ପୁଣି ୧୩ ପଇସା ବଢ଼ିଲା ପେଟ୍ରୋଲ ୯ ଦିନରେ ୮ ଥର ବୃଦ୍ଧି

ଭୁବନେଶ୍ୱର,୨୫।୮: ପେଟ୍ରୋଲ ଦର ବୃଦ୍ଧିରେ ବର୍ତ୍ତମାନ ବିରତି ଲାଗି ପାରୁନାହିଁ। ଗତ ୯ ଦିନ ମଧ୍ୟରେ ପେଟ୍ରୋଲ ଦର ୮ଥର ବଢିଥିବା ଜଣାପଡିଛି। ବର୍ତ୍ତମାନ କରୋନା ସଂକ୍ରମଣ ଲୋକଙ୍କ ଚିନ୍ତା ବଢାଇଥିବା ବେଳେ ତେଲ ଦର ବୃଦ୍ଧି ସମସ୍ୟାକୁ ଜଟିଳ କରୁଛି। ସୋମବାର ଲଗାତର ୫ମ ଦିନ ପାଇଁ ପେଟ୍ରୋଲ ଦର ବଢିଛି। ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଦର ୧୩ ପଇସା ବଢି ୮୨.୧୭ ଟଙ୍କା ଛୁଇଁଛି। ଏଠାରେ ଡିଜେଲ ଦର ଅପରିବର୍ତ୍ତିତ ୮୦.୦୩ ଟଙ୍କା ରହିଛି। ରବିବାର ପେଟ୍ରୋଲ ଦର ୧୪ ପଇସା ବଢିଥିଲା। ଗତ ୨୪ ଦିନ ହେବ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆସିନାହିଁ। ଗତ ୯ ଦିନରେ ପେଟ୍ରୋଲ ଦର ୮ଥର ବଢିବା ଯୋଗୁ ଦର ୧.୧୪ ଟଙ୍କା ମହଙ୍ଗା ହୋଇଛି। ମେଟ୍ରୋ ସହରଗୁଡ଼ିକ କଥା ବିଚାରକଲେ ପେଟ୍ରୋଲ ୧୨ରୁ ୧୩ ପଇସା ବଢିଛି। ନୂଆଦିଲ୍ଲୀରେ ପେଟ୍ରୋଲ ଦର ୧୩ ପଇସା ବଢି ୮୧.୬୨ ଟଙ୍କା ଥିବା ବେଳେ ଚେନ୍ନାଇରେ ୧୨ ପଇସା ବଢି ୮୪.୬୪ ଟଙ୍କା, କୋଲକାତାରେ ୧୨ ପଇସା ଉଚ୍ଚରେ ରହି ୮୩.୧୩ ଟଙ୍କା ଏବଂ ମୁମ୍ବାଇରେ ୧୨ ପଇସା ବୃଦ୍ଧି ପାଇ ୮୮.୨୮ ଟଙ୍କା ରହିଛି। ଏହି ସହରଗୁଡିକରେ ଡିଜେଲ ଦର ଯଥାକ୍ରମେ ୭୩.୫୬ ଟଙ୍କା, ୭୮.୮୬ ଟଙ୍କା, ୭୭.୦୬ ଟଙ୍କା ଏବଂ ୮୦.୧୧ ଟଙ୍କା ରହିଛି। ଜୁନ୍‌ ୨୯ ପରଠାରୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ହେଲେ ଅଗଷ୍ଟ ୧୬ ପରଠାରୁ ଦରରେ ପୁଣି ପରିବର୍ତ୍ତନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ଉପରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ; X ଠାରୁ ମାଗିଲା ଆକାଉଣ୍ଟ ବିବରଣୀ

ନୂଆଦିଲ୍ଲୀ,୨୯।୭: NEET ପେପର୍‌ ଲିକ ବିରୋଧରେ CJPଙ୍କ ପ୍ରତିବାଦ ସମୟରେ ଏବଂ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କାର୍ଯ୍ୟାଳୟକୁ ଟାର୍ଗେଟ କରି ସୋସିଆଲ…

ସ୍ତ୍ରୀଙ୍କୁ ହତ୍ୟାକରି ଶାଶୁଶ୍ୱଶୁରଙ୍କୁ ଭିଡିଓକଲ୍‌ରେ ଦେଖାଇଲେ ଜ୍ୱାଇଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବାଗଲକୋଟ୍‌, ୨୯।୭:କର୍ନାଟକର ବାଗଲକୋଟ୍‌ ଜିଲାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ଭାଗ୍ୟଶ୍ରୀ ଜିଗାଲୁରଙ୍କୁ କାଠଫାଳିଆରେ ମାଡ଼ ମାରିବା ପରେ ଶାଢ଼ିରେ…

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

ଅଗଷ୍ଟରେ ୧୦ଦିନ ସ୍କୁଲ-କଲେଜ ବନ୍ଦ, ଦେଖନ୍ତୁ ପୂରା ଛୁଟିଲିଷ୍ଟ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ସ୍କୁଲ କିମ୍ବା କଲେଜରେ ପଢ଼ୁଥିବା ଜଣେ ଛାତ୍ର (କିମ୍ବା ଆପଣଙ୍କ ଘରେ ପିଲା ଅଛନ୍ତି), ତେବେ ଅଗଷ୍ଟ ମାସ ଆପଣଙ୍କ ପାଇଁ…

୨୦୩୬ ସୁଦ୍ଧା ଟଙ୍କାର କୌଣସି ମୂଲ୍ୟ ରହିବ ନାହିଁ? ଏଲୋନ ମସ୍କଙ୍କ ଭବିଷ୍ୟବାଣୀର ଅର୍ଥ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ପୁଣି ଥରେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ଆଗାମୀ…

ଡାକ୍ତର ଦମ୍ପତ୍ତିଙ୍କୁ କାଙ୍ଗାଳ କରିଦେଲେ ୨ ଭଉଣୀ: ୪.୫ କୋଟି ଟଙ୍କା ନେଇ…

ଚଣ୍ଡିଗଡ଼,୨୯।୭: ପଞ୍ଜାବର ପଠାଣକୋଟ ଜିଲାରେ ବିଶ୍ୱାସଘାତକତା ଏବଂ ଠକେଇର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡାକ୍ତର ଡକ୍ଟର ଜସପାଲ ସିଂହ ଭିଣ୍ଡର ଏବଂ ତାଙ୍କ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ହଠାତ୍‌ ସଂସଦରେ ପହଞ୍ଚିଲେ NSA ଅଜିତ ଡୋଭାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୯।୭: ସଂସଦର ମୌସୁମୀ ଅଧିବେଶନ ସମୟରେ ବୁଧବାର NSA ଅଜିତ ଡୋଭାଲ ସଂସଦରେ ପହଞ୍ଚିବା ପରେ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଯାଇଛି। ସେହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri