Posted inଫୁରସତ

ଚିକ୍କଣ କୁହା

ଗାରିମାଦେବୀ ଗଲା ଗୁରୁବାର ଦିନ ନିର୍ଲୋଭରେ ଯେମିତି ପ୍ରଚଣ୍ଡ ଭକ୍ତିରେ ଦାନ ଧର୍ମ କଲେ, ସେଥିରୁ ସେ ମହାଦାନୀ ବୋଲି ପରୀକ୍ଷା ହୋଇଗଲା । ଅବଶ୍ୟ ତା’ ପୂର୍ବଦିନ ତାଙ୍କ ପଡ଼ୋଶୀଙ୍କ ହାଡୁ ମା’ ହାଡୁର ଦେହ ଖରାପ ଥିବାରୁ ଡାକ୍ତରଦେଖା, ଔଷଧ ଖର୍ଚ୍ଚା ପାଇଁ ଟଙ୍କା ପାଞ୍ଚଶ ଉଧାର ମାଗିଥିଲେ । ହେଲେ ସେ ତାଙ୍କ ମନରେ କଷ୍ଟ ନ ଦେଇ କୋମଳ ବଚନରେ ଫେରେଇ ଦେଇଥିଲେ । ଫେରେଇବା ଆଗରୁ କୁମ୍ଭୀର ପ୍ରାୟେ ଲୋତକ ଢାଳି ଗାଳି କରି କହିଲେ ‘ଆଗରୁ କିଆଁ ନ ମାଗିଲୁ ? ପୁଅର ବାପା ଏଇ ଘଣ୍ଟେ ତଳେ ମୋ ହାତରୁ ଝାଡ଼ିଝୁଡ଼ି ଏଗାର ହଜାର ଛ’ଶହ ଟଙ୍କା ନେଲା ପରେ ଆସି ମାଗିଲୁ ।

ଆଲୋ ! ହାଡ଼ିଆ କ’ଣ ଏକା ତୋ ପୁଅ । ମୋର କିଛି ନୁହଁ । ତତେ ଏ ବେଳାରେ ସାହାଯ୍ୟ କରିପାରୁନି ବୋଲି ମୋ ମନଟା ଭାରି ଖରାପ ଲାଗୁଛି । ମୋ ପାଖରେ ଥିଲେ କ’ଣ ତତେ ଦେଇ ନ ଥାନ୍ତି ?
ମା’ ଗଲାପରେ ଗାରିମା ଦେବୀଙ୍କ ଖୁସି କହିଲେ ନ ସରେ । ଏଇନେ ପାଞ୍ଚଶ’ ଟଙ୍କା ଯାଇଥାନ୍ତା । ତା’ ପରଦିନ ଗୁରୁବାର । ମାର୍ଗଶିର ମାସ । ଦିନ ଏଗାର କି ବାରଟା ଭିତରେ ହେବ । ଗାରିମା ଦେବୀଙ୍କ ପତିଦେବ ଅଫିସିକି ଗଲାପରେ କିଏ ଦୁଆରେ କଲିଂବେଲ୍‌ ମାରିଲା । ଗାରିମା ଦେବୀ ଆସି ଦେଖନ୍ତି ତ ଜଣେ ସାଧୁଭେକ ଧାରୀ ଉଭା । ଗାରିମା ଦେବୀଙ୍କୁ ଦେଖୁଦେଖୁ ଉଚ୍ଚ ପ୍ରଶଂସାରେ ପୋତି ପକେଇ କହିଲେ, ତାଙ୍କ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କଥା ସେ ଜଣେ ଅସାମାନ୍ୟା ରୂପଗୁଣର ଅଧିକାରିଣୀ-ଅଭିଶପ୍ତା ସ୍ବର୍ଗର ଅପ୍‌ସରୀ-ପରମା ସୁନ୍ଦରୀ । କୋମଳ ହୃଦୟ ଦୟାର୍ତ୍ତ ଚିତ୍ତ ପରୋପକାରୀ ଗୁଣଯୁକ୍ତ ମହିଳା । ତାଙ୍କ ଜନ୍ମ ବିଲୁଆନଦୀ କୂଳ ସନ୍ତରା ଗ୍ରାମରେ । ତାଙ୍କ ପରେ ଦୁଇ ଭାଇ । ଏକମାତ୍ର ଅଲିଅଳୀ କନ୍ୟା ସେ ପିତାମାତାଙ୍କର । ବିବାହର ତିନିବର୍ଷ ପରେ ଏକମାତ୍ର ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ପୁତ୍ରକୁ ବୟସ ଚାରିବର୍ଷ । ପତିଦେବ ସର୍କାରୀ ଅଫିସର ଇତ୍ୟାଦି । ହେଲେ ବତ୍ସା !

