Posted inଖେଳ

ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ ଇଂଲଣ୍ଡର ପୂର୍ବ ଅଧିନାୟକ; କାରଣ ଜାଣିଲେ ହେବେ…

ନୂଆଦିଲ୍ଲୀ,୬।୭: ଇଂଲଣ୍ଡ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ। ଏହା ପଛରେ ଭିନ୍ନ କାରଣ ଥିଲା। ଷ୍ଟାର ସ୍ପୋଟ୍ସର ଏକ ଶୋ’ରେ ହୁସେନ ସେ ନେଇ ଖୁଲାସା କରିଥିଲେ।

ସେ କହିଥିଲେ, ଭାରତ-ଇଂଲଣ୍ଡ ଟିମ୍‌ ଖେଳିବା ସମୟର ଅନେକ ସ୍ମରଣୀୟ ମୂହୁର୍ତ୍ତ ରହିଛି। ସେ ଖେଳିବା ସମୟରେ ଗାଙ୍ଗୁଲି ସ୍ବଭାବରେ ନମ୍ର ଥିଲେ। ଭାରତୀୟ ଟିମ୍‌କୁ ସେ ଶକ୍ତିଶାଳୀ ଦଳରେ ପରିଣତ କରିଥିଲେ। ଏଣୁ ତାଙ୍କ ଦଳ ସହ ଖେଳିବା, କୌଣସି ଯୁଦ୍ଧ ଲଢ଼ିବାଠାରୁ କମ୍‌ ନ ଥିଲା। ହେଲେ ଗାଙ୍ଗୁଲି ସବୁବେଳେ ତାଙ୍କୁ ଟସ୍‌ ପାଇଁ ଅପେକ୍ଷା କରାଉଥିଲେ। ଏହାକୁ ନେଇ ସେ ତାଙ୍କୁ ଘୃଣା କରୁଥିଲେ। ଏବେ ସେ ଦଶ ବର୍ଷରୁ ଅଧିକ ସମୟ ଧରି ଗାଙ୍ଗୁଲିଙ୍କ ସହ କମେଣ୍ଟ୍ରି କରୁଛନ୍ତି। ବାସ୍ତବରେ ଗାଙ୍ଗୁଲି ଜଣେ ସୁନ୍ଦର ମଣିଷ। ସର୍ବଦା ସେ ଶାନ୍ତ ରୁହନ୍ତି। ହେଲେ ଏବେ ବି କମେଣ୍ଟ୍ରି କରିବାକୁ ବିଳମ୍ବ କରୁଛନ୍ତି ବୋଲି ସେ କହିଛନ୍ତି।

ଗାଙ୍ଗୁଲି ଭାରତୀୟ ପ୍ରଶଂସକଙ୍କ ମନୋସ୍ଥିତିକୁ ବୁଝିଥିଲେ। ସେ କ୍ରିକେଟକୁ କେବଳ ଏକ ଖେଳ ବୋଲି ଭାବୁ ନ ଥିଲେ। ସେ ନିଜେ ମଜଭୂତ ରହିବା ସହ ସେଭଳି ସଦସ୍ୟଙ୍କୁ ଦଳ ଲାଗି ଚୟନ କରୁଥିଲେ। ଖେଳ ସମୟରେ ତାଙ୍କୁ ଯୁଦ୍ଧ ଲଢ଼ିବା ଭଳି ଲାଗୁଥିଲା। ହେଲେ ମ୍ୟାଚ୍‌ ଶେଷ ହେବା ପରେ ସେ ବେଶ୍‌ ଭଲରେ ମିଶୁଥିଲେ ବୋଲି ହୁସେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ରେକର୍ଡ ନିକଟରେ କୋହଲି

ନୂଆଦିଲ୍ଲୀ,୧୩।୬: ଶିଖର ଧାଓ୍ବନଙ୍କ ଅନୁପସ୍ଥିତି ଅଧିନାୟକ ବିରାଟ କୋହଲିଙ୍କ କାନ୍ଧ ଉପରେ ଆହୁରି ଦାୟିତ୍ୱ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କୋହଲି...

ତିନି ବର୍ଷରେ ଦ୍ୱିତୀୟ ଥର; ରାଇନାଙ୍କ ବିନା ଫିକା ପଡ଼ିଲା …

ମୁମ୍ବାଇ,୧୩।୫: ଏଯାବତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ଟି ସିଜନ ଖେଳିସାରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଏଥିରୁ ୨ ଥର ଦଳ ପ୍ଲେ-ଅଫ୍‌ ଖେଳିବାରୁ ବଞ୍ଚିତ ହୋଇଛି।...

ପୁଣି ଖେଳାଳିଙ୍କ ମୁଣ୍ଡରେ ବାଜିଲା ବଲ୍‌

ସିଡ୍‌ନୀ,୧୧।୧୨- ଚଳିତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା କ୍ରିକେଟ ସିରିଜ୍‌ରେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିବା ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ସିଡ୍‌ନୀ...

ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ

ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ...

‘କୋହଲିଙ୍କୁ ଦେଖି ଖୁସିି ଲାଗୁଛି’

ଇସଲାମାବାଦ୍‌,୨୭।୧୦:ପାକିସ୍ତାନର ପୂର୍ବତନ ମହିଳା କ୍ରିକେଟ ଦଳର ଅଧିନାୟକ ସନା ମିର ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। କୋହଲି ପାକିସ୍ତାନ ବିପକ୍ଷରେ ଏହି...

ବଲକୁ ଗୋଇଠା ମାରି ଆଉଟ୍‌ ହେଲେ ବ୍ୟାଟ୍ସମ୍ୟାନ

ନର୍ଥ ସାଉଣ୍ଡ,୧୧।୩ : ଫିଲ୍ଡରେ ବାଧା ଦେଇ ଆଉଟ୍‌ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି ଶ୍ରୀଲଙ୍କା ଦଳର ଓପନର ଦନୁଷ୍କା ଗୁଣଥିଲକା। ଆଣ୍ଟିଗୁଆଠାରେ ଓ୍ବେଷ୍ଟଇଣ୍ଡିଜ...

୬ଟି ବଲରୁ ୬ଟି ଛକା ଦେଇଥିବା ବୋଲରଙ୍କ ପରଲୋକ

ଲଡ୍ସ, ୧।୮: ପ୍ରସିଦ୍ଧ କ୍ରିକେଟର ମ୍ୟାକଲୋମ ନ୍ୟାସଙ୍କ ୭୪ବର୍ଷ ବୟସରେ ପରଲୋକ ଘଟିଛି। ଲଡ୍ସର ଏକ ହୋଟେଲରେ ରାତ୍ରି ଭୋଜନ କରୁଥିବାବେଳେ ସେ ହଠାତ୍‌ ତଳେ...

କଥା ଦେଇ ରଖିଲେ ଆନନ୍ଦ ମହିନ୍ଦ୍ରା: କ୍ରିକେଟର୍‌ଙ୍କୁ ଦେଲେ ଏମିତି ଉପହାର

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି। ସେ ଭାରତୀୟ ବୋଲର ଟି ନଟରାଜନଙ୍କୁ ଉପହାର ସ୍ବରୂପ ଏକ ଏସୟୁଭି କାର ଦେଇଛନ୍ତି। ଏଭଳି...

Advertisement
Archives

Model This Week