Posted inଫୁରସତ

ପ୍ରେମିକାଙ୍କୁ ପାଇବାର ଜିଦ୍‌! ଦୁଇଥର ବିବାହ ଭାଙ୍ଗି ଶେଷରେ…

କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମରେ ପଡ଼ିଥିବା ମଣିଷ ସାଥୀଙ୍କୁ ପାଇବା ପାଇଁ କିଛି ବି କରିପାରେ। ସେଭଳି ଏକ ଅଜବ ପ୍ରେମର ଗଜବ କାହାଣୀ ଦେଖିବାକୁ ମିଳିଛି ବିହାରର ଛପରା ଅଞ୍ଚଳରେ। ଏଠାରେ ଜଣେ ପ୍ରେମିକ ପ୍ରେମିକାଙ୍କୁ ପାଇବା ଜିଦ୍‌ରେ ତାଙ୍କର ଦୁଇଥର ବିବାହ ଭାଙ୍ଗିଦେଇଛନ୍ତି। ଚକିତ କଲେ ବି କଥାଟି ସତ।

ଛପରାର ପାନାପୁର ଥାନା ଅଞ୍ଚଳର ନୀରଜ ମଶରକ ଥାନା ଅନ୍ତର୍ଗତ ହଂସପୀର ଗାଁର ବବିତାଙ୍କୁ ପ୍ରେମ କରୁଥିଲେ। ହେଲେ ବବିତାଙ୍କ ଇଚ୍ଛା ବ୍ୟତିରେକ ପରିବାରଲୋକେ ତାଙ୍କ ବିବାହ ମଶରକରେ ରହୁଥିବା ଅନ୍ୟ ଏକ ଯୁବକ ସହ କରିଦେଇଥିଲେ। ଏହି ଖବର ନୀରଜ ପାଇବା ପରେ ତାଙ୍କ ଉପରେ ଚଡ଼କ ପଡ଼ିଯାଇଥିଲା। ସେ ସିଧା ଯାଇ ପ୍ରେମିକାଙ୍କ ଶାଶୁଘରେ ପହଞ୍ଚିଯାଇଥିଲେ। ଏହାକୁ ନେଇ ବବିତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ପରେ ବବିତାଙ୍କୁ ଶାଶୁଘର ଲୋକେ ବାହାର କରିଦେଇଥିଲେ।

ପ୍ରଥମ ବିବାହ ଭାଙ୍ଗିବା ପରେ ବବିତାଙ୍କ ବାପା ତାଙ୍କ ବିବାହ ପ୍ରେମିକଙ୍କ ସହ କରିବାକୁ ରାଜି ହୋଇଯାଇଥିଲେ। ମାତ୍ର ଅଡ଼ୁଆ ହୋଇଥିଲେ ନୀରଜଙ୍କ ବାପା। ସେ ଯୌତୁକରେ ୨ ଲକ୍ଷ ଟଙ୍କା ମାଗିଥିଲେ। ବବିତାଙ୍କ ବାପା ଦେବାକୁ ଅସମର୍ଥ ଥିବାରୁ ବିବାହ ହୋଇପାରି ନ ଥିଲା। ଶେଷରେ ସେ ଝିଅର ଦ୍ୱିତୀୟ ବିବାହ ଗୋପାଳଗଞ୍ଜ ଜିଲାର ବୈକୁଣ୍ଠପୁର ଥାନା ଅଞ୍ଚଳର ଜଗଦୀଶପୁର ଗ୍ରାମର ଜଣେ ଯୁବକଙ୍କ ସହ କରାଇଥିଲେ। ହେଲେ ସେଠାରେ ମଧ୍ୟ ପହଞ୍ଚି ଯାଇଥିଲେ ନୀରଜ। ରାଗରେ ଲାଲ ପଡ଼ି ସେ ବବିତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ସେଠାରୁ ମଧ୍ୟ ବବିତାଙ୍କୁ ବାହାର କରିଦିଆଯାଇଥିଲା। ଦୁଇ ଦୁଇଟି ବିବାହ ତାଙ୍କର ପ୍ରେମିକଙ୍କ ଯୋଗୁ ଭାଙ୍ଗି ଯାଇଥିଲା।

ବବିତା ବାପାଙ୍କ ଘରେ ପୁଣି ପହଞ୍ଚିଥିଲେ। ତାଙ୍କୁ ବାପା ଅନ୍ୟୋପାୟ ନ ପାଇ ସାଙ୍ଗରେ ନେଇ ନୀରଜଙ୍କ ଗାଁରେ ପହଞ୍ଚିଥିଲେ। ସେଠାରେ ପଞ୍ଚାୟତ ଡ଼କାଯିବା ପରେ ନୀରଜ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ଏହାପରେ ଉଭୟଙ୍କ ବିବାହ କରାଯାଇଛି। ଏକ ମନ୍ଦିରରେ ଗାଁଲୋକଙ୍କ ଉପସ୍ଥିତିରେ ଏହି ପ୍ରେମୀଯୁଗଳ ଏକ ହୋଇଛନ୍ତି। ତେବେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri