Posted inଫୁରସତ

ଭୂତ ରେଷ୍ଟୁରାଣ୍ଟ ‘ଲା ମାସିୟା ଏଁକାଟଣ୍ଡା’: ପ୍ରବେଶ କରୁ କରୁ ଡରରେ ଥରିବେ

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଅଜବ ପ୍ରକାରର ରେଷ୍ଟୁରାଣ୍ଟ ବିଷୟରେ ଶୁଣିଥିବେ। ସେହିଭଳି ଏକ ଅଜବ ଥିମ୍‌ର ରେଷ୍ଟୁରାଣ୍ଟ ଅଛି ସ୍ପେନରେ, ଯାହାର ନାଁ ହେଉଛି ‘ଲା ମାସିୟା ଏଁକାଟଣ୍ଡା’। ଉକ୍ତ ରେଷ୍ଟୁରାଣ୍ଟକୁ ପ୍ରବେଶ କରୁ କରୁ ଆପଣ ଡରରେ ଥରିବାକୁ ଲାଗିବେ। କାରଣ ଏହାର ପରିବେଶ ବହୁତ ଭୟଙ୍କର। ପ୍ରବେଶ କରୁ କରୁ ରକ୍ତ ଭିଜା ଛୁରି ଧରି ଭୂତ ଆପଣଙ୍କୁ ସ୍ବାଗତ କରିବ। ରେଷ୍ଟୁରାଣ୍ଟ ଭିତରେ ସତସତିକା ଲାଗୁଥିବା ଅନେକ ଶବ ଝୁଲିଥିବା ଦେଖିବାକୁ ପାଇବେ। ଆଉ ଭିତରକୁ ପ୍ରବେଶ କଲେ ଭୂତପ୍ରେତ ଆପଣଙ୍କୁ ଖାଦ୍ୟ ପରଷିବା ପାଇଁ ପହଞ୍ଚତ୍ୟିବେ। ଯଦିଓ ଏହି ଭୂତପ୍ରେତ ସତସତିକା ନୁହେଁ, ଆଉ ଏମାନେ ସମସ୍ତେ ରେଷ୍ଟୁରାଣ୍ଟର କର୍ମଚାରୀ ତଥାପି ସେମାନଙ୍କର ଭୟଙ୍କର ବେଶ ଦେଖି ନିଶ୍ଚୟ ଡର ଲାଗିବ। ସପ୍ତାଦଶ ଶତାବ୍ଦୀରେ ଜୋଶେଫ ମା’ ରିଏସ୍‌ ଓ ସୁରୋକା ମିଶି ‘ମାସିୟା ସେଣ୍ଟା ରୋଜା’ ନାମକ ଘର ତିଆରି କରିଥିଲେ। ହେଲେ ପରେ ପାରିବାରିକ ବିବାଦ ହୋଇଥିଲା। ଆଉ ମାସିୟା ସେଣ୍ଟା ରୋଜା ବ୍ୟବହାର ନ ହୋଇ ଭୂତକୋଠି ପାଲଟିଗଲା। ୨୦ ବର୍ଷ ପରେ ୧୯୭୦ରେ ସୁରୋକାଙ୍କ ବଂଶଜ ଏହାକୁ ରେଷ୍ଟୁରାଣ୍ଟରେ ପରିଣତ କରିବାକୁ ନିଷ୍ପତ୍ତି ନେଲେ। ତେବେ ସେହି ପରିବାରର ମାନ୍ୟତା ଥିଲା ଯେ, ସେହି ଘର ଶ୍ରାପିତ। ତେଣୁ ସେମାନେ ଯୋଜନା କଲେ ରେଷ୍ଟୁରାଣ୍ଟକୁ ହଣ୍ଟେଡ ରେଷ୍ଟୁରାଣ୍ଟ ଥିମ୍‌ରେ ଆରମ୍ଭ କରିବେ। ଆଉ ‘ଲା ମାସିୟା ଏଁକାଟଣ୍ଡା’ ନାମ ଦେଇ ଏହି ହଣ୍ଟେଡ ରେଷ୍ଟୁରାଣ୍ଟ ଆରମ୍ଭ କଲେ। ଏହି ରେଷ୍ଟୁରାଣ୍ଟରେ ଭୟଙ୍କର ଶୋ’ ସହ ବିଭିନ୍ନ ପ୍ରକାରର ମ୍ୟାଜିକାଲ ଟ୍ରିକ୍‌ ବି ପରିବେଷଣ କରାଯାଏ। ଏଠାରେ ଗ୍ରାହକଙ୍କୁ ଯଥା ସମ୍ଭବ ଡରେଇବାର ପ୍ରୟାସ କରାଯାଏ। ତେଣୁ ଦୁର୍ବଳ ହୃଦୟର ଲୋକେ ଏଠାକୁ ନ ଯିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?