ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ପ୍ରହସନ! ଶୁଭାରମ୍ଭର ମାସେ ପରେ ବି ଜଳୁନି ଷ୍ଟ୍ରିଟ ଲାଇଟ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ଏବେ ପ୍ରହସନରେ ପରିଣତ ହୋଇଛି। ଗତ ଅଗଷ୍ଟ ୩୧ ତାରିଖରେ ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା। ହେଲେ ଶୁଭାରମ୍ଭର କିଛି ଦିନ ପରେ ଅନେକ ଷ୍ଟ୍ରିଟ ଲାଇଟ ଅଚଳ ହୋଇପଡ଼ିଥିବା ବେଳେ ଏକ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏହାର ମରାମତି କରାଯାଇନାହିଁ। ଫଳରେ ସହରବାସୀ ଓ ବ୍ୟବସାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।

ଜିଲାର ଅନ୍ୟ ଏନଏସିଗୁଡ଼ିକ ତୁଳନାରେ ଗଞ୍ଜାମ ଏନଏସି ବିକାଶରେ ପଛରେ ରହିଥିବା ନେଇ ଅଭିଯୋଗ ହୋଇଆସୁଛି। ଅନ୍ୟ ଏନଏସିଗୁଡ଼ିକରେ ପ୍ରାୟ ଚାରି ବର୍ଷ ପୂର୍ବରୁ ଆଲୋକୀକରଣ ବ୍ୟବସ୍ଥା ହୋଇସାରିଥିବା ବେଳେ ଗଞ୍ଜାମ ସହରରେ ଏହି ସୁବିଧା ବିଳମ୍ବରେ ଆରମ୍ଭ ହୋଇଥିଲା। ସହରରେ ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ ଲୋକେ ବାରମ୍ବାର ଏନଏସି ପ୍ରଶାସନକୁ ଅବଗତ କରାଇଥିଲେ। ଦୀର୍ଘ ଦିନର ଦାବି ପରେ ଅଗଷ୍ଟ ୩୧ରେ ଆଲୋକୀକରଣ ବ୍ୟବସ୍ଥାର ଶୁଭାରମ୍ଭ ହେବାରୁ ସହରବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିଲା। ବିଶେଷକରି ବଡ଼ ବଜାର ଓ ସାନ ବଜାର ଅଞ୍ଚଳ ଆଲୋକିତ ହେବା ସହ ସହରବାସୀ ଅନ୍ଧାରରୁ ମୁକ୍ତି ପାଇବେ ବୋଲି ଆଶା କରିଥିଲେ।

ତେବେ ଏହି ଖୁସି ଅଧିକ ଦିନ ରହିଲା ନାହିଁ। କିଛି ଦିନ ମଧ୍ୟରେ ଅନେକ ଷ୍ଟ୍ରିଟ ଲାଇଟ ଜଳିବା ବନ୍ଦ ହୋଇଯାଇଥିଲା। ଏପର୍ଯ୍ୟନ୍ତ ମରାମତି ନହେବାରୁ ପୁଣି ଅନ୍ଧାରରେ ରହିଛି ସହରର ବିଭିନ୍ନ ଅଞ୍ଚଳ। ଷ୍ଟ୍ରିଟ ଲାଇଟ ଅଚଳ ରହିବା ଯୋଗୁ ରାତି ସମୟରେ ଯାତାୟାତ ସହ ଦୋକାନବଜାର ଉପରେ ମଧ୍ୟ ପ୍ରଭାବ ପଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତୁରନ୍ତ ଅଚଳ ଲାଇଟ୍‌ଗୁଡ଼ିକର ମରାମତି କରି ସହରକୁ ସମ୍ପୂର୍ଣ୍ଣ ଆଲୋକିତ କରିବାକୁ ସହରବାସୀ ଦାବି କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଧରଣର ଜନଆନ୍ଦୋଳନ ହୋଇପାରେ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଚକା ବନ୍ଦ ପାଳନକୁ ମିଳିଲା ବଡ଼ ସମର୍ଥନ 

ସୁନାବେଡ଼ା, ୫।୧୦(କୃତ୍ତିବାସ ପ୍ରଧାନ): ଚଳିତ ମାସ ୮ ତାରିଖରେ ଇଣ୍ଡି ମେଣ୍ଟ ପକ୍ଷରୁ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ…

ସେବା ସଙ୍କଳ୍ପ ଅଭିଯାନ: ୪୬ ୟୁନିଟ୍‌ ରକ୍ତ ସଂଗ୍ରହ

କର୍ଲାମୁଣ୍ଡା, ୫।୧୦ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର କର୍ଲାମୁଣ୍ଡା ଭାଜପା ପକ୍ଷରୁ…

ସେବା ସେତୁ କାର୍ଯ୍ୟକ୍ରମରେ ଲୋକଙ୍କ ଅଭିଯୋଗ ଶୁଣିଲେ ଉପଜିଲାପାଳ

ଦାରିଙ୍ଗବାଡି,୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଅଭିଯାନର ମୂଳ ଲକ୍ଷ ଏବଂ ଜନସାଧାରଣଙ୍କ…

ବୀର ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନା: ୨୫୧ ଛାତ୍ରୀଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା, ୧୩୬ ଜଣଙ୍କୁ ଚଷମା ବଣ୍ଟନ

ଦାରିଙ୍ଗବାଡ଼ି,୫।୧୦(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ବୀର ସୁରେନ୍ଦ୍ରସାଏ ଦିବ୍ୟଦୃଷ୍ଟି ଯୋଜନା ଅଧୀନରେ ଚକ୍ଷୁ ପରୀକ୍ଷା ଓ…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପ: ଆରଇଟି ସର୍ଭେ ପାଇଁ ଡିଆରଏମ୍‌ଙ୍କୁ ଦାବି

କେସିଙ୍ଗା, ୫।୧୦ (ତୁମେଶ୍ୱର ସାହୁ): କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପର ଆରଇଟି ସର୍ଭେ ତଥା ପ୍ରକଳ୍ପ ପାଇଁ ଆବଶ୍ୟକ ବଜେଟ ବ୍ୟୟବରାଦ ଦାବିରେ କଳାହାଣ୍ଡି ରେଳ…

ନୂତନ ନିର୍ବାହୀ ଅଧିକାରୀ ଭାବେ ଯୋଗଦେଲେ ଅଜିତ କୁମାର: ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ

ପୁରୁଷୋତ୍ତମପୁର,୫।୧୦(ସବିତା ମିଶ୍ର): ଦୀର୍ଘ ଏକ ବର୍ଷ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିକୁ ମିଳିଛି ନୂତନ ନିର୍ବାହୀ ଅଧିକାରୀ। ଅଜିତ କୁମାର ପଟ୍ଟନାୟକ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ…

ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନଭୋଜନର ମାନ ଯାଞ୍ଚ କଲେ ବିଧାୟକ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ଅନ୍ତର୍ଗତ ଭୁଆଁଭୂଇଁ ଗ୍ରାମସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?