Posted inଜାତୀୟ

ଭାଜପାକୁ ମିଳିଛି ସର୍ବାଧିକ ଚାନ୍ଦା: ଏଡିଆର ରିପୋର୍ଟ…

ନୂଆଦିଲ୍ଲୀ,୧୧।୭ : ଥିଙ୍କ ଟ୍ୟାଙ୍କ ’ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ’ (ଏଡିଆର) ର ଏକ ରିପୋର୍ଟରେ କୁହାଯାଇଛି ୨୦୧୬-୧୭ ରୁ ୨୦୨୧-୨୨ ମଧ୍ୟରେ ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ସମସ୍ତ ଦାନର ଅଧାରୁ ଅଧିକ ନିର୍ବାଚନ ବଣ୍ଡ ମାଧ୍ୟମରେ ହୋଇଥିଲା ଏବଂ ଭାଜପା ସର୍ବାଧିକ ପାଇଛି।

ଏଡିଆର ଅନୁଯାୟୀ, ୨୦୧୬-୧୭ ରୁ ୨୦୨୧-୨୨ ମଧ୍ୟରେ ସାତୋଟି ଜାତୀୟ ଦଳ ଏବଂ ଭାରତର ୨୪ ଟି ଆଞ୍ଚଳିକ ଦଳ ପ୍ରାୟ ୧୬,୪୩୭ କୋଟି ଟଙ୍କା ଦାନ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ୯,୧୮୮.୩୫ କୋଟି ଟଙ୍କା ବା ପ୍ରାୟ ୫୬ ପ୍ରତିଶତ ନିର୍ବାଚନ ବଣ୍ଡ ମାଧ୍ୟମରେ ଗ୍ରହଣ କରାଯାଇଛି। ଭାରତୀୟ ଜନତା ପାର୍ଟି ୨୦୧୬-୧୭ ରୁ ୨୦୨୧-୨୨ ମଧ୍ୟରେ ୧୦,୧୨୨.୦୩ କୋଟି ଟଙ୍କା ଦାନ ଘୋଷଣା କରିଛି, ତା’ପରେ କଂଗ୍ରେସ ୧,୫୪୭.୪୩ କୋଟି ଟଙ୍କା ଏବଂ ଟିଏମସି ୮୨୩.୩୦ କୋଟି ଟଙ୍କା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଏଥିରେ ଦର୍ଶାଯାଇଛି ଭାଜପା ଘୋଷଣା କରିଥିବା ମୋଟ ଦାନ ଅନ୍ୟ ସମସ୍ତ ଜାତୀୟ ଦଳ ଘୋଷଣା କରିଥିବା ମୋଟ ଦାନର ତିନି ଗୁଣରୁ ଅଧିକ।

୪,୬୧୪.୫୩ କୋଟି ଟଙ୍କା ଯାହା ସମୁଦାୟ ଦାନର ପ୍ରାୟ ୨୮ ପ୍ରତିଶତ କର୍ପୋରେଟ କ୍ଷେତ୍ରରୁ ଏବଂ ୨,୬୩୪.୭୪ କୋଟି ୧୬.୦୩ ପ୍ରତିଶତ ଅନ୍ୟାନ୍ୟ ଉତ୍ସରୁ ଆସିଛି। ୮୦ ପ୍ରତିଶତରୁ ଅଧିକ ଦାନ ବା ପ୍ରାୟ ୧୩,୧୯୦.୬୮ କୋଟି ଟଙ୍କା ଜାତୀୟ ଦଳକୁ ଯାଇଥିବାବେଳେ ୩,୨୪୬.୯୫ କୋଟି ୧୯.୭୫ ପ୍ରତିଶତ ଆଞ୍ଚଳିକ ଦଳକୁ ଯାଇଛି।

ଜାତୀୟ ଦଳଗୁଡିକ ପାଇଁ, ୨୦୧୭-୧୮ ରୁ ୨୦୨୧-୨୨ ମଧ୍ୟରେ ନିର୍ବାଚନ ବଣ୍ଡରୁ ଦାନ ୭୪୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ କର୍ପୋରେଟ ଦାନ ୪୮ ପ୍ରତିଶତ ବୃଦ୍ଧି ପାଇଛି। ସାଧାରଣ ନିର୍ବାଚନ ବର୍ଷ ୨୦୧୯-୨୦ରେ ୪,୮୬୩.୫୦ କୋଟିର ସର୍ବାଧିକ ଦାନ ଗ୍ରହଣ କରାଯାଇଥିଲା, ତା’ପରେ ୨୦୧୮-୧୯ ରେ ୪,୦୪୧.୪୮ କୋଟି ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ୩,୮୨୬.୫୬ କୋଟି ଟଙ୍କା ମିଳିଥିଲା।

ନିର୍ବାଚନ ବଣ୍ଡ ମାଧ୍ୟମରେ ଭାଜପା ଏହାର ୫୨ ପ୍ରତିଶତରୁ ଅଧିକ ଦାନ ପାଇଛି। ଭାଜପା ଗ୍ରହଣ କରିଥିବା ଦାନର ପ୍ରାୟ ୩୨ ପ୍ରତିଶତ କର୍ପୋରେଟ ହାଉସରୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଟ୍ରମ୍ପଙ୍କ ସୁନାର ନଗ୍ନ ପ୍ରତିମୂର୍ତ୍ତି, ନାଁ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୮।୧୦: ୟୁରୋପ ସଂସଦ ପରିସରରେ ଏବେ ଏକ ଅଜବ ଏବଂ ଚର୍ଚ୍ଚିତ କଳାକୃତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ…

ଓଡ଼ିଶା ବନ୍ଦ ଡାକରାରେ ଅତାବିରାରେ ଜନଜୀବନ ପ୍ରଭାବିତ

ଅତାବିରା,୮ା୧୦(ଯୁଧିଷ୍ଠିର ମହାପାତ୍ର): କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ବରଗଡ଼ ଜିଲା ଅତାବିରା ଠପ୍‌ ହୋଇପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ…

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?