Posted inଫୁରସତ

ଭୂତ ରେଷ୍ଟୁରାଣ୍ଟ ‘ଲା ମାସିୟା ଏଁକାଟଣ୍ଡା’: ପ୍ରବେଶ କରୁ କରୁ ଡରରେ ଥରିବେ

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଅଜବ ପ୍ରକାରର ରେଷ୍ଟୁରାଣ୍ଟ ବିଷୟରେ ଶୁଣିଥିବେ। ସେହିଭଳି ଏକ ଅଜବ ଥିମ୍‌ର ରେଷ୍ଟୁରାଣ୍ଟ ଅଛି ସ୍ପେନରେ, ଯାହାର ନାଁ ହେଉଛି ‘ଲା ମାସିୟା ଏଁକାଟଣ୍ଡା’। ଉକ୍ତ ରେଷ୍ଟୁରାଣ୍ଟକୁ ପ୍ରବେଶ କରୁ କରୁ ଆପଣ ଡରରେ ଥରିବାକୁ ଲାଗିବେ। କାରଣ ଏହାର ପରିବେଶ ବହୁତ ଭୟଙ୍କର। ପ୍ରବେଶ କରୁ କରୁ ରକ୍ତ ଭିଜା ଛୁରି ଧରି ଭୂତ ଆପଣଙ୍କୁ ସ୍ବାଗତ କରିବ। ରେଷ୍ଟୁରାଣ୍ଟ ଭିତରେ ସତସତିକା ଲାଗୁଥିବା ଅନେକ ଶବ ଝୁଲିଥିବା ଦେଖିବାକୁ ପାଇବେ। ଆଉ ଭିତରକୁ ପ୍ରବେଶ କଲେ ଭୂତପ୍ରେତ ଆପଣଙ୍କୁ ଖାଦ୍ୟ ପରଷିବା ପାଇଁ ପହଞ୍ଚତ୍ୟିବେ। ଯଦିଓ ଏହି ଭୂତପ୍ରେତ ସତସତିକା ନୁହେଁ, ଆଉ ଏମାନେ ସମସ୍ତେ ରେଷ୍ଟୁରାଣ୍ଟର କର୍ମଚାରୀ ତଥାପି ସେମାନଙ୍କର ଭୟଙ୍କର ବେଶ ଦେଖି ନିଶ୍ଚୟ ଡର ଲାଗିବ। ସପ୍ତାଦଶ ଶତାବ୍ଦୀରେ ଜୋଶେଫ ମା’ ରିଏସ୍‌ ଓ ସୁରୋକା ମିଶି ‘ମାସିୟା ସେଣ୍ଟା ରୋଜା’ ନାମକ ଘର ତିଆରି କରିଥିଲେ। ହେଲେ ପରେ ପାରିବାରିକ ବିବାଦ ହୋଇଥିଲା। ଆଉ ମାସିୟା ସେଣ୍ଟା ରୋଜା ବ୍ୟବହାର ନ ହୋଇ ଭୂତକୋଠି ପାଲଟିଗଲା। ୨୦ ବର୍ଷ ପରେ ୧୯୭୦ରେ ସୁରୋକାଙ୍କ ବଂଶଜ ଏହାକୁ ରେଷ୍ଟୁରାଣ୍ଟରେ ପରିଣତ କରିବାକୁ ନିଷ୍ପତ୍ତି ନେଲେ। ତେବେ ସେହି ପରିବାରର ମାନ୍ୟତା ଥିଲା ଯେ, ସେହି ଘର ଶ୍ରାପିତ। ତେଣୁ ସେମାନେ ଯୋଜନା କଲେ ରେଷ୍ଟୁରାଣ୍ଟକୁ ହଣ୍ଟେଡ ରେଷ୍ଟୁରାଣ୍ଟ ଥିମ୍‌ରେ ଆରମ୍ଭ କରିବେ। ଆଉ ‘ଲା ମାସିୟା ଏଁକାଟଣ୍ଡା’ ନାମ ଦେଇ ଏହି ହଣ୍ଟେଡ ରେଷ୍ଟୁରାଣ୍ଟ ଆରମ୍ଭ କଲେ। ଏହି ରେଷ୍ଟୁରାଣ୍ଟରେ ଭୟଙ୍କର ଶୋ’ ସହ ବିଭିନ୍ନ ପ୍ରକାରର ମ୍ୟାଜିକାଲ ଟ୍ରିକ୍‌ ବି ପରିବେଷଣ କରାଯାଏ। ଏଠାରେ ଗ୍ରାହକଙ୍କୁ ଯଥା ସମ୍ଭବ ଡରେଇବାର ପ୍ରୟାସ କରାଯାଏ। ତେଣୁ ଦୁର୍ବଳ ହୃଦୟର ଲୋକେ ଏଠାକୁ ନ ଯିବା ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri