Posted inଫୁରସତ

ପ୍ରେମିକାଙ୍କୁ ପାଇବାର ଜିଦ୍‌! ଦୁଇଥର ବିବାହ ଭାଙ୍ଗି ଶେଷରେ…

କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମରେ ପଡ଼ିଥିବା ମଣିଷ ସାଥୀଙ୍କୁ ପାଇବା ପାଇଁ କିଛି ବି କରିପାରେ। ସେଭଳି ଏକ ଅଜବ ପ୍ରେମର ଗଜବ କାହାଣୀ ଦେଖିବାକୁ ମିଳିଛି ବିହାରର ଛପରା ଅଞ୍ଚଳରେ। ଏଠାରେ ଜଣେ ପ୍ରେମିକ ପ୍ରେମିକାଙ୍କୁ ପାଇବା ଜିଦ୍‌ରେ ତାଙ୍କର ଦୁଇଥର ବିବାହ ଭାଙ୍ଗିଦେଇଛନ୍ତି। ଚକିତ କଲେ ବି କଥାଟି ସତ।

ଛପରାର ପାନାପୁର ଥାନା ଅଞ୍ଚଳର ନୀରଜ ମଶରକ ଥାନା ଅନ୍ତର୍ଗତ ହଂସପୀର ଗାଁର ବବିତାଙ୍କୁ ପ୍ରେମ କରୁଥିଲେ। ହେଲେ ବବିତାଙ୍କ ଇଚ୍ଛା ବ୍ୟତିରେକ ପରିବାରଲୋକେ ତାଙ୍କ ବିବାହ ମଶରକରେ ରହୁଥିବା ଅନ୍ୟ ଏକ ଯୁବକ ସହ କରିଦେଇଥିଲେ। ଏହି ଖବର ନୀରଜ ପାଇବା ପରେ ତାଙ୍କ ଉପରେ ଚଡ଼କ ପଡ଼ିଯାଇଥିଲା। ସେ ସିଧା ଯାଇ ପ୍ରେମିକାଙ୍କ ଶାଶୁଘରେ ପହଞ୍ଚିଯାଇଥିଲେ। ଏହାକୁ ନେଇ ବବିତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ପରେ ବବିତାଙ୍କୁ ଶାଶୁଘର ଲୋକେ ବାହାର କରିଦେଇଥିଲେ।

ପ୍ରଥମ ବିବାହ ଭାଙ୍ଗିବା ପରେ ବବିତାଙ୍କ ବାପା ତାଙ୍କ ବିବାହ ପ୍ରେମିକଙ୍କ ସହ କରିବାକୁ ରାଜି ହୋଇଯାଇଥିଲେ। ମାତ୍ର ଅଡ଼ୁଆ ହୋଇଥିଲେ ନୀରଜଙ୍କ ବାପା। ସେ ଯୌତୁକରେ ୨ ଲକ୍ଷ ଟଙ୍କା ମାଗିଥିଲେ। ବବିତାଙ୍କ ବାପା ଦେବାକୁ ଅସମର୍ଥ ଥିବାରୁ ବିବାହ ହୋଇପାରି ନ ଥିଲା। ଶେଷରେ ସେ ଝିଅର ଦ୍ୱିତୀୟ ବିବାହ ଗୋପାଳଗଞ୍ଜ ଜିଲାର ବୈକୁଣ୍ଠପୁର ଥାନା ଅଞ୍ଚଳର ଜଗଦୀଶପୁର ଗ୍ରାମର ଜଣେ ଯୁବକଙ୍କ ସହ କରାଇଥିଲେ। ହେଲେ ସେଠାରେ ମଧ୍ୟ ପହଞ୍ଚି ଯାଇଥିଲେ ନୀରଜ। ରାଗରେ ଲାଲ ପଡ଼ି ସେ ବବିତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ସେଠାରୁ ମଧ୍ୟ ବବିତାଙ୍କୁ ବାହାର କରିଦିଆଯାଇଥିଲା। ଦୁଇ ଦୁଇଟି ବିବାହ ତାଙ୍କର ପ୍ରେମିକଙ୍କ ଯୋଗୁ ଭାଙ୍ଗି ଯାଇଥିଲା।

ବବିତା ବାପାଙ୍କ ଘରେ ପୁଣି ପହଞ୍ଚିଥିଲେ। ତାଙ୍କୁ ବାପା ଅନ୍ୟୋପାୟ ନ ପାଇ ସାଙ୍ଗରେ ନେଇ ନୀରଜଙ୍କ ଗାଁରେ ପହଞ୍ଚିଥିଲେ। ସେଠାରେ ପଞ୍ଚାୟତ ଡ଼କାଯିବା ପରେ ନୀରଜ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ। ଏହାପରେ ଉଭୟଙ୍କ ବିବାହ କରାଯାଇଛି। ଏକ ମନ୍ଦିରରେ ଗାଁଲୋକଙ୍କ ଉପସ୍ଥିତିରେ ଏହି ପ୍ରେମୀଯୁଗଳ ଏକ ହୋଇଛନ୍ତି। ତେବେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ ଧରଣରର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?