ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ କ୍ରମାଗତ ଜଳବାୟୁ ପରିବର୍ତ୍ତନ, ଗଙ୍ଗାନଦୀ ଶଯ୍ୟାରେ ପ୍ରବାହିତ ଅବକ୍ଷିପ୍ତ ପଟୁ, ବାଲି, କାଦୁଅ ଆସି ଫାରକ୍କା ବ୍ୟାରେଜ୍‌ରେ ଜମି ଯାଉଥିବାରୁ ଜଳ ଧାରଣ କ୍ଷମତା ହ୍ରାସ ପ୍ରଭୃତି ଦୃଷ୍ଟିକୋଣରୁ ଜଳପ୍ରବାହ ନୀତିରେ ପରିବର୍ତ୍ତନ ଚିନ୍ତା କରୁଛି।
ପଶ୍ଚିମବଙ୍ଗ ମୁର୍ଶିଦାବାଦ୍‌ ଜିଲାର ମନୋହରପୁରଠାରେ ବାଂଲାଦେଶ ସୀମାରୁ ପ୍ରାୟ ୧୮କି.ମି. ଉପର ମୁଣ୍ଡକୁ ଗଙ୍ଗାନଦୀ ଉପରେ ରହିଛି ଫାରକ୍କା ବ୍ୟାରେଜ୍‌। ୧୯୬୧ରୁ ଏହା ଆରମ୍ଭ ହୋଇ ପ୍ରାୟ ୧୯୭୦ ଶେଷ ବେଳକୁ ହୋଇଥିଲା। ହେଲେ ଏହାର ପ୍ରୟୋଗାମତ୍କ ପରୀକ୍ଷା, ପରିଚାଳନା ପଦ୍ଧତିର ଆଲୋଚନା ଓ ରାଜନୈତିକ ବିଚାରବିମର୍ଶ ପରେ ୧୯୭୫ ଏପ୍ରିଲ ୨୧ରେ କାର୍ଯ୍ୟକାରୀ କରାଗଲା। ୧୯୫୧ ଅକ୍ଟୋବର ୨୯ରେ ପାକିସ୍ତାନ ପ୍ରଥମେ ଅଭିଯୋଗ କରିଥିଲା ଯେ ଫାରକ୍କା ବନ୍ଧ ହେଲେ ଅଣମୌସୁମୀ ସମୟରେ ଅଧିକ ଜଳ ହୁଗୁଳି ଦେଇ ପ୍ରବାହିତ ହେବ। ୧୯୫୨ରେ ଭାରତ ତା’ର ପ୍ରତ୍ୟୁତ୍ତରରେ କହିଲା, ଏହି ବନ୍ଧ ନିର୍ମାଣ ପ୍ରାଥମିକ ପର୍ଯ୍ୟାୟରେ ଚିନ୍ତା କରାଯାଉଛି, ପାକିସ୍ତାନର ଏହା ଏକ ଆଧାରହୀନ ଅବାସ୍ତବ ପରିକଳ୍ପନା।
ଏହି ବ୍ୟାରେଜ୍‌ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିରନ୍ତର ୪୦,୦୦୦ କ୍ୟୁସେକ୍‌ (୧ କ୍ୟୁସେକ୍‌ ଅର୍ଥ ପ୍ରତି ଏକ ସେକେଣ୍ଡରେ ଏକ ଘନଫୁଟ ଜଳ, ଯାହା ପ୍ରାୟ ୨୯ଲିଟର) ଜଳକୁ ଭାଗୀରଥି- ହୁଗୁଳି ନଦୀରେ ପ୍ରବାହିତ କରି କଲିକତା ବନ୍ଦର (ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର)କୁ ଜାହାଜ ଚଳାଚଳ ସୁଗମ କରିବା, ନଦୀଶଯ୍ୟାରେ ବସିଯାଉଥିବା ପଟୁମାଟି ନିଷ୍କାସନ, କଲିକତା ସହର ତଥା ନିକଟବର୍ତ୍ତୀ ଅଞ୍ଚଳକୁ ଜଳ ଯୋଗାଣ ଓ ହୁଗୁଳି ଜଳର ଲବଣାଂଶକୁ ହ୍ରାସ କରିବା। ୧୯୭୧ରେ ବାଂଲାଦେଶର ଜନ୍ମ ପରେ ତା୧୯ା୦୩ା୧୯୭୨ରିଖରେ ଉଭୟ ଦେଶର ବିଶେଷଜ୍ଞଙ୍କୁ ନେଇ ଏକ ଜଏଣ୍ଟ୍‌ ରିଭର୍‌ କମିଶନ ଗଠନ କରାଗଲା, ଯାହା ତା୨୪ା୧୧ା୧୯୭୨ରିଖରେ ସରକାରୀ ଭାବେ ସ୍ବାକ୍ଷରିତ ହୋଇ କ୍ରିୟାନ୍ବିତ ହେଲା । ଏହା ଭବିଷ୍ୟତ ଭାରତ-ବାଂଲାଦେଶର ବନ୍ଧୁତ୍ୱ, ସହଯୋଗ ଓ ଶାନ୍ତି ଉପରେ ଆଧାରିତ। ଏତଦ୍‌ବ୍ୟତୀତ ଅନ୍ୟ ସମସ୍ତ ୫୪ଟି ନଦୀ, ଯାହା ଉଭୟ ଦେଶକୁ ସଂଯୋଗ କରୁଛି ତାହାର ଶୃଙ୍ଖଳିତ ପରିଚାଳନା ପଦ୍ଧତି, ତଥ୍ୟ ବିିନିମୟ, ବନ୍ୟା ପୂର୍ବାନୁମାନ ଓ ବନ୍ୟା ନିୟନ୍ତ୍ରଣ ସହ ପାରସ୍ପରିକ ବୁଝାମଣା ଭିତରେ ସର୍ବାଧିକ ସୁବିଧା ଅର୍ଜନ କରିବା। ତା୨୬ା୧୧ା୧୯୭୬ରିଖରେ ବାଂଲାଦେଶର ସାମରିକ ଶାସକ ଜିଆ ଉର୍‌ ରେହମାନ୍‌ ଫାର୍‌କ୍କା ବ୍ୟାରେଜ୍‌ ଫଳରେ ପଦ୍ମାନଦୀକୁ ଜଳ ପ୍ରବାହ ହ୍ରାସ ନେଇ ମିଳିତ ଜାତିସଂଘରେ ଅଭିଯୋଗ କଲେ ଓ ମିଳିତ ଜାତିସଂଘ ଏହା ଏକ ଦ୍ୱିପାକ୍ଷିକ ସମସ୍ୟା, ଏହାକୁ ଉଭୟପକ୍ଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତାବ ଦେଲେ। ଅଣମୌସୁମୀ ସମୟରେ କିପରି ଜଳବଣ୍ଟନ ହେବ ସେଥିନେଇ ତା୫ା୧୧ା୧୯୭୭ରିଖରେ ଏକ ୫ବର୍ଷିଆ(୧୯୭୮-୧୯୮୨) ଚୁକ୍ତି ସ୍ବାକ୍ଷରିତ ହେଲା। ତା୭ା୧୦ା୧୯୮୨ରିଖରେ ଅନ୍ୟ ଏକ ଚୁକ୍ତି (୧୯୮୩-୧୯୮୪) କରାଗଲା। ୧୯୮୫ ପାଇଁ କୌଣସି ଚୁକ୍ତି ହୋଇ ନାହିଁ। ତା୨୬ା୧୧ା୧୯୮୫ରିଖରେ ପୁଣି ୩ବର୍ଷ (୧୯୮୬-୧୯୮୮) ପାଇଁ ଚୁକ୍ତିବଦ୍ଧ ହେଲେ। ଏହି ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ୧୯୪୯ରୁ ଜଳ ପ୍ରବାହର ହାରାହାରି ପରିମାଣକୁ ନେଇ ସ୍ଥିର କରାଗଲା। ୧୯୯୨ ମେ’ ମାସରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଜଳବଣ୍ଟନ ଉପରେ ଏକ ନୀତି ନିର୍ଦ୍ଧାରଣ କରିବା ପାଇଁ ସ୍ଥିର କଲେ ଓ ପରେ ଉଭୟ ଦେଶର ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇ ତା୧୨ା୧୨ା୧୯୯୬ରିଖରେ ୩୦ବର୍ଷ ପାଇଁ ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହେଲା। ଏହା ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ହୋଇଥିଲା। ଚୁକ୍ତି ଅନୁସାରେ ଯଦି ଅଣମୌସୁମୀ ସମୟରେ ଫାର୍‌କ୍କାକୁ ୭୦,୦୦୦ କ୍ୟୁସେକ୍‌ ଜଳ ପ୍ରବାହ ଉପଲବ୍‌ଧ ହେଉଥିବ ତେବେ ଉଭୟ ଦେଶ ୫୦% – ୫୦% ଜଳ ପାଇବେ, ଯଦି ୭୦,୦୦୦ରୁ ୭୫,୦୦୦ କ୍ୟୁସେକ୍‌ ଜଳ ପ୍ରବାହ ଉପଲବ୍‌ଧ ହେଉଥିବ ତେବେ ବାଂଲାଦେଶ ୩୫,୦୦୦ କ୍ୟୁସେକ୍‌ ଓ ଅବଶିଷ୍ଟ ଭାରତ ପାଇବ, ୭୫,୦୦୦ରୁ ଅଧିକ ଜଳ ପ୍ରବାହ ଉପଲବ୍‌ଧ ହେଲେ ଭାରତ ୪୦,୦୦୦ କ୍ୟୁସେକ୍‌ ଓ ଅବଶିଷ୍ଟ ବାଂଲାଦେଶ ପାଇବ। ୫୦,୦୦୦ କ୍ୟୁସେକ୍‌ରୁ କମ୍‌ ଜଳ ପ୍ରବାହ ଉପଲବ୍‌ଧ ହେଲେ ଉଭୟ ପକ୍ଷ ଜରୁରୀ ପରାମର୍ଶ କରି ଜଳ ନିୟନ୍ତ୍ରଣ କରିବେ। ଅନ୍ୟ ଏକ ବୈକଳ୍ପିକ ବ୍ୟବସ୍ଥାନୁସାରେ ଶୁଷ୍କଋତୁରେ ଉଭୟ ଦେଶ ପ୍ରତି ୧୦ଦିନରେ ଥରେ ଅଦଳବଦଳ କରି ୩୫,୦୦୦ କ୍ୟୁସେକ୍‌ ଜଳ ନିଶ୍ଚିତ ପାଇବେ। ଉପରୋକ୍ତ ଚୁକ୍ତିକୁ ସମୀକ୍ଷା କଲେ ଅନୁଭବ ହେବ ଯେ ଯେପରି ଜଳ ବାଂଲାଦେଶରୁ ଭାରତକୁ ପ୍ରବାହିତ ଓ ବାଂଲାଦେଶ ଗ୍ରହୀତା ଭାବରେ ନୁହେଁ ଦାତା ଭାବରେ ରହିଛି।
୨୦୨୬ ଡିସେମ୍ବର ୧୨ରେ ଏହି ଚୁକ୍ତିର ମିଆଦ ପୂରିବ। ବିଭିନ୍ନ ଦୃଷ୍ଟିକୋଣରୁ ଭାରତ ତା’ର ସ୍ବାର୍ଥକୁ ଗୁରୁତ୍ୱ ଦେଇ ଅଧିକ ଜଳ ନେବା ପାଇଁ ସ୍ଥିର କରିଛି। (୧) କୋଲକାତା ବନ୍ଦରକୁ ନିରନ୍ତର ଆବଶ୍ୟକ ଜଳପ୍ରବାହ କରି ନୌଗମ୍ୟ କରିବା, (୨) ହୁଗୁଳି ନଦୀ ଶଯ୍ୟାରୁ ପଟୁ ନିଷ୍କାସନ ପାଇଁ ଯେତିକି ଜଳପ୍ରବାହର ଆବଶ୍ୟକତା ବୋଲି ଚୁକ୍ତି ସମୟରେ ଆକଳନ କରାଯାଇଥିଲା ବାସ୍ତବରେ ସେତିକିରେ କାର୍ଯ୍ୟସାଧନ ହୋଇପାରୁ ନାହିଁ, ଯାହାଫଳରେ ନିୟମିତ ଯାନ୍ତ୍ରିକ ଖନନ କରି ପଟୁ ନିଷ୍କାସନ କରାଯାଉଛି, (୩) ହୁଗୁଳି ଜଳର ଲବଣାଂଶକୁ ହ୍ରାସ କରି ମିଠା ପାନୀୟ ଜଳ ଯୋଗାଣ, (୪) କୋଲକାତା ମହାନଗର ଓ ତା’ର ପାରିପାର୍ଶ୍ୱରେ ଗଢ଼ି ଉଠିଥିବା ଶିଳ୍ପ ପାଇଁ ଅଧିକ ଜଳର ଆବଶ୍ୟକତା, (୫) ଅସ୍ଥିର ଜଳବାୟୁ, ପରିବର୍ତ୍ତିତ ପାଣିପାଗ, ଉପରମୁଣ୍ଡରେ ଜଳର ଅଧିକ ବ୍ୟବହାର ଫଳରେ ଗଙ୍ଗାରେ ଜଳ ପ୍ରବାହ କ୍ରମଶଃ ହ୍ରାସ, (୬) ଫାର୍‌କ୍କା ସୁପର ଥର୍ମାଲ୍‌ ପାୱାର ଷ୍ଟେଶନ ପ୍ରତ୍ୟକ୍ଷ ଭାବରେ ଏଥିରୁ ଜଳ ନେଉଥିବା ବେଳେ ସାଗରଦିଘି, ବନ୍ଦେଲ୍‌, କୋଲାଘାଟ୍‌ ଓ ବକ୍ରେଶ୍ୱର ପ୍ରଭୃତି ଥର୍ମାଲ୍‌ ପାୱାର୍‌ ଷ୍ଟେଶନଗୁଡ଼ିକ ପରୋକ୍ଷ ଭାବେ ନିର୍ଭର କରନ୍ତି, (୭) ସାଧାରଣ ଭାବରେ ପଶ୍ଚିମବଙ୍ଗ ଓ ବିହାର ମଧ୍ୟ ଏହି ଗଙ୍ଗାଜଳ ଉପରେ ନିର୍ଭର କରନ୍ତି, (୮) ଏଣିକି ଗଙ୍ଗାଜଳ ବଣ୍ଟନ ଚୁକ୍ତି ଦୀର୍ଘକାଳୀନ ନ କରି ସ୍ବଳ୍ପକାଳୀନ ୫ କିମ୍ବା ୧୦ ବର୍ଷୀୟ କରାଯିବ।
୧୯୯୧ରୁ ୨୦୨୦ର ଏକ ସର୍ବେକ୍ଷଣର ତଥ୍ୟ କହେ ଯେ, ଗଙ୍ଗାନଦୀର ଜଳ ପ୍ରବାହରେ ନିରନ୍ତର ଶୁଷ୍କତା ଉପଲବ୍‌ଧ ହେଉଛି। ମାତ୍ର ୨ଟି ବର୍ଷ ଅତ୍ୟଧିକ ପ୍ରବାହ ହୋଇଥିବାବେଳେ ୧୫ବର୍ଷ ଶୁଷ୍କତାର ସମ୍ମୁଖୀନ ହୋଇଛି। ସମୟ ଥିଲା ଦୁଇଦେଶର ବନ୍ଧୁତ୍ୱ, ଇଚ୍ଛାଶକ୍ତି, ଗଠନମୂଳକ ଭାବଧାରା, ସହଯୋଗ ସଦ୍‌ଭାବନାର ଭିିତ୍ତିଭୂମି ଆଧାରରେ ଚୁକ୍ତିର ରୂପରେଖ ପର୍ଯ୍ୟବସିତ। ଏବେ ଭାରତ, ବାଂଲାଦେଶ ବନ୍ଧୁତ୍ୱର ଅବନତି ଏହା ଉପରେ ପ୍ରଭାବ ପକାଇବ। ବାଂଲାଦେଶ କ୍ରମଶଃ ଚାଇନା ଓ ପାକିସ୍ତାନର ନିକଟତର ହୋଇ ଭାରତକୁ ଅସୁବିଧାରେ ପକାଇବାକୁ ଚେଷ୍ଟିତ। ସମ୍ପର୍କରେ ତିକ୍ତତା ଆସିବା ପରେ ଭାରତ ମଧ୍ୟ ପାକିସ୍ତାନ ସହ ଦୀର୍ଘ ୬୬ବର୍ଷର ସିନ୍ଧୁ ଜଳସନ୍ଧିକୁ ସ୍ଥଗିତ ରଖିଛି। ବନ୍ଧୁତା ଅପେକ୍ଷା ଆମର ଆବଶ୍ୟକତାକୁ ଅଧିକ ପ୍ରାଥମିକତା ଦିଆଯିବ। ସମୟ କହିବ ଏହି ଦ୍ୱିପାକ୍ଷିକ ଆଲୋଚନା କେତେ ସଫଳ ହେବ ଓ ଏ ଜଳଯୁଦ୍ଧର ସମାଧାନ କିପରି ହେବ।

ଜ୍ୟୋତି ପ୍ରକାଶ କର
ଶକ୍ତିନଗର, କଟକ
ମୋ: ୯୪୩୮୫୩୨୪୫୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?