ତୁମ୍ଭର ଆଗକୁ ଘୋର ବିପଦ ମାଡ଼ି ଆସୁଛି । ଭାଗ୍ୟାକାଶରେ ସୂର୍ଯ୍ୟ ଡୁବିଯିବେ । ବଡ଼ ଦୁର୍ଘଟଣାମାନ ଘଟିବ । ପତିଙ୍କର ଅଙ୍ଗହାନି ହେବ । ପୁତ୍ରର ମସ୍ତିଷ୍କ ରୋଗରେ ମୃତ୍ୟୁ ବି ହୋଇପାରେ ା କେହି ରକ୍ଷା କରିପାରିବେନି ।

ଭବିଷ୍ୟ ବକ୍ତାଙ୍କ କଥା ଶୁଣୁଶୁଣୁ ଗାରିମାଙ୍କ ହସହସ ମୁଖରେ ଦୁଃଖର କଳାବାଦଲ ଘେରି ଆସିଲା। ଡରିଡରି ଥରିଥରି ପଚାରିଲେ, ହେ ମହାମତ୍ନ୍‌ ! ଏଥିରୁ ମୁକ୍ତିର ଉପାୟ କୁହନ୍ତୁ । ଭେକଧାରୀ କହିଲେ, ବତ୍ସା ! ପାଞ୍ଚଟଙ୍କିଆ କଏନ୍‌ଟିଏ ମୋ ହସ୍ତକୁ ଦିଅ । ମୁଣ୍ଡରେ ମାରି ଗାରିମା କଏନ୍‌ଟି ଦେବାପରେ ଦୁଇହାତ ଏକାଠି ମୁଠେଇ ହଲେଇ ଖୋଲି ଗୋଟାଏ ରୁଦ୍ରାକ୍ଷ ବାହାରକରି ଗାରିମାଙ୍କ ହାତକୁ ଦେଇ ଚକିତ କରିଦେଲେ ।
ଏଁ…? ଇୟେ କ’ଣ ? ପାଞ୍ଚଟଙ୍କିଆ କଏନ୍‌ ଉଭାନ୍‌ – ହାତ ଭିତରୁ ରୁଦ୍ରାକ୍ଷ କେମିତି ହୋଇଲା ଉପତ୍ନ୍ନ ? ଗାରିମା ଚତୁରିଆଙ୍କ ଚରଣ ଭକ୍ତିରେ ଛୁଇଁ ପ୍ରଣାମ କରନ୍ତେ, ଭେକଧାରୀ କହିଲେ ଉଠ ବତ୍ସା । ତୁମ୍ଭେ ଦୈବୀକଳାରେ ଜାତ ହେତୁ ମୁଁ ଦୈବ ନିର୍ଦ୍ଦେଶରେ ତୁମ୍ଭ ବିପଦ ଖଣ୍ଡନ କରିବାକୁ ତୁମ୍ଭ ଦ୍ୱାରେ ଉପସ୍ଥିତ । କୁହ । ତୁମ୍ଭେ କ’ଣ ମୋତେ ପୂର୍ଣ୍ଣ ବିଶ୍ୱାସ କର ? ତୁମ୍ଭ ବିପଦ ଖଣ୍ଡନ ଚାହଁ ?

