବାତ୍ୟା ‘ଅମ୍ଫନ୍‌’ ପ୍ରଭାବରେ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ଅପରାହ୍ନରୁ ହାଲକା ପବନ ବର୍ଷା ଆରମ୍ଭ...

ଗଞ୍ଜାମରେ ସମୁଦ୍ର ପଥ ମୁକୁଳା, ସୁରକ୍ଷା ଚିନ୍ତା

ଛତ୍ରପୁର,୭ା୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇଯାଇଥିବା ସମୁଦ୍ର ପଥ ମୁକୁଳା ରହିଛି। ଏନେଇ ସୁରକ୍ଷା ଚିନ୍ତା ଆହୁରି ବଢିଯାଇଛି। ସାମୁଦ୍ରିକ ଥାନା ବୋଟ୍‌ରେ ସମୁଦ୍ରରେ ପାଟ୍ରୋଲିଂ ହୋଇପାରୁନି।...

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଧମକ: ମହିଳା ଥାନାର ଦ୍ୱାରସ୍ଥ, ମାମଲା ରୁଜୁ

ଅନୁଗୋଳ ଅଫିସ, ୨୫।୮ – ଫେସବୁକ୍‌ରେ ଯୁବକଙ୍କ ସହ ବନ୍ଧୁତା, ପ୍ରେମ, ଶାରୀରିକ ସମ୍ପର୍କ ଗଢିଉଠିବା ପରେ ମହିଳାଙ୍କୁ ବିବାହ କରିବାକୁ ଜିଦ୍‌ ଧରିଲେ ସମ୍ପୃକ୍ତ...

୮ ବର୍ଷ ହେଲା କାଗଜକଲମରେ ଚାଲିଛି ବିଦ୍ୟାଳୟ

ମାଥିଲି,୧୧ା୩ (ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକରେ ରହିଛି ବଡ଼ଡୁରାଲ ପଞ୍ଚାୟତର କୁଟୁନିପଦର ଗ୍ରାମ। ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଛୋଟ ପିଲା ଥିଲେ ମଧ୍ୟ ସେମାନେ...

ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ: ଅମାନିଆଙ୍କ ବାଇକ୍‌ ଜବତ

ଟିଟିଲାଗଡ଼,୫।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ମଙ୍ଗଳବାର ରାତିରେ ପ୍ରଶାସନ ଓ ପୋଲିସ ପକ୍ଷରୁୁ ସହରରେ ଯାଞ୍ଚକୁ କଡ଼ାକଡି କରାଯାଇଛି। ଅମାନିଆଙ୍କୁ ସାବାଡ କରିବାକୁ ଏପରି କରାଯାଇଛି।...

ବିଷ ପିଇଲେ ପ୍ରେମୀଯୁଗଳ

ଲଖନପୁର,୧୬ା୧(ଡି.ଏନ୍‌.ଏ.): ପାରିବାରିକ ସ୍ବୀକୃତି ନ ମିଳିବାରୁ ଶେଷରେ ଆମତ୍ହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ବିଷପାନ କରିଥିଲେ ପ୍ରେମୀଯୁଗଳ। ହେଲେ ଏଥିରେ ପ୍ରେମିକଙ୍କ ମୃତ୍ୟୁ ଘଟିଥିବା...

Advertisement
Archives

Model This Week