Posted inଜାତୀୟ

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗମ୍ଭୀର ସ୍ୱଚ୍ଛତା ଅଭାବ ଯୋଗୁ କ୍ରିଏଟିଭ୍ ବେକର୍ସ ଆଣ୍ଡ କନ୍‌‌ଫେକ୍ସନର୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଲାଇସେନ୍ସକୁ ତୁରନ୍ତ ନିଲମ୍ବିତ କରାଯାଇଥିବା ବେଳେ ଏଭରେଷ୍ଟ ଫୁଡ୍ ପ୍ରୋଡକ୍ଟସର ପ୍ରି-ପ୍ୟାକ୍ଡ ଜିରା ପାଉଡରର ଏକ ବ୍ୟାଚ୍‌କୁ ଅସୁରକ୍ଷିତ ଘୋଷଣା କରି ବଜାରରୁ ତୁରନ୍ତ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗୋଆର ରିଭରସାଇଡ୍ ରିସୋର୍ଟସ ଆଣ୍ଡ ହଲିଡେ ହୋମ୍ସ ପ୍ରାଇଭେଟ୍ ଲିମିଟେଡ୍ ପରିସରରୁ ସଂଗ୍ରହ କରାଯାଇଥିବା ଏଭରେଷ୍ଟ ଜିରା ପାଉଡରର ସାମ୍ପୁଲ୍‌କୁ ଫୁଡ୍ ଆନାଲିଷ୍ଟ ଏବଂ ପରବର୍ତ୍ତୀ ସମୟରେ ରେଫରାଲ୍ ଫୁଡ୍ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟରୁ ଏହି ଜିରା ପାଉଡରରେ ‘ଏଜୋକ୍ସିଷ୍ଟ୍ରୋବିନ୍’ ଏବଂ ‘ଥାୟାମେଥୋକ୍ସାମ୍’ ନାମକ କୀଟନାଶକର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଯଥେଷ୍ଟ ଅଧିକ ଥିବା ଜଣାପଡ଼ିବା ପରେ ଏହାକୁ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଅସୁରକ୍ଷିତ ଘୋଷଣା କରାଯାଇଛି। FSSAI କମ୍ପାନୀକୁ E080668761 ବ୍ୟାଚ୍ ନମ୍ବର ବିଶିଷ୍ଟ ଏହି ଉତ୍ପାଦକୁ ବଜାରରୁ ପ୍ରତ୍ୟାହାର କରିବା, ଏହାର ସମ୍ପୂର୍ଣ୍ଣ ରେକର୍ଡ ରଖିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ସହ ଭବିଷ୍ୟତରେ ଏହାର ପୁନରାବୃତ୍ତି ନରୋକିବା ପାଇଁ ଆବଶ୍ୟକ ସୁଧାର ଆଣିବାକୁ ନିର୍ଦ୍ଦେଶ ଦେଇଛି।

ଅନ୍ୟପଟେ, କ୍ରିଏଟିଭ୍ ବେକର୍ସ ଆଣ୍ଡ କନ୍‌‌ଫେକ୍ସନର୍ସର ବେକରୀ ପରିସରରେ FSSAI ର ଯାଞ୍ଚ ସମୟରେ ଚରମ ଅସ୍ୱଚ୍ଛତା ଦେଖିବାକୁ ମିଳିଥିଲା। ଖାଦ୍ୟ ପ୍ରସ୍ତୁତି ଅଞ୍ଚଳରେ ପ୍ରଚୁର ମଇଳା, ଗ୍ରୀସ୍, ଧୂଳି, ସ୍ପାଇଡର ଜାଲ, ମାଛି, ପୋକଜୋକ ଏବଂ ମୂଷା ରୋକିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିଲା। ଏହାସହ ଶୀଘ୍ର ନଷ୍ଟ ହୋଇଯାଉଥିବା କଞ୍ଚାମାଲକୁ ଖୋଲାରେ ରଖାଯିବା, କଳଙ୍କି ଲାଗିଥିବା କଣ୍ଟେନର ଓ ଯନ୍ତ୍ରପାତି ବ୍ୟବହାର ହେବା, କାନ୍ଥରୁ ରଙ୍ଗ ଛାଡ଼ିବା ଏବଂ ଭଙ୍ଗା ଟାଇଲ୍ସ ଆଦି ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏହା ବ୍ୟତୀତ ପାଣି ଓ ଉତ୍ପାଦର ଟେଷ୍ଟିଂ, ତାପମାତ୍ରା ନିୟନ୍ତ୍ରଣ, ମେସିନ୍ ରକ୍ଷଣାବେକ୍ଷଣ ଏବଂ କର୍ମଚାରୀଙ୍କ ଟ୍ରେନିଂ ସମ୍ପର୍କିତ ଜରୁରୀ ରେକର୍ଡ ମଧ୍ୟ ମିଳିନଥିଲା। ଏହି ସବୁ ଗମ୍ଭୀର ଅବହେଳା ପାଇଁ FSSAI ସଂସ୍ଥାର ଲାଇସେନ୍ସକୁ ତୁରନ୍ତ ନିଲମ୍ବନ କରିବା ସହ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?