– ହଁ ମହାତ୍ମା । ମୋତେ ବିପଦରୁ ରକ୍ଷାକର । ରକ୍ଷାକର ମୋ ସଂସାର ।

– ତେବେ ମନଧ୍ୟାନ ଦେଇ ଶୁଣ । ନିର୍ଲୋଭରେ ମାତ୍ର ପାଞ୍ଚହଜାର ମୁଦ୍ରା, ପାଞ୍ଚ ଗ୍ରାମ ସୁବର୍ଣ୍ଣ, ପାଞ୍ଚ ପା’ ଗୁଆଘିଅ, ପାଞ୍ଚକେଜି ଆତପ ତଣ୍ଡୁଳ ତୁରନ୍ତ ମୋତେ ଦାନକର । ମୁଁ ସମସ୍ତ ବିପଦ ଖଣ୍ଡନ କରିବି । ଆଉ ଆଶୀର୍ବାଦ ଦେଉଛି ଚାରିବର୍ଷରେ ଚାରୋଟି ଘରବାଡ଼ି ପ୍ଲଟ୍‌ କଟକ, ଭୁବନେଶ୍ୱରରେ କ୍ରୟ ହେବ । ପତିଙ୍କର ପ୍ରମୋଶନ ସହିତ ଉଚ୍ଚବେତନ ପ୍ରାପ୍ତହେବ । ସନ୍ତାନ ଉଚ୍ଚଶିକ୍ଷା ଲାଭକରି ସୁନାମ ଅର୍ଜିବ । ନ ହେଲେ ସର୍ବନାଶ ହେବ ।

ତତ୍‌କ୍ଷଣାତ୍‌ ଟଙ୍କା ସହିତ ପାଞ୍ଚଗ୍ରାମ୍‌ଠୁ ବେଶି ଓଜନର ସ୍ବର୍ଣ୍ଣ ମୁଦ୍ରିକା ଆପଣା ଅଙ୍ଗୁଳିରୁ କାଢ଼ି ଘୃତାଦି ଦ୍ରବ୍ୟ ଦେଇ ପାଦଛୁଇଁ ପ୍ରଣାମପୂର୍ବକ ବିଦାୟ ଦେଲେ ।  ଆଉ ସବୁ କ୍ଷମତା ଉନ୍ନତି କି ଯେମିତି ହାତ ମୁଠାରେ ମୁଠେଇ ଧରିଛନ୍ତି ଭାବୁଥିଲେ ଗାରିମା ଦେବୀ । ବୁଡ଼କୁ କଲୋନୀର ହାରା ମାଉସୀ ଆସି ଗାରିମାଙ୍କୁ ଯେତେବେଳେ କହିଲେ, ସେ ଭଦ୍ରଲୋକ ଗାରିମାଙ୍କ ବାପଘରଠୁ ଶାଶୁଘର ବିଷୟରେ ବୁଝୁଥିଲେ । ସେତେବେଳେ ସେ ଜାଣିଲେ ‘ଚିକ୍କଣ କୁହା’ ତାଙ୍କୁ ଠକି ଛୁ ମାରିଛନ୍ତି। ଆଉ ସେ ଅବା ଜାଣନ୍ତେ କେମିତି ଲମ୍ବାହାତରେ ପିନ୍ଧିଥିବା ପଞ୍ଜାବି ତଳେ ମଣିବନ୍ଧରେ ରବର ବାନ୍ଧି ତା’ ତଳେ ପାଞ୍ଚଟଙ୍କିଆ କଏନ୍‌ ଗୁଞ୍ଜି ସେଇଠୁ ରୁଦ୍ରାକ୍ଷ କାଢ଼ି ଚମତ୍କାରିତା ଦେଖେଇ ଫାଇଦା ଉଠେଇ ଚାଲିଗଲେ ବୋଲି ।

