Posted inଖେଳ

ମ୍ୟାଚ୍‌ ମଝିରେ ଅମ୍ପାୟରଙ୍କ ଦ୍ୱାରା ଚୁଟି କାଟିଥିଲେ ଗାଭାସ୍କର

ନୂଆଦିଲ୍ଲୀ, ୧୧।୭- ଭାରତୀୟ କ୍ରିକେଟ୍‌ରେ ଲିଟିଲ୍‌ ମାଷ୍ଟର ଭାବେ ପରିଚିତ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ନିକଟରେ ତାଙ୍କ ୭୧ତମ ଜନ୍ମଦିବସ ପାଳନ କରିଛନ୍ତି। ମାତ୍ର ୨୨ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଗାଭାସ୍କର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟ କ୍ରିକେଟ୍‌ରେ ୧୦ ହଜାର ରନ୍‌ ସଂଗ୍ରହ କରିବାର ସୌଭାଗ୍ୟ ଲାଭ କରିଥିଲେ। ନିଜର ପଦାର୍ପଣ ଟେଷ୍ଟ ମ୍ୟାଚ୍‌ରେ ଗାଭାସ୍କର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଯଥାକ୍ରମେ ୬୫ ଓ ୬୭* ରନ୍‌ ସଂଗ୍ରହ କରିଥିଲେ। ବର୍ତ୍ତମାନ କ୍ରିକେଟ୍‌ ଭାଷ୍ୟକାର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିସାରିଥିବା ଗାଭାସ୍କରଙ୍କ କ୍ୟାରିୟରକୁ ନେଇ ଏକ ମଜାଳିଆ କାହାଣୀ ରହିଛି। ଯାହାକୁ ହୁଏତ ଅନେକ ଜାଣି ନ ଥିବେ। ଏକଦା ମ୍ୟାଚ୍‌ ସମୟରେ ଗାଭାସ୍କର ଅମ୍ପାୟରଙ୍କ ସହାୟତାରେ ନିଜ ଚୁଟି କାଟିଥିଲେ। ୧୯୭୪ରେ ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଏହି ଘଟଣା ଘଟିଥିଲା। ଯେତେବେଳେ ଗାଭାସ୍କର ବ୍ୟାଟିଂ କରୁଥିଲେ ତାଙ୍କ ଚୁଟି ବାରମ୍ବାର ଆଖି ଉପରେ ଆସି ପଡ଼ୁଥିଲା। ଫଳରେ ବାଧ୍ୟ ହୋଇ ଅମ୍ପାୟରଙ୍କୁ ଚୁଟି କାଟିବା ପାଇଁ ଗାଭାସ୍କର ଅନୁରୋଧ କରିଥିଲେ। ଏହାପରେ ଫିଲ୍ଡ ଅମ୍ପାୟର ଡିକି ବାର୍ଡ ପଡ଼ିଆ ମଧ୍ୟରେ କଇଁଚି ସହାୟତାରେ ଗାଭାସ୍କାରଙ୍କ ସାମ୍ନା ପଟର କିଛି ଚୁଟି କାଟିଥିଲେ। ସାଧାରଣତଃ ବଲରୁ ବାହାରୁ ଥିବା ସୂତାକୁ କାଟିବା ପାଇଁ ଅମ୍ପାୟରମାନେ ମ୍ୟାଚ୍‌ ସମୟରେ ନିଜ ପାଖରେ କଇଁଚି ରଖିଥାନ୍ତି। ଏହି ମ୍ୟାଚ୍‌ର ଉଭୟ ଇନିଂସରେ ଗାଭାସ୍କର ଦମ୍‌ଦାର ବ୍ୟାଟିଂ କରି ଯଥାକ୍ରମେ ୧୦୧ ଓ ୫୮ ରନ ସଂଗ୍ରହ କରିଥିଲେ। ଭାରତ କିନ୍ତୁ ଏହି ମ୍ୟାଚରେ ପରାଜୟବରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଛତ୍ରପୁର,୧୦।୬( ଦିଲ୍ଲୀପ ସାମଲ) : ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି । ସେ ଗତ ଏକ ମାସରୁ ଅଧିକ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri