Posted inଜାତୀୟ

ଭାରତର ୪ ରାଫେଲ ଯୁଦ୍ଧବିମାନ ନିଖୋଜ: ରିପୋର୍ଟ

ନୂଆଦିଲ୍ଲୀ,୨୧ା୧୧: ଭାରତୀୟ ବାୟୁସେନାର ୩୬ ରାଫେଲ ଯୁଦ୍ଧବିମାନ ମଧ୍ୟରୁ ୪ଟି କମ୍‌ ରହିଥିବା ନେଇ ବ୍ରିଟିଶ୍‌ ବିମାନ ଚଳାଚଳ ସଂସ୍ଥାର ଏକ ପତ୍ରିକାରେ ରିପୋର୍ଟ କରାଯାଇଥିବାବେଳେ ବାୟୁସେନାର ପୂର୍ବତନ ଉପମୁଖ୍ୟ ଏୟାର ମାର୍ଶାଲ ନର୍ମଦେଶ୍ୱର ତିଓ୍ବାରୀ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଗତବର୍ଷ ଅପରେଶନ ସିନ୍ଦୂର ସମୟରେ ତିଓ୍ବାରୀ ବାୟୁସେନାରେ ଉପମୁଖ୍ୟ ଭାବେ ଅବସ୍ଥାପିତ ଥିଲେ। ରିପୋର୍ଟ ଅନୁଯାୟୀ ଭାରତ ବର୍ତ୍ତମାନ ସୁଦ୍ଧା ଫ୍ରାନ୍ସରୁ ୩୬ଟି ରାଫେଲ ଯୁଦ୍ଧବିମାନ କିଣିିଛି। ତେବେ ଫ୍ଲାଇଟ୍‌ଗ୍ଲୋବାଲର ସଦ୍ୟ ବିଶ୍ୱ ବାୟୁସେନା ଅଭିଧାନରେ ଭାରତରେ କାର୍ଯ୍ୟକାରୀ ଥିବା ରାଫେଲ ସଂଖ୍ୟା ୩୨ ଦେଖାଉଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେବେ ରାଫେଲ ଜେଟ୍‌ ସଂଖ୍ୟା ହ୍ରାସ ସମ୍ପର୍କରେ ଏହି ସଂସ୍ଥା କୌଣସି ସ୍ପଷ୍ଟୀକରଣ କିମ୍ବା ପ୍ରମାଣ ଦେଇନାହିଁ।
ଅବସରପ୍ରାପ୍ତ ଏୟାର ମାର୍ଶାଲ ନର୍ମଦେଶ୍ୱର ତିଓ୍ବାରୀ ଉକ୍ତ ସଂଖ୍ୟାକୁ ସମ୍ପୂର୍ଣ୍ଣ ଭୁଲ୍‌ ବୋଲି କହିବା ସହ ଆଭିଏଶନ ମାଗାଜିନ୍‌ର ସୂତ୍ରର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅପରେଶନ ସିନ୍ଦୂର ପରେ ଫ୍ଲାଇଟ୍‌ ଗ୍ଲୋବାଲ ଗତବର୍ଷ ପ୍ରକାଶ କରିଥିବା ରିପୋର୍ଟରେ ୩୫ଟି ସକ୍ରିୟ ରାଫେଲ ଥିବା ଦର୍ଶାଇଥିଲା। ଫ୍ଲାଇଟ ଗ୍ଲୋବାଲ ଏହାର ସୂତ୍ରଗୁଡ଼ିକର ପୁନଃ ମୂଲ୍ୟାୟନ କରୁ ବୋଲି ତିଓ୍ବାରୀ ‘X’ରେ ଲେଖିଛନ୍ତି। ସେହି ସମାନ ସୂତ୍ରଗୁଡ଼ିକ ଗତବର୍ଷ ପାକିସ୍ତାନ ସହ ସଂଘର୍ଷ ସମୟରେ ଖସାଇ ଦିଆଯାଇଥିବା ତଥାକଥିତ ରାଫେଲ ବିମାନର ଟେଲ୍‌ ନମ୍ବର ଦେଇଥିଲେ। ତେବେ ସେହି ଟେଲ୍‌ ନମ୍ବର ଥିବା ଯୁଦ୍ଧବିମାନ ବିଭିନ୍ନ ଅନ୍ତର୍ଜାତୀୟ ସମରାଭ୍ୟାସରେ ଭାଗ ନେଉଥିବା ବାୟୁସେନାର ପୂର୍ବତନ ଉପମୁଖ୍ୟ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୨ ବର୍ଷ ପରେ ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ରେକର୍ଡ କଲେ ଶୁବମନ ଗିଲ

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଦମ୍‌ଦାର ବ୍ୟାଟିଂ କରିଛନ୍ତି ଭାରତୀୟ ଅଧିନାୟକ ଶୁବମନ ଗିଲ। ଆକ୍ରମଣାତ୍ମକ ଅନ୍ଦାଜରେ ବ୍ୟାଟିଂ କରି ମାତ୍ର…

‘ମୋ ସ୍ତ୍ରୀ କାନ୍ଦୁଥିଲେ… ତା’ପରେ ମୋ ପାଖକୁ ଗୌତମ ଗମ୍ଭୀରଙ୍କ ଫୋନ ଆସିଲା…’ ଏମିତି କହି କାନ୍ଦି ପକାଇଲେ ସରଫରାଜ ଖାନ

ନୂଆଦିଲ୍ଲୀ,୨୧।୧୧: ସରଫରାଜ ଖାନ ବର୍ତ୍ତମାନ ଭାରତୀୟ ଦଳର ଅଂଶ ନୁହଁନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ଶୋ’ ‘ବୈଠ ଔର୍‌ ବୋଲ’ (Baith Aur Bol) ରେ,…

ସୁନା କିଣୁଥିଲେ ସାବଧାନ! ରେନିୟମ-ଇରିଡିୟମ ମିଶାଇ ବଢ଼ାଯାଉଛି ଗହଣାର ଓଜନ; ରିପୋର୍ଟ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୧୧: ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ସୁନାରେ ରେନିୟମ (Rhenium) ଏବଂ ଇରିଡିୟମ (Iridium) ଭଳି ଧାତୁର…

IND A VS NEP: ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଲା ଭାରତ, ପଛରେ ରହିଗଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୧: ୨୦୨୬ ଏସିଆ କପ ‘ରାଇଜିଂ ଷ୍ଟାର୍ସ’ (Rising Stars) ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ଚମତ୍କାର ଆରମ୍ଭ କରିଛି। ଦୋହାରେ ନେପାଳ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚରେ,…

ପାଟ କମିନ୍ସଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଆୟୋଜନ କଲା କ୍ରିକେଟ ଅଷ୍ଟ୍ରେଲିଆ, ଅଧିନାୟକତ୍ୱକୁ ନେଇ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧୧: ୨୦୧୮ ମସିହାର ‘ସ୍ୟାଣ୍ଡପେପରଗେଟ’ (sandpapergate) ଘଟଣାକୁ ନେଇ ଉସମାନ ଖ୍ବାଜାଙ୍କ ନୂଆ ଖୁଲାସା ଅଷ୍ଟ୍ରେଲୀୟ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। ଖ୍ବାଜାଙ୍କ ଏହି ଦାବିକୁ…

ତେଲ କମ୍ପାନୀଙ୍କୁ ଝଟ୍‌କା, ଗ୍ରାହକଙ୍କ ପାଇଁ ଖୁସି; ପେଟ୍ରୋଲକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୧।୧୧: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦର ବଢ଼ୁଥିଲେ ମଧ୍ୟ ଘରୋଇ ସ୍ତରରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ଅର୍ଥାତ ଶନିବାର,…

ଟଳିଲା ବିପଦ, ରାଇକିଆବାସୀ ଆଶ୍ୱସ୍ତ: ପ୍ରଶାସନର ପଦକ୍ଷେପକୁ ପ୍ରଶଂସା

ରାଇକିଆ,୨୧।୧୧(ପ୍ରଦୀପ ବେହେରା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅକ୍ୱାନ ଶୁକ୍ରବାର ସ୍ଥଳଭାଗ ଛୁଇଁବା ପରେ ଯେଉଁ ବର୍ଷା ପବନ ଆଶଙ୍କା କରାଯାଉଥିଲା ତାହା ପ୍ରଭାବ ଶୂନ୍ୟ ରହିବା…

ବିଶ୍ୱରେକର୍ଡ କଲେ ରାହୁଲ-ପଡିକଲ: ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ଚତୁର୍ଥ ଥର ପାଇଁ ଘଟିଲା ଏହି ଘଟଣା

ଓ୍ବେଲିଂଟନ,୨୧।୧୧: ନ୍ୟୁଜିଲାଣ୍ଡର ୱେଲିଂଟନସ୍ଥିତ ବେସିନ ରିଜର୍ଭ ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ପ୍ରଥମ ମୁକାବିଲାରେ ଭାରତୀୟ ବ୍ୟାଟରମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?