ଆଜ୍ଞା ! ଏଇ ଚିକ୍କଣ କୁହାଙ୍କର ସଂଖ୍ୟା ବଢ଼ୁଛି । ଏମାନେ ବଡ଼ ମଧୁର ବଚନ କହି ଉଧାର ମାଗନ୍ତି । ଲକ୍ଷଲକ୍ଷ ଟଙ୍କା ଖୁସିରେ ଫସେଇ ଫାଇଦା ଉଠେଇ ନିଅନ୍ତି । କିନ୍ତୁ ପରେ ମାଗିଲେ ଏସା କରିଦେବି, ତେସା କରିଦେବି କେସ୍‌ କରିଦେବି କହି ଡରେଇଥାନ୍ତି । କିଏ ଖାଣ୍ଟି ସୁନା ବୋଲି ନକଲି ଗହଣାକୁ ବିକି ଲୁଟନ୍ତି ତ କିଏ ଜାଗା ଦେବା ନାଁରେ କୋଟିକୋଟି ଅର୍ଥ ଶୋଷିନିଅନ୍ତି ପୁଣି କିଏ ଚାକିରି କରେଇଦେବାକୁ କୁହନ୍ତି ତ କିଏ ଭାଗ୍ୟ ବଦଳେଇବାର ଭରସା ଦେଇ ତଣ୍ଟିକାଟି ଲୁଟନ୍ତି  । ଆପଣମାନେ ଦେଖିଥିବେ ପାଞ୍ଚବରଷରେ ଅନେକ ଚିକ୍କଣ କୁହାଙ୍କର ଅଚାନକ ଆବିର୍ଭାବ ହୁଏ। ଏମିତି ମଧୁର ଦରଦଭରା କଣ୍ଠରେ ବିନମ୍ର ପ୍ରଣିପାତ ପୂର୍ବକ ଝୁଡ଼ିଝୁଡ଼ି ପ୍ରତିଶ୍ରୁତିର ବାକ୍ୟ ପ୍ରଦାନ କରନ୍ତି ଯେ, ଆପଣ ଭାବିବେ ୟାଙ୍କୁ ଶାସନ ଦେବା ଅର୍ଥ ଏଇଠୁ କଳିଯୁଗ ଶେଷ ହେଲା। ସତ୍ୟଯୁଗ ଆରମ୍ଭ ହେଲା । ଅବସ୍ଥା ବଦଳେଇବାକୁ ବସ୍ତାବସ୍ତା ଆସ୍ଥାଭାଜନର ଶବ୍ଦ । ଭାବିବେ ଏଇ ବାବୁ ଆସିଗଲେ ମାନେ ବେକାରିଙ୍କ ମୂଳୋପତ୍ାଟନ ହେଇଯାଇ ଚାକିରି ତାଙ୍କ ପଛରେ ଖାଲି ଧାଇଁବ । ଗାଁକୁ ରାସ୍ତା ସହିତ ଘରର ଅବସ୍ଥା ବଦଳିଯିବ । ମାତ୍ର ହାତରୁ ଭୋଟ ଗୁଡ଼ା ଝାଡ଼ି ନେଲାପରେ ଏମିତିଆ ଥଣ୍ଡାଘର ଭିତର ସିଂହାସନରେ ଉପବେଶନ କରନ୍ତି ଯେ, କାହାର ବିକଳ ବୋବାଳି କାନଭିତରେ ତାଙ୍କର ପଶିପାରେନି । ଆଉ କିଏ ଚାକିରି ଦେବାର ପ୍ରତିଶ୍ରୁତିରେ ଅର୍ଜିତ ଧନକୁ ପାଣି ପାଇପ୍‌ ଭିତରେ ପୂରେଇ ରଖନ୍ତି । ଦରମାରେ ହାତ ବାଜେନି । ଚଉଦ ପୁରୁଷ ଖାଇଲେ ବୋହିଲେ ବି ଧନ ସରେନି ।
! ମୋ ପରି ଠକି ଯାଇଥିବା ଆପଣଙ୍କୁ ଜୁହାର କରୁଛି ନେହୁରା ହେଉଛି ଏ ଚିକ୍କଣ କୁହାଙ୍କ ଉପରେ ଟିକେ ନଜର ରଖିଥିବଟି । ନଇଲେ କେତେବେଳେ ଏମାନେ ତଣ୍ଟିକାଟି ପିନ୍ଧାଲୁଗା ଲୁଟିନେଇ ପଳେଇବେ, ଆପଣ ହୁଏତ ଜାଣିପାରି ନ ଥିବେ ।

-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ,
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri